ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – କଣ୍ଢେଇର ବାହାଘର

କଣ୍ଢେଇର ବାହାଘର

 

ତୃପ୍ତି ରାଣୀ ପାତ୍ର

 

ହସ ଆନନ୍ଦର ସେ ହଜିଲା ଦିନ 

ମନେ ହୁଏ ଆନ୍ଦୋଳନ 

ହୋଇଗଲା ଶେଷ ଅଭୁଲା ସପନ

ଖୋଜୁଅଛି ନିଶିଦିନ ।

 

ଫେରି ଆସନ୍ତାକି ସେହି ପିଲାଦିନ 

ଖେଳୁଥାନ୍ତି ସାଥୀ ମେଳେ

କରିଥାଆନ୍ତି ମୋ କନ୍ୟାରତ୍ନ ଦାନ  

କାନ୍ଦନ୍ତି ବିଦାୟ ବେଳେ ।

 

ଦୁଇପକ୍ଷ ହୋଇ ବରକନ୍ୟା ସାଜି

ଖେଳୁଥିଲୁ ଆନନ୍ଦରେ

କଣ୍ଢେଇର ବାହାଘରେ ଖାଉ ଭୋଜି

ବସି ପଙ୍କ୍ତି ଭୋଜନରେ ।

 

ଆଉ ନାହିଁ କଣ୍ଢେଇର ବାହାଘର 

 ଟେଡି ଦିଆନିଆ ଭାବ

ପ୍ରେମର ପ୍ରତୀକ ରକ୍ତର ଗୋଲାପ 

ଉପହାରର ସଦ୍ଭାବ।

 

ଚକୋଲେଟ୍ ଦିଆ ମନ ମତାଣିଆ

କରୁଛି ସଭିଙ୍କୁ ବାୟା

ଅତୀତ ଗୌରବ ସ୍ମୃତିର ଫରୁଆ

ଥିଲା ବହୁତ ବଢିଆ ।

 

ଇଚ୍ଛା ଅନୁସାରେ ହୋଇଲେ ବିବାହ 

ଘେରେ ଅଶାନ୍ତି ବିଚ୍ଛେଦ 

କାମନା ବାସନା ସମ୍ପର୍କର ମୋହ

ତେଜି ମିଳେ ଆଶୀର୍ବାଦ । 

 

ଭୋଜିଭାତ ରନ୍ଧା ଯେ ମିଛିମିଛିକା 

ଯାନି ଯଉତୁକ ପ୍ରଥା

ଖେଳିଖେଳିକା ଯେ ପାଉଥିଲୁ ଶିକ୍ଷା

ନାହିଁ ଆଉ ତା’ର ସତ୍ତା ।

 

ମାଟିର କଣ୍ଢେଇ ସୁଶିକ୍ଷା ଦିଅଇ

ପିତାମାତା ସ୍ନେହାଧାରେ 

ସନ୍ତାନର ପାଇଁ ଭଲ ପାତ୍ର ଦେଖି 

ବାନ୍ଧୁଥିଲେ ବନ୍ଧନରେ । 

 

ହଜି ଗଲାଣି ସେ ପବିତ୍ର ବନ୍ଧନ

ନିଜ ପସନ୍ଦରେ ରାଜି

ପିତାମାତା ସୁକଲ୍ୟାଣେ ସୁସମ୍ପନ 

ସାତସ୍ୱପ୍ନ ହୁଏ ଆଜି ।

 

*ସହଦେବଖୁଣ୍ଟା, ବାଲେଶ୍ଵର *

Related posts

ଆଜିଠୁ ମାଓ ସପ୍ତାହ,ପୁଲିସ ପାଇଁ ଚ୍ୟାଲେଞ୍ଜ୍, ଅଧିକ ଉଗ୍ର ହେବା ଆଶଙ୍କା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନାରୀ ତୁହି ବନ୍ଦନୀୟା

Sunil Chandra Nayak

Leave a Comment

error: Content is protected !!