ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର

କୋକସରା,୧୦/୯ // ରାଜ୍ୟ ସ୍ତରୀୟ ଭଳିବଲ ଚାମ୍ପିୟାନସିପ ୨୦୨୩/୨୪ ରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର। ଏନେଇ ଜିଲ୍ଲା ଡିଇଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ୱୟଂ ଧ. ମାଝୀ, ଜବାହାର ଉଚ୍ଚ ବିଦ୍ୟାଳୟର ଛାତ୍ର ମନ ମୋହନ ମାଝୀ, ଥୟନ୍ତ ନାଏକ ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଚାମ୍ପିୟାନସିପ ଆସନ୍ତା ୧୨/୦୯ ରୁ ୧୫/୦୯ ପର୍ଯ୍ୟନ୍ତ ସ୍ପୋର୍ଟ ହଷ୍ଟେଲ ପଡ଼ିଆ ଭୀମ ପୁରା ରେମୁଣା ବାଲେଶ୍ଵର ଜିଲ୍ଲା ଠାରେ ଅନୁଷ୍ଠିତ ହେବ। କୋକସରା ଜବାହାର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ୩ ଜଣ ଛାତ୍ର ଭଳିବଲ କୋଚିଂ ନେଉଥିଲେ। ୩ ଛାତ୍ର ରାଜ୍ୟ ସ୍ତରୀୟ ଭଳିବଲ ଚାମ୍ପିୟାନସିପ ପାଇଁ ମନୋନୀତ ହେବାପରେ ସ୍କୁଲର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଛାତ୍ରଙ୍କୁ ଶୁଭେଚ୍ଛା ଜଣେଇବା ସହ ଭଲ ଖେଳ ପ୍ରଦର୍ଶିତ କରି ଶିକ୍ଷାନୁଷ୍ଠାନର ଗୌରବ ରଖିବାକୁ କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

୮୦ ତମ ସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ 

Sunil Chandra Nayak

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଖଣ୍ଡାବସା ଉତ୍ସବ ଅବସରରେ ରେ ଫୁଟବଳ ପ୍ରତିଯୋଗିତା ଉଦଘାଟିତ

masiha

Leave a Comment

error: Content is protected !!