ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ.ସୁରେଶ ବରାଡ଼ଙ୍କ “ଗୁରୁ” କବିତା ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ 

ଡ.ସୁରେଶ ବରାଡ଼ଙ୍କ “ଗୁରୁ” କବିତା ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ 

ବାଲେଶ୍ଵର ତା୧୨/୯/୨୩- ଓଡ଼ିଶାର ରାଜଧାନୀ ଭୁବନେଶ୍ଵରସ୍ଥ ଓଡ଼ିଶାର ରାଜଭବନରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ କବି ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ କବିତା ସଂଗ୍ରହ “ଗୁରୁ” ଲୋକାର୍ପିତ ହୋଇଯାଇଛି । ତାଙ୍କ ସହ ଆନ୍ତଜାର୍ତୀୟ ଚାରଣ ଗୋଷ୍ଠୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, କେଉଁଝର ଜିଲ୍ଲା ସଂଗଠକ ତପନ କୁମାର ନାୟକ, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ ଉକ୍ତ କାଯ୍ୟର୍କ୍ରମରେ ଉପସ୍ଥିତ ଥିଲେ । ଦୁଇଟି ଭାଗରେ ବିଭକ୍ତ ପୁସ୍ତକଟିରେ ପ୍ରଥମେ ଗୁରୁଗୀତା ସଂସ୍କୃତ ପୁସ୍ତକର ତିନୋଟି ଅଧ୍ୟାୟର ଓଡ଼ିଆ ଭାଷାନ୍ତର ସହିତ ଗୀତାନୁବାଦ ପ୍ରଦାନ କରାଯାଇଛି । ଦ୍ଵିତୀୟ ଭାଗରେ ସାମ୍ପ୍ରତିକ ଯୁଗରୁ ବୈଦିକ ଯୁଗ ପଯ୍ୟର୍ନ୍ତ ବିଭିନ୍ନ ସମୟର ଗୁରୁ ଶିଷ୍ୟ ସମ୍ପର୍କକୁ ନେଇ ୨୧ ଜଣ ଗୁରୁଶିଷ୍ୟଙ୍କ ଚରିତ ସରସ-ସୁନ୍ଦର, ସରଳ-ସାବଲୀଳ ଭାଷାରେ ରଚିତ ହୋଇଛି ଯାହା ସମ୍ପୂର୍ଣ୍ଣ ରୀତି ଯୁଗୀୟ କାବ୍ୟ ପରମ୍ପରାକୁ ବହନ କରେ । 

ଆନ୍ତଜାର୍ତୀୟ ଚାରଣ ଗୋଷ୍ଠୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା “ଗୁରୁ” ବର୍ତ୍ତମାନର ଗୁରୁ ତଥା ଶିଷ୍ୟ ଉଭୟଙ୍କ ପାଇଁ ଏକ ଅମୂଲ୍ୟ ନିଧି ବୋଲି ବର୍ଣ୍ଣନା କରିବା ସହ ସାନ ଭାଇ ସୁରଙ୍କୁ ପ୍ରଭୁ ଏଇମିତି ଶକ୍ତି ଦେଇଥାନ୍ତୁ ଓ ତାଙ୍କ ଲେଖନୀ ସହସ୍ରମୁଖ ହେଉ ବୋଲି ଆଶ୍ରୀବଚନ ପ୍ରଦାନ କରିଛନ୍ତି । ଆଜି ତାଙ୍କୁ ଲଡ଼ୁକେଶ ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ଉପଦେଷ୍ଟା ତଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଶାସ୍ତ୍ରୀୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଶାସ୍ତ୍ରୀୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ସହଦେବ ବେହେରା, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଶାସ୍ତ୍ରୀୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ବିନ୍ଦୁଲତା ଷଣ୍ଢ ଓ ଲଡ଼ୁକେଶ ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ସଭାପତି ତଥା ଶରଣକୁଳ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ବାବାଜୀ ମହାରାଜ ଭଗବାନ ଦାସ ଉଦାସୀନ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପକ ସଞ୍ଜୟ କୁମାର ସାହୁ, କବି କୁସୁମ ନିରାକାର ସ୍ବାଇଁ, ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ସୁରଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ବାଣୀ ସାଧନାର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଜଗୋପାଳ ନଗରରେ ସରlବ ବନ୍ଦୀ ସମ୍ମେଳନ

masiha

କୁପାରୀ କପିଳ ମୁନି ମେଳା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ମହାଶକ୍ତି ଫାଉଣ୍ଡେସନ ର ୧୯ ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!