ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ୍ ଇନ୍ଦ୍ରଧନୁଷ୍ ୫.୦ ଉଦ୍ଘାଟିତ

ମିଶନ୍ ଇନ୍ଦ୍ରଧନୁଷ୍ ୫.୦ ଉଦ୍ଘାଟିତ

କାମାକ୍ଷାନଗର (ମନିସ )11/9/23 //  ଢେଙ୍କାନାଳ ସଦର ବ୍ଲକ ନାଗିଆପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାହିମାଳ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମ୍ପୂର୍ଣ୍ଣ ଟୀକାକରଣ ନିମନ୍ତେ ମିଶନ୍ ଇନ୍ଦ୍ରଧନୁଷ୍ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଏହି ମିଶନର ଲକ୍ଷ ଓ ଉଦେଶ୍ୟ ଉପରେ ସଚେତନ କରାଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ CHC ବେଲଟିକିରି ର ଭାରପ୍ରାପ୍ତ ଚିକତ୍ସା ଅଧିକାରୀ ଡ଼ା. ବିଜିତା ସୁଭଦ୍ରା ସତପଥି,ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । 

ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଭାରତୀ ପଣ୍ଡା, ନନ୍ଦ କିଶୋର ମଲିକ, ଆସିଷ୍ଟାଣ୍ଟ ମ୍ୟାନେଜର ସଂଗ୍ରାମ ଷଡ଼ଙ୍ଗୀ, dvlm ତ୍ରିଲୋଚନ ପରିଡା,ICA ରାଜା ସ୍ୱାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I BPM ଦେବାଶିଷ ମାନସିଂହ, PHEO , health worker, anm, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଗ୍ରାମ ବାସୀ ଉପସ୍ଥିତ ରହିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାଣୀ ଦୂର୍ଗା ନଦୀର ବ୍ରିଜ ସଙ୍କଟାପନ୍ନ ଅବସ୍ଥାରେ

masiha

କୁତମୁଣ୍ଡାରେ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ -ଯୁବ ଓଡ଼ିଶା-ନବୀନ ଓଡ଼ିଶା ଆନୁକୁଲ୍ୟରେ ସାହିତ୍ୟ ପ୍ରତିଯୋଗିତା

masiha

Leave a Comment

error: Content is protected !!