ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମି ବିବାଦକୁ ନେଇ ରାତ୍ର ରେ ଶୋଇ ଥିବା ଜ୍ବାଇଁ କୁ ହତ୍ୟା କଲା ଶଳା 

ଜମି ବିବାଦକୁ ନେଇ ରାତ୍ର ରେ ଶୋଇ ଥିବା ଜ୍ବାଇଁ କୁ ହତ୍ୟା କଲା ଶଳା 

ବନ୍ଧୁଗାଁ ତା ୧୩/୯/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ କାପୁଲୋଡା ପଞ୍ଚାୟତ ମାଣିକିବାଲସା ଗ୍ରାମରେ ଜମିଜମା ବିବାଦକୁ ନେଇ ଜ୍ବାଇଁ କୁ ହତ୍ୟା କଲା ଶଳା । ଆଜକୁ ୩ ମାସ ତଳେ ବଡ଼ ବାପା ଓ ସାନ  ବାପାଙ୍କ ନାମରେ ଥିବା ଜମି ବଣ୍ଟନ କୁ ନେଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କୁ ନେ଼ଇ ଜମି ଚିହ୍ନଟ କରି ଭାଗ ବଣ୍ଟା କରାଯାଇଥିଲା । ଏହି ଜମି ବଣ୍ଟନ କୁ ନେଇ ଭାଇ ଭାଇ ମାନଙ୍କ ମଧ୍ୟରେ ଅନେକ ଦିନରୁ ଭଲ ବୁଝାମଣା ନ ଥିଲା । ଗାଁ ଭିତରେ ହେବାକୁ ଥିବା ଗଣେଶ ପୂଜା ଅବସରରେ ଗାଁ ଲୋକେ ନିଷ୍ପତି ନେଉ ଧାର୍ମେୟା ହିମିରିକା ପିତା ସମୁଲା ହିମରିକା ବିଶାଖାପାଟଣମ ଯାଇ ରେକୋଡେନ୍ସ ଵୁକ କରିବାକୁ ଯାଇ ବିଳମ୍ବ ରାତ୍ରରେ ଘରକୁ ଫେରି ଆସିଥିଲେ । ଏହାର ସୁଯୋଗ ନେଇ ମଧ୍ୟରାତ୍ର ୧୨ ଘଣ୍ଟା ସମୟରେ ଶଳା କୁର୍ମା ହିମରିକା ପିତା ସିତାନା ହିମରିକା ନିଜର ଜ୍ବାଇଁ ଧର୍ମେୟା ହିମରିକା ଶୋଇ ଥିବା ବେଳେ ଟାଙ୍ଗିଆରେ ବେକରେ ହାଣି ବାହାରକୁ ବାହାରି ଆସି ଥିଲେ । ଏହି ସମୟରେ ପାଖରେ  ସାନ ଛୁଆ କୁ ଧରି ଶୋଇ ଥିବା ଦୂତୀୟ ସ୍ତ୍ରୀ ଆପେଲି ହିମରିକା ସ୍ୱାମୀକୁ ହାଣି ଥିବା ଦେଖି ବାହାରକୁ ବାହାରି ଆସି ପାଟି କରି ଲୋକଙ୍କୁ ଡ଼ାକି ଥିଲେ । ଗାଁ ଲୋକ ଶୁଣି ଉଠିବା ବେଳକୁ ହତ୍ୟା କରି ଥିବା ବ୍ୟକ୍ତି ଦୌଡ଼ି ଯିବାକୁ ଆରମ୍ଭ କରିଥିଲା । ଗତ କାଲି ରାତ୍ରରେ ହତ୍ୟା ହୋଇଥିବା ବେଳେ ଆଜି ମୃତ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ କାମସେଲି ହିମରିକା ବନ୍ଧୁଗାଁ ପୋଲିସ ଥାନାରେ ଆସି ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଆଧାର କରି ପୋଲିସ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ନିଜେ କେଶ ହାତକୁ ନେଇ ଅଧିକ ତଦନ୍ତ ଜାରି ରଖି ଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ମୃତ୍ୟ ବ୍ୟକ୍ତି ଜଣକ ଓ ତାଙ୍କ ଭାଇ ମାନଙ୍କ ମଧ୍ୟରେ ଅନେକ ଦିନରୁ ଜମିବାଡ଼ି ସଂପର୍କିତ ବିବାଦ ରେ ଭାଇ ଭାଇ ମଧ୍ୟରେ ବାଦବିବାଦ ଲାଗି ରହି ଥିଲା। ଏହା ସହିତ ଭାଇ ର ପୁଅର ସ୍ତ୍ରୀକୁ ଦାଦା ରଖିବା ବିବାଦ ମଧ୍ୟ ରହିଥିଲା। ଏହି ହତ୍ୟା ପଛରେ ନିଜ ଭାଇ ମାନଙ୍କ ସଂପୂର୍ଣ୍ଣ ହାତ ଥିବା ସନ୍ଦେହ କରାଯାଉଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କୋଟି କୋଟି ଟଙ୍କା ଠକେଇ ମାମଲାରେ ଷ୍ଟେଟବ୍ୟାଙ୍କ ଡେପୁଟି ମ୍ୟାନେଜର ଙ୍କୁ ଗିରଫ କଲା ଇଓଡ଼ବ୍ଲ

Sunil Chandra Nayak

୫୦ରୁ ଉର୍ଦ୍ଧ୍ୱ ବିଦେଶୀ ମୃତ ପକ୍ଷୀ ବନବିଭାଗ ଦ୍ୱାରା ଜବତ

Sunil Chandra Nayak

ଅବକାରୀ ବିଭାଗକୁ ବଡ ସଫଳତା, ୫୦୦ ବସ୍ତା ମହୁଲ ଜବତ: ଗାଡି ଜବତ ଡ୍ରାଇଭର ଓ ହେଲପର ଗିରଫ୍ 

masiha

Leave a Comment

error: Content is protected !!