ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ବର୍ଷାରେ ଡାବୁଗାଁ ବେହାଲ 

ପ୍ରବଳ ବର୍ଷାରେ ଡାବୁଗାଁ ବେହାଲ 

ଡାବୁଗାଁ, ୧୩/୯ (ମ.ନି.ସ.)- ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ପ୍ରବଳ ବର୍ଷା ଯୋଗୁ ଡାବୁଗାଁ ବେହାଲ | ଆଜି ସକାଳ ୮.୩୦ ଘ. ଠାରୁ ୧୦.୩୦ ଘ. ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାରୁ ବ୍ଲକ କଲୋନୀ ପରିସରରେ ଥିବା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟ|ଳୟ ପରିସରରେ ୩ ଫୁଟ ବର୍ଷ ଜଳ ଜମି ରହିଥିବା ବେଳେ କାର୍ଯ୍ୟ|ଳୟ ମଧ୍ୟରେ ପ୍ରାୟ ୧ ଫୁଟ ର ପାଣି ରହିଥିବା ଦେଖିବାକୁ ମିଳିଛି | କର୍ମଚାରୀ ମାନେ ଆଣ୍ଠୁଏ ପାଣିରେ ପଶି କାର୍ଯ୍ୟ|ଳୟକୁ ଯାଉଥିବା ଦେଖା ଦେଇଛି | ଏହାସହ ବ୍ଲକ କଲୋନୀ ବିଦ୍ୟାଳୟ ପରିସରରେ ମଧ୍ୟ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି | ପିଲାମାନେ ପାଣିରେ ପଶି ଶ୍ରେଣୀଗୃହକୁ ଯାଇଥିଲେ | ମୁଖ୍ୟ ରାସ୍ତା କଡରେ ଥିବା ଡ୍ରେନ ଭର୍ତ୍ତି ହୋଇ ଡ୍ରେନ ପାଣି ରାସ୍ତାରେ ୧ ଫୁଟର ପାଣି ଚାଲିଥିଲା | ଅଧା ଘଣ୍ଟା ବର୍ଷା ଛାଡିବା ପରେ ପୁଣି ବର୍ଷା ହେଉଥିବାରୁ ଯାତାୟତ ରେ ବାଧାପ୍ରାପ୍ତ, ଅଧିକାଂଶ ଦୋକାନ ବନ୍ଦ ରହିଥିବା ବେଳେ ବଜାରରେ ଜନଶୂନ୍ୟ ଦେଖାଦେଇଛି | ଏନେଇ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ

masiha

ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ନେଇ ଜନପ୍ରତିନିଧିଙ୍କ ପକ୍ଷରୁ ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଦାବିପତ୍ର ସହ ଆଲୋଚନା 

masiha

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!