ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପରଚୁବୁରୀ ଗ୍ରାମର ନାବାଳକ ଗାଁ ପୋଖରୀରେ ବୁଡି ମୃତ୍ୟୁ

ଥୁଆମୂଳ ରାମପୁର:୨୪/୩- ମ.ନି.ସ:- ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ବିଷୟରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାଯାଏ ଯେ,କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ମହୁଲ ପାଟଣା ଫାଣ୍ଡି ଅଧିନରେ ଥିବା ଉପରଚୁବୁରୀ ଗ୍ରାମର ଇଶ୍ବର ନାଏକଙ୍କ ଏକମାତ୍ର ପୁଅ ଦେବାଶିଷ (୧୨) ବୁଧବାର ଦିନ ଗାଁରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ଅସାବଧାନତା ବସତଃ ଗଭୀର ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାକୁ ସୂଚନା ଦିଆଯାଇଥିଲା। ପରେ ମହୁଲପାଟଣା ଫାଣ୍ଡି ଅଧିକାରୀ ବୁଲୁ ସେଠୀ ଓ ଅଗ୍ନିଶମ ବିଭାଗର ଉଦ୍ଧାର କାରି କର୍ମଚାରୀ ଘଟଣା ସ୍ଥଳରେ କୁ ଯାଇ ପୋଖରୀରୁ ମୃତ ଦେହକୁ ଉଦ୍ଧାର କରିଥିଲେ। ପୁଲିସ ଶବ ବ୍ଯବଚ୍ଛେଦ କଲାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ, ଏସଂକ୍ରାନ୍ତରେ ଥୁଆମୂଳ ରାମପୁର ପୁଲିସ ପକ୍ଷରୁ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ହାବିଲଦାର ଶିବ ପ୍ରସାଦ ପାତ୍ର, ଡ୍ରାଇଭର ଶିବ କିଶାନ,ରଞ୍ଜିତ ଖଣ୍ତଗିରୀ,ଗୁପ୍ତେଶ୍ବର କୁଅଁର,ଦୁଃର୍ଯ୍ଯୋଧନ ଜଗତ ପ୍ରମୁଖ ଶବକୁ ଉଦ୍ଧାର କାର୍ଯ୍ଯରେ ଲାଗିଥିଲେ। ଏହି ମର୍ମାହତ ଘଟଣାରେ ଗାଁ ତଥା ଅଞ୍ଚଳରେ ଶୋକା କୁଳ ପରିବେଶ ସୃଷ୍ଟି କରିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ଓ ସଚେତନ ନାଗରିକ ମଞ୍ଚ ତରଫରୁ କଳମପୁର ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ

Sunil Chandra Nayak

ବିଶମ କଟକ ଅଧ୍ଯକ୍ଷା ଭାବେ ଯଶୋଦା ନିର୍ବାଚିତ

Sunil Chandra Nayak

ଆଶାକର୍ମୀ ମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତାଲିମ

Sunil Chandra Nayak

Leave a Comment

error: Content is protected !!