ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ସରକାରଙ୍କ ପାପର ହାଣ୍ଡିଫାଟିବ, ଚବିଶ ନିର୍ବାଚନରେ ଧୂଳିସାତ ହେବ ବିଜେଡ଼ି: ଗୌରୀ ଶଙ୍କର

ରାଜ୍ୟ ସରକାରଙ୍କ ପାପର ହାଣ୍ଡିଫାଟିବ, ଚବିଶ ନିର୍ବାଚନରେ ଧୂଳିସାତ ହେବ ବିଜେଡ଼ି: ଗୌରୀ ଶଙ୍କର

ନବରଙ୍ଗପୁର,(ମସିହା)ରାଜ୍ୟ ସରକାରଙ୍କ ଦୁର୍ନିତୀ ଭ୍ରଷ୍ଟାଚାର ଉବୁ ଟୁବୁ ହୋଇ ପାପର ହାଣ୍ଡି ଫାଟିବା ସଙ୍ଗେ ଚବିଶ ନିର୍ବାଚନରେ ବିଜେଡ଼ି ଧୂଳିସାତ ହେବ ବୋଲି ଆଜି ଶିଉନି ଗ୍ରାମ ପଞ୍ଚାୟତ ଘେରାଉ କରିବା ଆଳରେ କହିଛନ୍ତି ବିଜେପି ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ। ସେ ଆଗକୁ ଆହୁରି କହିଛନ୍ତି ରାଜ୍ୟରେ ଗଣତନ୍ତ୍ର ବିରୋଧୀ ପାଣ୍ଡିଆନ ସରକାର ଚାଲିଛି, ପାଣ୍ଡିଆନ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ସାଜିଛନ୍ତି, ଆଗାମୀ ନିର୍ବାଚନରେ ଜନତା ଏହାର ଉଚିତ୍ ଜବାବ ଦେବେ । ଆଜି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ଭତ୍ରା ସିଉନୀ ଗ୍ରାମ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମରେ ବିଜେପି ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ଏକ ସଭାଯତ୍ରାରେ ବାହାରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ପଞ୍ଚାୟତ ଘେରାଉ କରଯାଇଥିଲା। ବିଜେପି ସାଙ୍ଗଠନିକ ବଡମସିଗାଁ ମଣ୍ଡଳ ଅନ୍ତର୍ଗତ ସୀଉନି ଗ୍ରାମ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମରେ ହରି ହର ହରିଜନ, ରମେଶ ନାୟକ, ନୀଳାଚଳ ଭତ୍ରା, ଜମ୍ବୁ ଭତ୍ରା, ରମେଶ ଭତ୍ରା, ପୁର୍ଣ୍ଣ ନାୟକ, ବୁଟି କୁମ୍ଭାର ,ସରୋଜ ବେହେରା ସମେତ ବହୁ କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ୱରେ ହୋଇଥିବା ଘେରାଉ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ଵାରା ହୋଇଥିବା ସମସ୍ତ ଯୋଜନାକୁ ବିଜୁ ଜନତା ଦଳର ନେତା କର୍ମୀଙ୍କୁ ଯୋଗାଇ ଦେବା ସହ ବ୍ୟାପକ ଅନିୟମିତତା, ଦୁର୍ନିତୀ କରି ପ୍ରକୃତ ହିତାଧିକାରୀ ମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା କହିଛନ୍ତି। ଯଥା ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଆବାସ ଗୃହ, ରାସନ କାର୍ଡ, ବିଧବା ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆ ନ ଗଲେ ପରିସ୍ଥିତି ଖରାପ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବନ୍ଧୁଗାଁ ବ୍ଲକରେ ବିଜେଡ଼ିର ପ୍ରତିବାଦ ସଭା

Sunil Chandra Nayak

କାମାକ୍ଷାନଗର ରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ଶ୍ରାଦ୍ଧବାର୍ଷିକୀ ପାଳିତ 

Sunil Chandra Nayak

ଅନିଲ ହେଲେ ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି

Sunil Chandra Nayak

Leave a Comment

error: Content is protected !!