ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ 

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ 

ଡାବୁଗାଁ, ୧୨/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଡିଓ ଙ୍କ କାର୍ଯ୍ୟ|ଳୟ ପ୍ରକୋଷ୍ଠରେ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ପିଏମଇଜିପି ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଶିଳ୍ପୀ ଉନ୍ନତି ଯୋଜନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଜନ ସୁରକ୍ଷା ଯୋଜନା, ମୋ ଘର, ପିଏମ କିଶାନ, ଭିନ୍ନକ୍ଷମ ଋଣ, ବଳରାମ ଯୋଜନାରେ, ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନସନ ଯୋଜନା ଉପରେ ଆଲୋଚନା ହୋଇଥିଲା | ଏହି ବୈଠକରେ ଏଲଡିଏମ ସୁନୀଲ କୁମାର ଜାମୁଡା, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ସଂଜୀବ କୁମାର ସେଠୀ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଏନ. ଲୋକନାଥ ରେଡ୍ଡୀ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣରଥ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ମିସନଶକ୍ତି ବିପିଏ ନବୀନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୨୪ ଘଣ୍ଟାରେ ସରକାରୀ ଜମିର ମାଲିକାନା ବଦଳିନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ତନ୍ତୀ…

Sunil Chandra Nayak

ଧର୍ମଗଡ ମୁସଲିମ ଜମାତ କମିଟି ତଥା ମସଜିଦ ଏ ତାଜୁସୁରୀୟା ର ବୈଠକ ଓ କର୍ମକର୍ତ୍ତା ଚୟନ

masiha

ବିଞ୍ଝାରପୁର ରେ ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲ ଙ୍କ ଜନ୍ମ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!