ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ର ସବୁଠୁ ବଡ଼ ବ୍ଲକ କୋଷାଗୁମୁଡା ହେଲେ ବ୍ଲକ ଅଫିସ ରେ କର୍ମଚାରୀ ଅଭାବ! ଲୋକେ ଆଶାରେ ଆସିବେ ନିରାଶା ହୋଇ ଘରକୁ ଫେରିବେ

ଜିଲ୍ଲା ର ସବୁଠୁ ବଡ଼ ବ୍ଲକ କୋଷାଗୁମୁଡା ହେଲେ ବ୍ଲକ ଅଫିସ ରେ କର୍ମଚାରୀ ଅଭାବ! ଲୋକେ ଆଶାରେ ଆସିବେ ନିରାଶା ହୋଇ ଘରକୁ ଫେରିବେ

ନବରଙ୍ଗପୁର 09/09/2023(ମସିହା) ଜିଲ୍ଲା ର ସବୁଠୁ ବଡ଼ ବ୍ଲକ କୋଷାଗୁମୁଡା ହେଲେ ବ୍ଲକ ଅଫିସ ରେ କର୍ମଚାରୀ ଅଭାବ! ଆଶାରେ ଆସିବେ ନିରାଶା ହୋଇ ଘରକୁ ଫେରିବେ ଏଭଳି ଦୃଶ୍ୟ ଦିନ କୁ ଦିନ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ର ବୃହତମ ବ୍ଲକ କୋଷାଗୁମୁଡା ଠାରେ। ୨୬ଟି ପଞ୍ଚାୟତକୁ ନେଇ ଏହି ବ୍ଲକଟି ରହିଥିବା ବେଳେ ବର୍ତ୍ତମାନ ବ୍ଲକ ରେ କର୍ମଚାରୀ ଙ୍କ ଅଭାବ ଦେଖିବାକୁ ମିଳୁଛି । ବ୍ଲକ ରେ କିଛି କର୍ମଚାରୀ ଙ୍କ ପଦବୀ ଖାଲି ପଡ଼ି ଥିବା ବେଳେ ସେମାନଙ୍କ ସ୍ଥାନରେ କିଛି ଅଧିକାରୀ ମାନଙ୍କୁ ଡେପୁଟେସନ ଡିଉଟି ରେ ନିୟୋଜିତ କରି କାର୍ଯ୍ୟ ତୁଲାଇଥିବା ଜଣା ପଡୁଛି । ଏବଂ କିଛି କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ମାସ ମାସ ଧରି ବ୍ଲକ କାର୍ଯ୍ୟ ତଥା ଉନ୍ନୟନ ମୂଳକ କାର୍ଯ୍ୟସବୁ ଠପ ହୋଇ ପଡିରହିଛି | ଫଳରେ ବ୍ଲକ ର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି |ବ୍ଲକ କାର୍ଯ୍ୟରେ ଆସୁଥିବା ଜନସାଧାରଣ ବ୍ଲକ କୁ ଆସି ଦିନ ତମାମ ଅପେକ୍ଷା କରିବା ପରେ ବି ଅଧିକାରୀ ମାନଙ୍କ ଦେଖା ମିଳୁନି |ଶେଷରେ ନିରାଶ ମନରେ ଘରକୁ ଫେରୁଥିବା ଦୃଷ୍ଟି ଗୋଚର ହେଉଛି | ବାରମ୍ବାର ଗୋଟିଏ କାର୍ଯ୍ୟ ପାଇଁ ଜନସାଧାରଣ ବ୍ଲକ କୁ ଆସି ନିରାଶ ହେବାକୁ ପଡୁଛି । ପ୍ରକାଶ ଥାଉ କି ଖୋଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ଡେପୁଟେସନ ରେ ରହିଛନ୍ତି | ସେହିପରି ଉମରକୋଟ ବ୍ଲକ ସହକାରୀ ଯନ୍ତ୍ରୀ (AE) ଆଶ୍ୱିନ କୁମାର ପଟ୍ଟନାୟକ ଡେପୁଟେସନ ରେ ରହିଛନ୍ତି । ବ୍ଲକ ର ସାମାଜିକ ସୁରକ୍ଷା ଅଧିକାରୀ ଅବସର ନେଲା ପରଠାରୁ ତାଙ୍କର ଆସନ ମଧ୍ୟ ଖାଲି ପଡିଛି | ଡବ୍ଲୁ ଇ ଓ ଙ୍କ ଅନ୍ୟତ୍ର ବଦଳୀ ପରେ ଡବ୍ଲୁ ଇ ଓ ଙ୍କ ଚାର୍ଜରେ ଜଣେ ପିଇଓ ରହିଛନ୍ତି | ସେ ବି ସବୁଦିନ କାର୍ଯ୍ୟାଳୟକୁ ଆସୁନାହାନ୍ତି | ୨୬ଟି ପଂଚାୟତ ପାଇଁ ମାତ୍ର କିଛି କନିଷ୍ଠ ଯନ୍ତ୍ରୀ (JE) ଙ୍କୁ ନେଇ ଚାଲିଛି ବ୍ଲକ JE ଙ୍କୁ ପଂଚାୟତ ରେ କଣ କାମ ଚାଲିଛି କେଉଁଠି କାମ ଚାଲିଛି ପଚାରିଲେ ବି