ଜିଲ୍ଲା ର ସବୁଠୁ ବଡ଼ ବ୍ଲକ କୋଷାଗୁମୁଡା ହେଲେ ବ୍ଲକ ଅଫିସ ରେ କର୍ମଚାରୀ ଅଭାବ! ଲୋକେ ଆଶାରେ ଆସିବେ ନିରାଶା ହୋଇ ଘରକୁ ଫେରିବେ
ନବରଙ୍ଗପୁର 09/09/2023(ମସିହା) ଜିଲ୍ଲା ର ସବୁଠୁ ବଡ଼ ବ୍ଲକ କୋଷାଗୁମୁଡା ହେଲେ ବ୍ଲକ ଅଫିସ ରେ କର୍ମଚାରୀ ଅଭାବ! ଆଶାରେ ଆସିବେ ନିରାଶା ହୋଇ ଘରକୁ ଫେରିବେ ଏଭଳି ଦୃଶ୍ୟ ଦିନ କୁ ଦିନ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ର ବୃହତମ ବ୍ଲକ କୋଷାଗୁମୁଡା ଠାରେ। ୨୬ଟି ପଞ୍ଚାୟତକୁ ନେଇ ଏହି ବ୍ଲକଟି ରହିଥିବା ବେଳେ ବର୍ତ୍ତମାନ ବ୍ଲକ ରେ କର୍ମଚାରୀ ଙ୍କ ଅଭାବ ଦେଖିବାକୁ ମିଳୁଛି । ବ୍ଲକ ରେ କିଛି କର୍ମଚାରୀ ଙ୍କ ପଦବୀ ଖାଲି ପଡ଼ି ଥିବା ବେଳେ ସେମାନଙ୍କ ସ୍ଥାନରେ କିଛି ଅଧିକାରୀ ମାନଙ୍କୁ ଡେପୁଟେସନ ଡିଉଟି ରେ ନିୟୋଜିତ କରି କାର୍ଯ୍ୟ ତୁଲାଇଥିବା ଜଣା ପଡୁଛି । ଏବଂ କିଛି କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ମାସ ମାସ ଧରି ବ୍ଲକ କାର୍ଯ୍ୟ ତଥା ଉନ୍ନୟନ ମୂଳକ କାର୍ଯ୍ୟସବୁ ଠପ ହୋଇ ପଡିରହିଛି | ଫଳରେ ବ୍ଲକ ର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି |ବ୍ଲକ କାର୍ଯ୍ୟରେ ଆସୁଥିବା ଜନସାଧାରଣ ବ୍ଲକ କୁ ଆସି ଦିନ ତମାମ ଅପେକ୍ଷା କରିବା ପରେ ବି ଅଧିକାରୀ ମାନଙ୍କ ଦେଖା ମିଳୁନି |ଶେଷରେ ନିରାଶ ମନରେ ଘରକୁ ଫେରୁଥିବା ଦୃଷ୍ଟି ଗୋଚର ହେଉଛି | ବାରମ୍ବାର ଗୋଟିଏ କାର୍ଯ୍ୟ ପାଇଁ ଜନସାଧାରଣ ବ୍ଲକ କୁ ଆସି ନିରାଶ ହେବାକୁ ପଡୁଛି । ପ୍ରକାଶ ଥାଉ କି ଖୋଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ଡେପୁଟେସନ ରେ ରହିଛନ୍ତି | ସେହିପରି ଉମରକୋଟ ବ୍ଲକ ସହକାରୀ ଯନ୍ତ୍ରୀ (AE) ଆଶ୍ୱିନ କୁମାର ପଟ୍ଟନାୟକ ଡେପୁଟେସନ ରେ ରହିଛନ୍ତି । ବ୍ଲକ ର ସାମାଜିକ ସୁରକ୍ଷା ଅଧିକାରୀ ଅବସର ନେଲା ପରଠାରୁ ତାଙ୍କର ଆସନ ମଧ୍ୟ ଖାଲି ପଡିଛି | ଡବ୍ଲୁ ଇ ଓ ଙ୍କ ଅନ୍ୟତ୍ର ବଦଳୀ ପରେ ଡବ୍ଲୁ ଇ ଓ ଙ୍କ ଚାର୍ଜରେ ଜଣେ ପିଇଓ ରହିଛନ୍ତି | ସେ ବି ସବୁଦିନ କାର୍ଯ୍ୟାଳୟକୁ ଆସୁନାହାନ୍ତି | ୨୬ଟି ପଂଚାୟତ ପାଇଁ ମାତ୍ର କିଛି କନିଷ୍ଠ ଯନ୍ତ୍ରୀ (JE) ଙ୍କୁ ନେଇ ଚାଲିଛି ବ୍ଲକ JE ଙ୍କୁ ପଂଚାୟତ ରେ କଣ କାମ ଚାଲିଛି କେଉଁଠି କାମ ଚାଲିଛି ପଚାରିଲେ ବି ଏବେ ଦୋଷ | JE ଙ୍କୁ ପଚାରିଲେ ସିଧା ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କୁ ପଚାର ଆମକୁ ପଚାର ନାହିଁ ଆମ ପାଖେ କିଛି ନାହିଁ ବୋଲି ରୋକ ଠୋକ କହୁଛନ୍ତି | ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୋଲି ସରକାରୀ ବାବୁ ମାନେ ନିରୀହ ଆଦିବାସୀ ଙ୍କୁ ଡରାଇ ଧମକାଇ କଥା ହେବା କେତେ ଠିକ ବୋଲି ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ହେଉଛନ୍ତି | ଏମିତି ଅନେକ ସମସ୍ୟାରେ କୋଷାଗୁମୁଡା ବ୍ଲକ ଘେରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଟିକିଏ ବି ଧ୍ୟାନ ଦେଉନଥିବା ଏବେ କୋଷାଗୁମୁଡା ବ୍ଲକ ରେ ଚର୍ଚ୍ଚା ର ବିଷୟ ପାଲଟିଛି | ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଏବଂ ଯାତାୟାତ ବ୍ୟବସ୍ଥା ଏଠି ସବୁ ନିମ୍ନ ମାନ ର ବୋଲି ବାରମ୍ବାର ଖବର ପ୍ରକାଶ ହେଉଥିଲେ ବି କାହିଁ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ | ବଡ଼ କଥା ଏଠି ଜେ ବିଜେଡି ଦଳ ଦୁଇ ଫାଳ ହୋଇ ରହିଛି କିଛି ନେତା ବ୍ଲକ ଅଧକ୍ଷ ଙ୍କ ସହିତ ତ କିଛି ଉପାଧ୍ୟକ୍ଷ ଙ୍କ ସହିତ ରହିଲା ବେଳେ ରାଜନୀତି ରେ ପେଶି ହେଉଛନ୍ତି ବ୍ଲକବାସୀ | ବିଜେଡି ର ଦଳୀୟ କନ୍ଦଳ ରେ ଚାପି ହେଉଛି ସରକାରୀ କଳ | ଯେ ପର୍ଯ୍ୟନ୍ତ ବ୍ଲକ ଅଧିକାରୀ ମାନଙ୍କ ଆସନ ସବୁ ଖାଲି ରହିବ ସେ ପର୍ଯ୍ୟନ୍ତ ବ୍ଲକରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ଏବଂ ବ୍ଲକ ଅଧକ୍ଷ ହେଉଁ ବା ଉପାଧକ୍ଷ ଯଦି ଏହି ଦିଗ ରେ ମିଳିତ ଭାବେ ଧ୍ୟାନ ଦେବେ ନାହିଁ ତ ଆଗାମୀ ଦିନରେ ଜନ ଅସନ୍ତୋଷ ଆହୁରି ବଢିବା ର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର ଧରିଛି | ତୁରନ୍ତ ଜିଲ୍ଳାପ୍ରଶାସନ ବ୍ଲକରେ ରହିଥିବା ପଦବୀ ଗୁଡ଼ିକୁ ପୂରଣ କରି ସମସ୍ୟାର ସମାଧାନ କରନ୍ତୁ ଯଦ୍ୱାରା ୨୬ଟି ପଞ୍ଚାୟତ ର ଲୋକେ ଉପକୃତ ହେବେ ବୋଲି ସାଧାରଣ ରେ ଦାବି ହେଉଛି | ଏବେ ଦେଖିବାକୁ ବାକି ରହିଲା ସମସ୍ୟା ର ସମାଧାନ ପାଇଁ ଜିଲ୍ଳାପ୍ରଶାସନ କେତେ ତତ୍ପର ହେବ l