ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷା ରେ ଭୁଶୁଡ଼ିଲା କୁସୁମା ଗୌଡ଼ ଙ୍କ ଘର

ଲଗାଣ ବର୍ଷା ରେ ଭୁଶୁଡ଼ିଲା କୁସୁମା ଗୌଡ଼ ଙ୍କ ଘର 

ତେନ୍ତୁଳିଖୁଣ୍ଟି ୧୩/୦୯/୨୩ //  ଯାହାକୁ ମିଳୁଛି ତାଙ୍କ ସକୁଟୁମ୍ବ ପ୍ରଧାନ ମନ୍ତ୍ରୀ ଆବାସ ଘର ଇନ୍ଦିରା ଆବାସ ଗୃହ ମିଳୁଛି। ବଞ୍ଚିତ କେବଳ କୁସୁମା ଗୌଡ଼ ,ଶଶୀ ପ୍ରଧାନୀ ,ଦିନା ହରିଜନ ,ପଦ୍ମା ପ୍ରଧାନୀ ଭଳି ବ୍ୟକ୍ତି। ବାପା ନାମରେ , ଇନ୍ଦିରା ଆବାସ ମା ନାମରେ ପ୍ରଧାନ ମନ୍ତ୍ରୀ ଆବାସ , ସ୍ତ୍ରୀ ନାମରେ ପ୍ରଧାନ ମନ୍ତ୍ରୀ ଆବାସ ତ ନିର୍ମାଣ ଶ୍ରମିକ ହେଉ ଟେରାକୋଟା ଶିଳ୍ପୀ ଭାବେ ଆବାସ ଗୃହ ମିଳୁଛି।ମିଳୁନି ଯେଉଁ ମାନଙ୍କୁ ସେମାନଙ୍କ ଉପରେ ହିଁ ପ୍ରକୃତି ର କୋପ। ଏଭଳି ସ୍ଥିତି ଶଶୀ ପଦ୍ମା ପରେ ଏବେ ପାଳି ପଡିଛି ଖାତିଗୁଡା ଗ୍ରାମର କୁସୁମା ଗୌଡ଼ ର। ଦୁଇ ଦିନ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି ଝାଟିମାଟି ଘର ର ଗୋଟିଏ କଠୋରି। ବର୍ତ୍ତମାନ କୁସୁମା ଓ ସ୍ୱାମୀ ବେଣୁଧର ଗୌଡ଼ ବର୍ଷା ଶେଷ ହେଲେ ସଜାଡ଼ିବେ ତାଙ୍କ ଝାଟିମାଟି ର ଘରକୁ। ଆବାସ ଘର ତ ସ୍ୱପ୍ନ ,କେବଳ ରାଜସ୍ୱ ବିଭାଗ ପଲିଥିନ ଯୋଗାଇ ଦେବ। ସେଥିପାଇଁ ବି ଲଗାଣ ବର୍ଷା ବାଧକ। ଘରର ସାମଗ୍ରୀ କୁ ଖୋଲାରେ ଛାଡି ଯିବେ କିପରି ଚିନ୍ତାରେ। ବର୍ଷା ଛାଡିଲେ ପଡୋ ଶି ଘରେ ରଖୀ ସରକାରୀ ସହାୟତା ନେବେ ଏହି ଦମ୍ପତ୍ତି। 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କାଳବୈଶାଖୀ ରେ ବ୍ଲକ ପରିସରରେ ଭାଙ୍ଗିଥିବା ତିନୋଟି ଗଛକୁ ସଫା କଲା ଦମକଳ ବାହିନୀ

masiha

କୈବଲ୍ୟ ସାହିତ୍ୟ ସଂସଦର ବଡ଼ଦାଣ୍ଡ ସମ୍ମାନ ସମାରୋହ

Sunil Chandra Nayak

ବୋଲ ବମ କାଉଡ଼ିଆ ସେବା ଶିବିର ଶୁଭ ଉଦଘାଟନ

masiha

Leave a Comment

error: Content is protected !!