ଏବେ ଦୋଷ | JE ଙ୍କୁ ପଚାରିଲେ ସିଧା ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କୁ ପଚାର ଆମକୁ ପଚାର ନାହିଁ ଆମ ପାଖେ କିଛି ନାହିଁ ବୋଲି ରୋକ ଠୋକ କହୁଛନ୍ତି | ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୋଲି ସରକାରୀ ବାବୁ ମାନେ ନିରୀହ ଆଦିବାସୀ ଙ୍କୁ ଡରାଇ ଧମକାଇ କଥା ହେବା କେତେ ଠିକ ବୋଲି ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ହେଉଛନ୍ତି | ଏମିତି ଅନେକ ସମସ୍ୟାରେ କୋଷାଗୁମୁଡା ବ୍ଲକ ଘେରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଟିକିଏ ବି ଧ୍ୟାନ ଦେଉନଥିବା ଏବେ କୋଷାଗୁମୁଡା ବ୍ଲକ ରେ ଚର୍ଚ୍ଚା ର ବିଷୟ ପାଲଟିଛି | ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଏବଂ ଯାତାୟାତ ବ୍ୟବସ୍ଥା ଏଠି ସବୁ ନିମ୍ନ ମାନ ର ବୋଲି ବାରମ୍ବାର ଖବର ପ୍ରକାଶ ହେଉଥିଲେ ବି କାହିଁ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ | ବଡ଼ କଥା ଏଠି ଜେ ବିଜେଡି ଦଳ ଦୁଇ ଫାଳ ହୋଇ ରହିଛି କିଛି ନେତା ବ୍ଲକ ଅଧକ୍ଷ ଙ୍କ ସହିତ ତ କିଛି ଉପାଧ୍ୟକ୍ଷ ଙ୍କ ସହିତ ରହିଲା ବେଳେ ରାଜନୀତି ରେ ପେଶି ହେଉଛନ୍ତି ବ୍ଲକବାସୀ | ବିଜେଡି ର ଦଳୀୟ କନ୍ଦଳ ରେ ଚାପି ହେଉଛି ସରକାରୀ କଳ | ଯେ ପର୍ଯ୍ୟନ୍ତ ବ୍ଲକ ଅଧିକାରୀ ମାନଙ୍କ ଆସନ ସବୁ ଖାଲି ରହିବ ସେ ପର୍ଯ୍ୟନ୍ତ ବ୍ଲକରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ଏବଂ ବ୍ଲକ ଅଧକ୍ଷ ହେଉଁ ବା ଉପାଧକ୍ଷ ଯଦି ଏହି ଦିଗ ରେ ମିଳିତ ଭାବେ ଧ୍ୟାନ ଦେବେ ନାହିଁ ତ ଆଗାମୀ ଦିନରେ ଜନ ଅସନ୍ତୋଷ ଆହୁରି ବଢିବା ର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର ଧରିଛି | ତୁରନ୍ତ ଜିଲ୍ଳାପ୍ରଶାସନ ବ୍ଲକରେ ରହିଥିବା ପଦବୀ ଗୁଡ଼ିକୁ ପୂରଣ କରି ସମସ୍ୟାର ସମାଧାନ କରନ୍ତୁ ଯଦ୍ୱାରା ୨୬ଟି ପଞ୍ଚାୟତ ର ଲୋକେ ଉପକୃତ ହେବେ ବୋଲି ସାଧାରଣ ରେ ଦାବି ହେଉଛି | ଏବେ ଦେଖିବାକୁ ବାକି ରହିଲା ସମସ୍ୟା ର ସମାଧାନ ପାଇଁ ଜିଲ୍ଳାପ୍ରଶାସନ କେତେ ତତ୍ପର ହେବ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଫରୱାର୍ଡ଼ ବ୍ଲକ ତରଫରୁ ସୌମ୍ୟାଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଭାରସାମ୍ୟ ହରାଇ ଚାହ ଦୋକନକୁ ପଶିଗଲା ବ୍ୟାଟେରୀ ଚାଳିତ କାର୍ 

Sunil Chandra Nayak

ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!