ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର

କୋକସରା,୧୦/୯ // ରାଜ୍ୟ ସ୍ତରୀୟ ଭଳିବଲ ଚାମ୍ପିୟାନସିପ ୨୦୨୩/୨୪ ରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର। ଏନେଇ ଜିଲ୍ଲା ଡିଇଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ୱୟଂ ଧ. ମାଝୀ, ଜବାହାର ଉଚ୍ଚ ବିଦ୍ୟାଳୟର ଛାତ୍ର ମନ ମୋହନ ମାଝୀ, ଥୟନ୍ତ ନାଏକ ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଚାମ୍ପିୟାନସିପ ଆସନ୍ତା ୧୨/୦୯ ରୁ ୧୫/୦୯ ପର୍ଯ୍ୟନ୍ତ ସ୍ପୋର୍ଟ ହଷ୍ଟେଲ ପଡ଼ିଆ ଭୀମ ପୁରା ରେମୁଣା ବାଲେଶ୍ଵର ଜିଲ୍ଲା ଠାରେ ଅନୁଷ୍ଠିତ ହେବ। କୋକସରା ଜବାହାର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ୩ ଜଣ ଛାତ୍ର ଭଳିବଲ କୋଚିଂ ନେଉଥିଲେ। ୩ ଛାତ୍ର ରାଜ୍ୟ ସ୍ତରୀୟ ଭଳିବଲ ଚାମ୍ପିୟାନସିପ ପାଇଁ ମନୋନୀତ ହେବାପରେ ସ୍କୁଲର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଛାତ୍ରଙ୍କୁ ଶୁଭେଚ୍ଛା ଜଣେଇବା ସହ ଭଲ ଖେଳ ପ୍ରଦର୍ଶିତ କରି ଶିକ୍ଷାନୁଷ୍ଠାନର ଗୌରବ ରଖିବାକୁ କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସ୍ବର୍ଗତ ବାସୁଦେବ ସାହୁ ମେମୋରିଆଲ ଫୁଟବଲ , ଧର୍ମଗଡ ଏକାଦଶ କୁ ହରାଇ ଡହଗାଁ ଏକାଦଶ ଚମ୍ପିୟାନ

Sunil Chandra Nayak

ଲୀମସେର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୩ ସମାପ୍ତ

Sunil Chandra Nayak

ଗୋଲାଙ୍ଗବନ୍ଧଠାରେ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯୋଗଦେଲେ ବିଧାୟକ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!