ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ସାର୍ବଜନୀନ ଦୁର୍ଗାପୂଜା କମିଟି କର୍ମକର୍ତ୍ତା ଚୟନ

କୋକସରା ସାର୍ବଜନୀନ ଦୁର୍ଗାପୂଜା କମିଟି କର୍ମକର୍ତ୍ତା ଚୟନ

କୋକସରା,୧୨/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମା ଠାରେ ବ୍ଲକ ସ୍ତରୀୟ ସାର୍ବଜନୀନ ଦୁର୍ଗା ପୂଜା ପାଇଁ ଶିଵ ମନ୍ଦିର ପରିସରରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଗତ ବର୍ଷର ପୂଜାର ଆୟବ୍ୟୟ ହିସାବ ପୂର୍ବତନ ସଭାପତି ଗୋବର୍ଦ୍ଧନ ବାଗ ଉପସ୍ଥାପନ କରିଥିଲେ। ଉପସ୍ଥିତ ଗ୍ରାମବାସୀଙ୍କ ସର୍ଵ ସମ୍ମତି ପ୍ରଦାନ କ୍ରମେ ପୂଜା କମିଟିର ସଭାପତି ଭାବେ ତ୍ରିଭୁବନ ନାଏକ, ଉପ ସଭାପତି ବନମାଳୀ ପ୍ରଧାନୀ, ସନତ କୁମାର ପ୍ରଧାନୀ, ସାଧାରଣ ସମ୍ପାଦକ ଭାବେ ଅଧୁରାଜିତ ନାଏକ, ଯୁଗ୍ମ ସମ୍ପାଦକ ଅମିତ ସୁନା, ଅମୂଲ୍ୟ ବିଶି,।କୋଷାଧ୍ୟକ୍ଷ ସୀମାଞ୍ଚଲ ବେହେରା, ତପନ ମାଝୀଙ୍କୁ ମନୋନୀତ କରାଯାଇଛି। ପୂଜା କମିଟିର ଉପଦେଷ୍ଟା ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଗୋବର୍ଦ୍ଧନ ବାଗ, ଶ୍ରୀନିବାସ ପ୍ରଧାନୀ, ରାମଚନ୍ଦ୍ର ପାଣିଗ୍ରାହୀ, ବିନୋଦ ବିହାରୀ ରାଉତ, ନବୀନ ନାଏକ, ଅନିଲ କୁମାର ପ୍ରଧାନୀ, ପୁରୁଷୋତ୍ତମ ନାଏକ, ପ୍ରମୋଦ ପ୍ରଧାନୀ, ସୁଶାନ୍ତ ବେହେରା, ମହେଶ ଗୁପ୍ତା, ଦୁଷ୍ମନ୍ତ ପାଟ୍ଟଯୋଷୀ ରହିଛନ୍ତି। ଚଳିତ ବର୍ଷ ଦୁର୍ଗା ପୂଜା ବଜାର ପଡ଼ିଆ ସ୍ଥିତ କଲ୍ୟାଣ ମଣ୍ଡପ ନିକଟରେ ନୂତନ ଦୁର୍ଗା ମଣ୍ଡପରେ କରାଯିବାକୁ ସର୍ଵ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଶିଖା ଟ୍ରଷ୍ଟ ପକ୍ଷରୁ ହରିଜନ ଓ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ନିଶୁଳ୍କ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ

Sunil Chandra Nayak

ଧର୍ମଗଡ ବ୍ଲକ ବେହେରା ଠାରେ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର 

masiha

Leave a Comment

error: Content is protected !!