ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଳକୂପ ପାଣି ରୁ ବାହାରୁଛି କେଞ୍ଚୁଆ

ନଳକୂପ ପାଣି ରୁ ବାହାରୁଛି କେଞ୍ଚୁଆ

କୋଲନରା : ୧୩/୦୯ ରାଜ୍ୟ ସରକାର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳଯୋଗାଣ କରି ଲୋକଙ୍କ ପାଣି ସମସ୍ୟା ଦୂର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି ସେପ୍ଟେମ୍ବର ମାସରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖିବାକୁ ମିଳୁଛି । ପ୍ରତ୍ୟେକ ପରିବାର ରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଅଛି । କିନ୍ତୁ ପ୍ରତି ବର୍ଷ ଅଗଷ୍ଟ, ସେପ୍ଟେମ୍ବର ମାସରେ ସ୍ୱାସ୍ଥ୍ୟ ସମସ୍ୟା ପ୍ରତିଟି ପରିବାର ରେ ଦେଖିବାକୁ ମିଳିଛି। ସେହି ପରି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ନିକଟସ୍ଥ ବାଡିସଲା ଗ୍ରାମରେ ।ଗ୍ରାମ ରେ ୩୦ ଗୋଟି ପରିବାର କୁ ପ୍ରାୟ ୧୫୦ ଜଣ ଲୋକ ବସବାସ କରୁଥିବା ବେଳେ ଆଜି ନଳକୂପ ରୁ ଜିଆ ( କେଞ୍ଚୁଆ ) ବାହାରିଥିବା ଦେଖିବାକୁ ମିଳିଛି । ଏହି ପାଣି ବ୍ୟବହାର କରି ଲୋକଙ୍କ ଦେଖ ଖରାପ ହୋଉଥିବା ଗ୍ରାମବାସୀ କହିଛନ୍ତି । ଜିଲ୍ଲା ପ୍ରଶାସନ ଦ୍ୱାରା ପାନୀୟ ଜଳର ବିଶୁଦ୍ଧି କରଣ କରିବା ପାଇଁ ଥିଲେ ମଧ୍ୟ କାହାର ଦେଖା ମିଳି ନ ଥିବା କହିଛନ୍ତି।ଯଦି ନଳକୂପ ବିଶୁଦ୍ଧି କରଣ କରାନଯାଏ ତେବେ ସାନ ସାନ ଛୁଆ ମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବ ବୋଲି ଚିନ୍ତାରେ ଗ୍ରାମବାସୀ । ପାନୀୟ ଜଳ ସମସ୍ୟା କୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଭିଯୋଗ କରିଛନ୍ତି।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧୧ ତମ କୃଷି ଗଣନା ୨୦୨୧-୨୨ ନିମନ୍ତେ ପ୍ରଥମ ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ , ଜାନୁଆରୀରୁ ସର୍ଭେ 

Sunil Chandra Nayak

ଦୂର୍ନିତୀର ଗନ୍ତାଘର ପାଲଟିଛି ବହଳଦା ବ୍ଲକ

Sunil Chandra Nayak

ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ

Leave a Comment

error: Content is protected !!