ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ହଷ୍ଟେଲସ ର ଶହୀଦ ଦିବସ ପାଳନ

ରାଉରକେଲା-୨୩/୩ ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୁଲ୍ୟରେ ଶହୀଦ ଦିବସ ପାଳିତ ହୋଇଯାଇଛି।ଯୁବ ହଷ୍ଟେଲସ ର ଅଧ୍ୟକ୍ଷ ବୁଦ୍ଧଦେବ ବାସୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉତ୍ସବରେ ୧୯୩୧ ମସିହା ଆଜିର ଦିନରେ ଭାରତମାତା ର ବୀର ସୁପୁତ୍ର କ୍ରାନ୍ତିକାରୀ ଶହୀଦ ଏ ଆଜମ ଭଗତ ସିଂହ,ଶିବରାମ ରାଜଗୁରୁ ଏବଂ ସୁକଦେବ ଙ୍କୁ ଫାଶୀ ଖୁଣ୍ଟରେ ଇଂରେଜ ସରକାର ଝୁଲାଇ ଦେଇଥିଲେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି। ଜଣେ ବ୍ରିଟିଶ ପୋଲିସ ଅଧିକାରୀଙ୍କୁ ହତ୍ୟା ଅଭିଯୋଗରେ ତଥା ବଟୁକେଶ୍ଵର ଦତ୍ତ ସେଣ୍ଟ୍ରାଲ ଆସେମ୍ଲି ଭିତରକୁ ବୋମା ପକାଇବା ଘଟଣାରେ ଇଂରେଜ ସରକାର ଏହି ୩ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।ଏହି ସମୟରେ ଭଗତ ସିଂହ ଓ ସୁଖଦେବ ଙ୍କୁ ୨୩ ବର୍ଷ ବୟସ ହୋଇଥିବା ବେଳେ ଶିବରାମ ରାଜଗୁରୁଙ୍କୁ ୨୨ ବର୍ଷ ବୟସ ହୋଇଥିଲା।ଏହି ଘଟଣା ଯୁବ ଗୋଷ୍ଠୀ ଙ୍କୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ ଏହା ନିଃସନ୍ଦେହ ବୋଲି ସମ୍ପାଦକ ନିରଞ୍ଜନ ସାମଲ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଗଠନ ସମ୍ପାଦକ ନିରଞ୍ଜନ ବେହେରା, ଯୁଗ୍ମ ସମ୍ପାଦକ ସରୋଜ ପଟ୍ଟନାୟକ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ଲେଙ୍କା, ରାଜେଶ ଅଗ୍ରୱାଲ,ପି ପି କେ ପାତ୍ର,ଆଶିଷ ବିଶ୍ରା ହେମ୍ରମ, ପ୍ରକାଶ ଚନ୍ଦ୍ର ମିଶ୍ର, ପିତାମ୍ବର ସ, ପଙ୍କଜ ପାଢ଼ୀ,ସମରକାନ୍ତ ମଲ୍ଲିକ ଏବଂ ସୁଚିତ୍ରା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବିଶ୍ୱ ମିତବ୍ୟୟୀତା ଦିବସ ଅବସରରେ ସଚେତନତା ରଥ ପରିକ୍ରମା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗଣେଶ କୁହନ୍ତି

Sunil Chandra Nayak

ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!