ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଚୟନ ତ୍ରିଲୋଚନ ପାଣିଗ୍ରାହୀ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଚୟନ ତ୍ରିଲୋଚନ ପାଣିଗ୍ରାହୀ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

ଥୁଆମୂଳ ରାମପୁର:୧୩/୦୯ – (ମନିସ):- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ତ୍ରିଲୋଚନ ପାଣିଗ୍ରାହୀ ଜଣେ ସୁସଙ୍ଗଠକ, ସୁବକ୍ତା ଭାବରେ ପରିଚିତ, ଛାତ୍ର ଜୀବନରୁ ହିଁ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରି କଂଗ୍ରେସ ପାଇଁ କାମ କରି ଆସିଥିଲେ, ପରେ ଛାତ୍ର କଂଗ୍ରେସ ସଭାପତି ଯୁବ କଂଗ୍ରେସ ସଭାପତି. ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଏହି ସବୁ ଦାୟିତ୍ୱ ପାଇ ସେ ସମସ୍ତ ଦାଇତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିଆସିଛନ୍ତି। ଏପରିପ୍ରେକ୍ଷୀରେ ଏହାକୁ ଦୃଷ୍ଟିରେ ରଖି ତାଙ୍କ ଉପରେ ଆଶା ଓ ବିଶ୍ୱାସ କରି ତାଙ୍କୁ ମାନ୍ୟବର ନେତା ଶ୍ରୀ ଯୁକ୍ତ ଭକ୍ତ ଚରଣ ଦାସ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ଶରତ ପଟନାୟକ. ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ଭାରତ ଭୂଷଣ ବେମାଲ ପ୍ରମୁଖ ଶ୍ରୀ ତ୍ରିଲୋଚନ ପାଣିଗ୍ରାହୀ ଙ୍କୁ କଳାହାଣ୍ଡି ଜିଲ୍ଳା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତି କରିଛନ୍ତି। ତେଣୁ ସମସ୍ତ କଂଗ୍ରେସ ବରିଷ୍ଠ ନେତାଗଣ, କଂଗ୍ରେସ ଯୁବ ନେତା ତଥା ସମସ୍ତ କର୍ମୀମାନଙ୍କୁ ଧନ୍ୟବାଦ। କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ବର୍ତ୍ତମାନ ଠିକ ସମୟରେ ଉପଯୁକ୍ତ ବ୍ୟକ୍ତି ଙ୍କୁ ପଦବୀରେ ନିଯୁକ୍ତି କରିଥିବାରୁ, ଶ୍ରୀ ପାଣିଗ୍ରାହୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ରାଜନୈତିକ ଜୀବନରେ ତାଙ୍କର ଭବିଷ୍ୟତ ଉଜ୍ଜଳ ମୟ ହେଉ ବୋଲି କଂଗ୍ରେସ କମିଟି ପକ୍ଷରୁ କହିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଧୃବ ଙ୍କ ନେତୃତ୍ବରେ ବିକଶିତ ରାଜନଗର ନିର୍ବାଚନ ମଣ୍ଡଳୀରେ ଯୋଡି ଶଙ୍ଖ ବନାମ ଡବଲ ଇଞ୍ଜିନ ପ୍ରତି ସମର୍ଥନ ବୃଦ୍ଧି

masiha

କଂଗ୍ରେସ କର୍ମୀ ସମ୍ମିଳନୀ ଓ ନିର୍ବାଚନ

Sunil Chandra Nayak

ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!