ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷିଙ୍କ ପାଇଁ ଦେବଦୂତ ସାଜିଲେ ବ୍ଲକ ଉପାଧ୍ୟକ୍ଷ, ନଦୀରୁ ୪ଶହ ମିଟର ତିଆରି କଲେ ନାଳ, ୩ଶହ ଏକଡ଼ ଚାଷ ଜମି ହେଲା ଜଳସେଚନ

ଚାଷିଙ୍କ ପାଇଁ ଦେବଦୂତ ସାଜିଲେ ବ୍ଲକ ଉପାଧ୍ୟକ୍ଷ, ନଦୀରୁ ୪ଶହ ମିଟର ତିଆରି କଲେ ନାଳ, ୩ଶହ ଏକଡ଼ ଚାଷ ଜମି ହେଲା ଜଳସେଚନ

କୋକସରା,୧୦/୯ // ଅନାବୃଷ୍ଟି କାରଣରୁ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୨୨ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ବ୍ଲକର ଚାଷୀ ମାନେ ଚିନ୍ତା ଓ ନିରାଶା ୟରେ ରହିଛନ୍ତି। ବ୍ଲକକୁ ମରୁଡି ଘୋଷଣା ସହ ଚାଷ କ୍ଷୟକ୍ଷତି ଆକଳନ କରି ଇନ ପୁଟ ସବସିଡ଼ି, କୃଷି ଋଣ ଛାଡ଼ ଓ ଶସ୍ୟ ବୀମା ପ୍ରଦାନ ପାଇଁ ସଚେତନ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। କିଛି ପଂଚାୟତରେ ଚାଷି ବୁଣା ରୁଆ ଧାନରେ ଗାଈଗୋରୁ ଛାଡି ସାରିଲେଣି। ଏଭଳି ସ୍ଥିତିରେ ବ୍ଲକର ଚାଷୀମାନେ ଯେଉଁଠି ଜଳଉତ୍ସ ଅଛି ସେଇଠୁ ପାଣିପମ୍ପରେ ପାଣି ଉଠାଇ ନିଜର ଚାଷ ଜମିକୁ ଜଳସେଚିତ କରିବାକୁ ଅହରହ ଚେଷ୍ଟା ଜାରି ରଖିଛନ୍ତି । କିଛି ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ର ଦେବତା ଓ ଗ୍ରାମ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। କୋକସରା ବ୍ଲକ ମହିମା ଓ ଟେମରା ପଞ୍ଚାୟତର ମହିମା, ନୂଆପଡା ଖୁର୍ସେଲଗୁଡା ଗ୍ରାମର ଚାଷିଙ୍କ ପ୍ରାୟ ୩ଶହ ଏକଡ଼ ଚାଷଜମି ଜଳସେଚନ ହୋଇପାରୁନଥିଲା । ଅଞ୍ଚଳର ଚାଷୀମାନେ ସ୍ଥାନୀୟ ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକଙ୍କ ଜରିଆରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ବେହେରା ନଦୀରୁ ନାଳ ଖୋଲାଇ ପାଇପ ଯୋଗେ ଜଳସେଚନ କରିବାକୁ ଅନୁରୋଧ କରିଥିଲେ। ମରୁଡି ସ୍ଥିତିରେ ବ୍ଲକ ଉପାଧ୍ୟକ୍ଷ ଚାଷିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜେସିବି ମେସିନ ଲଗାଇ ବେହେରା ନଦୀରୁ ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ନାଲା ଖୋଲାଇ ପାଇପ ଲାଇନ ଯୋଗେ ପ୍ରାୟ ୩୦୦ ଏକଡ଼ ଚାଷଜମିକୁ ଜଳସେଚନ ପାଇଁ ବ୍ୟବସ୍ଥା କରିଛନ୍ତି, ଫଳରେ ଏହି ୩ ଶହ ଏକଡ଼ ଜମିରେ ଚାଷ ହେବା ଆଶା ଦେଖାଦେଇଛି। ବ୍ଲକ ଉପାଧ୍ୟକ୍ଷଙ୍କ ଏହି ମହାନତାକୁ ଅଞ୍ଚଳର ଚାଷୀ ସୁଧୀର ସାହୁ, ହିମାଂଶୁ ନାଏକ, ଭୁବନେଶ୍ୱର ନାଏକ, ଜଗ କୋଲଥିଆ, ସଦାନନ୍ଦ ପାତ୍ର, ହିରାଧାର ପାତ୍ର, ତପନ ପାତ୍ର, ପବିତ୍ର ନାଏକ, ନିଳାମ୍ବର ନାଏକ, ଭଗବାନ ଧ. ମାଝୀ ଓ ଅନ୍ୟ ପ୍ରମୁଖ ଚାଷୀମାନେ ମାନେ ପ୍ରଶଂସା କରିଛନ୍ତି।

ମସିହା ନିୟୂଜ୍ ସର୍ଭିସ 

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଯୋରନ୍ଦା ର ଉଭୟ ଗୋଷ୍ଠୀ ସନ୍ୟାସୀ ମାନଙ୍କ ସହିତ ଆଲୋଚନା 

Sunil Chandra Nayak

ନୀଳମଣୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ ତରଫରୁ ଆୟୋଜିତ ଆଲୋଚନା ଚକ୍ର

Sunil Chandra Nayak

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବଲାଙ୍ଗିର ଜିଲ୍ଲା ର ୧୧୪ ଜଣ ବରିଷ୍ଠ ନାଗରିକ ଙ୍କ ବୃନ୍ଦାବନ ,ମଥୁରା ଓ ଆଗ୍ରା ତୀର୍ଥ ଯାତ୍ରା

Sunil Chandra Nayak

Leave a Comment

error: Content is protected !!