ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଇପ ଲାଇନ ବିଛାଇବା ନାମରେ ରାସ୍ତା ଖୋଳି ଖାତିଗୁଡା ଗ୍ରାମ ର ସାହି ରାସ୍ତା ବିପର୍ଯ୍ୟସ୍ତ : ଦୁଇ ଦିନର ଲଗାଣ ବର୍ଷାରେ ସ୍ଥିତି ବେହାଲ 

ପାଇପ ଲାଇନ ବିଛାଇବା ନାମରେ ରାସ୍ତା ଖୋଳି ଖାତିଗୁଡା ଗ୍ରାମ ର ସାହି ରାସ୍ତା ବିପର୍ଯ୍ୟସ୍ତ : ଦୁଇ ଦିନର ଲଗାଣ ବର୍ଷାରେ ସ୍ଥିତି ବେହାଲ 

 ତେନ୍ତୁଳିଖୁଣ୍ଟି -୧୩/୦୯/୨୩ -// ପାଇପ ଲାଇନ ବିଛାଇ ତେନ୍ତୁଳିଖୁଣ୍ଟି ବ୍ଲକ ର ସମସ୍ତ ଗ୍ରାମ୍ୟ ରାସ୍ତା କୁ ନଷ୍ଟ ବିନଷ୍ଟ କରି ଛାଡି ଦେଇଛନ୍ତି ଠିକା ନେଇଥିବା କମ୍ପାନୀ। କେବଳ ପାଣି ଟିକିଏ ଦେବେ ଯେ ବ୍ଲକ ର ପ୍ରତ୍ୟେକ ଗ୍ରାମ ର ସାହି ଓ ଜନବସତି ରାସ୍ତା ଘରକୁ ପାଇପ ସଂଯୋଗ ନାମରେ ଖୋଳି ନଷ୍ଟ କରି ଦେଇଛନ୍ତି। ମରାମତି କରିବା ନାଁ ଧରୁ ନାହାନ୍ତି,ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ସେହି ନିର୍ଦ୍ଦିଷ୍ଟ ରାସ୍ତା ବା ସ୍ଥାନରେ ହିଁ ମରାମତି କରୁଛି।ସେମାନଙ୍କ ଟେଣ୍ଡର ରାଜ୍ୟ କ୍ୟାବିନେଟ ସ୍ୱୀକୃତ ହୋଇଥିବାରୁ କାହାରି କୁ ମାନୁ ନାହାନ୍ତି । ଖାତିଗୁଡା ଗ୍ରାମ ର ଗୌଡ଼ ସାହି ,କୁମ୍ଭାର ସାହି ,ଦଳେଇ ସାହି ଖଣ୍ଡିଆ ସାହି ରାସ୍ତା ରେ ପାଇପ ବିଛାଇବା ନାମରେ ଖୋଳି ସାମାନ୍ୟ ଘୋଡାଇ ଛାଡି ଦେଇଥିଲା ତାର ପରିଣାମ ଦୁଇ ଦିନର ଲଗାଣ ବର୍ଷା ରେ ଅନୁଭୂତ ହେଉଛି। ରାସ୍ତା ରେ ଖୋଳା ଯାଇଥିବା ସ୍ଥାନରେ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଯାଇଛି । ପାଇପ ଲାଇନ ବିଛାଇବା ପରେ କେବଳ ମାଟି ପୋତି ଛାଡି ଦେଉଛି ଠିକା କମ୍ପାନୀ କୌଣସି ଠୋସ ପଦକ୍ଷେପ ଏ ଯାବତ ନେଇ ନାହାନ୍ତି। ସାହି ରାସ୍ତା ଗୁଡିକର ଏଭଳି ଅବସ୍ଥା ବର୍ତ୍ତମାନର ଲଗାଣ ବର୍ଷା ସ୍ଥିତି ବେହାଲ କରିଦେଇଛି। ସାମାନ୍ୟ ଅସାବଧାନତା ଦୁର୍ଘଟଣା ର କାରଣ ସାଜିବ। କେତେ କଷ୍ଟ ରେ ସି ସି ରୋଡ଼ ହୋଇଛି ଯିଏ ଉଦ୍ୟମ କରିଛି ସେ ହିଁ ଜାଣିଛି। ପା ଇପ ବିଛାଇବା ନାମରେ ଏତାଦୃଶ ଖୋଳି ଛାଡିବା ଦ୍ୱାରା ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ଗ୍ରାମର ସାହି ରାସ୍ତା ରେ ସୃଷ୍ଟ ଗର୍ତ୍ତ ଦ୍ୱାରା ହେଉଛି। ଚଳିତ ବର୍ଷ ବଡ଼ ବର୍ଷା ହୋଇି ନ ଥିଲା କିନ୍ତୁ ଯେଉଁ ଗାତ ଖୋଳି ପାଇପ ବିଛାଇ ସମାନ୍ୟ ମାଟି ପକାଇ ଛାଡିଛି ସେଠାରେ ମାଟି ଧସେଇ ବିରାଟ ଗର୍ତ୍ତ ହେଲାଣି। ରାସ୍ତା ସ୍ଥିତି କୁ କୌଣସି ଏକ ନିରପେକ୍ଷ ବୈଷୟିକ ଦଳ ପାଇପ ବିଛାଇବା ରେ କ୍ଷତିଗ୍ରସ୍ତ ରାସ୍ତା ଗୁଡିକୁ ପରିଦର୍ଶନ କରି ସକାରାତ୍ମକ ପଦକ୍ଷେପ ନେବା ପାଇଁ ଦାବି ହେଉଛି। ଧନଜୀବନ ହାନି ହେବା ପୂର୍ବରୁ ଗ୍ରାମ୍ୟ ରାସ୍ତା ଓ ସାହି ରାସ୍ତା ତଥା କଲୋନୀ ରାସ୍ତା ର ମରାମତି ଉକ୍ତ ଠିକା କମ୍ପାନୀ ଦ୍ୱାରା କରାଇବାକୁ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ.ଏଲ.ଏନ ଗ୍ରେଡ଼ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ବୈଠକ

masiha

ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଭୋଟର ଦିବସ ପାଳିତ

Sunil Chandra Nayak

World Environment Day was observed by the Institution of Engineers (India), Rourkela Local Centre

masiha

Leave a Comment

error: Content is protected !!