ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କଲେ ଅଞ୍ଚଳବାସୀ

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼,୧୧/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ! ଆଜି ମନ୍ଦିର ପ୍ରକଳ୍ପର କାର୍ଯ୍ୟ ଚାଲିଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଜନସାଧାରଣ ସାମିଲ ହୋଇ ସ୍ବଇଚ୍ଛାରେ ଶ୍ରମଦାନ କରିଥିଲେ ! ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ, କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆ, ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ସଭାପତି ହରେକୃଷ୍ଣ ଯୋଷୀ, ବରିଷ୍ଠ ନାଗରିକ ଧର୍ମୁଚାନ୍ଦ ଅଗ୍ରୱାଲ, ବଳରାମ ବେହେରାଙ୍କ ସମେତ ହିମାଦ୍ରୀ ପେସନିଆ, କୈଳାସଚନ୍ଦ୍ର ଦାସ, କରୁଣାକର ପ୍ରଧାନୀ, ହରିହର ପ୍ରଧାନୀ, ଭୁବନେଶ୍ବର ପାତ୍ର, ପ୍ରେମସିନ୍ଧୁ ଦଳେଇ, ଭବାନୀଶଙ୍କର ବାଣୁଆ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ବନ ଦଳେଇ, ସଞ୍ଜୀବ ପଣ୍ଡା ସହ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇ ସ୍ବତଃପ୍ରବୃତ୍ତ ଭାବେ ଶ୍ରମଦାନ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଜିଓ ନେଟ୍ଓ୍ଵର୍କର ଗାତରେ ପଡି ଦୁଇ ଗୁରୁତର

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ୩୭୪ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି

Sunil Chandra Nayak

ଜୁଲାଇ ୧୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ୨୬ ଟି ବ୍ଲକରେ ଏସ ଆଇ ଏସ ଇଣ୍ଡିଆ ଲିଃ,କଟକ ଆନୁକୁଲ୍ୟରେ ନିଯୁକ୍ତି ଶିବିର

Leave a Comment

error: Content is protected !!