ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପରଚୁବୁରୀ ଗ୍ରାମର ନାବାଳକ ଗାଁ ପୋଖରୀରେ ବୁଡି ମୃତ୍ୟୁ

ଥୁଆମୂଳ ରାମପୁର:୨୪/୩- ମ.ନି.ସ:- ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ବିଷୟରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାଯାଏ ଯେ,କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ମହୁଲ ପାଟଣା ଫାଣ୍ଡି ଅଧିନରେ ଥିବା ଉପରଚୁବୁରୀ ଗ୍ରାମର ଇଶ୍ବର ନାଏକଙ୍କ ଏକମାତ୍ର ପୁଅ ଦେବାଶିଷ (୧୨) ବୁଧବାର ଦିନ ଗାଁରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ଅସାବଧାନତା ବସତଃ ଗଭୀର ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାକୁ ସୂଚନା ଦିଆଯାଇଥିଲା। ପରେ ମହୁଲପାଟଣା ଫାଣ୍ଡି ଅଧିକାରୀ ବୁଲୁ ସେଠୀ ଓ ଅଗ୍ନିଶମ ବିଭାଗର ଉଦ୍ଧାର କାରି କର୍ମଚାରୀ ଘଟଣା ସ୍ଥଳରେ କୁ ଯାଇ ପୋଖରୀରୁ ମୃତ ଦେହକୁ ଉଦ୍ଧାର କରିଥିଲେ। ପୁଲିସ ଶବ ବ୍ଯବଚ୍ଛେଦ କଲାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ, ଏସଂକ୍ରାନ୍ତରେ ଥୁଆମୂଳ ରାମପୁର ପୁଲିସ ପକ୍ଷରୁ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ହାବିଲଦାର ଶିବ ପ୍ରସାଦ ପାତ୍ର, ଡ୍ରାଇଭର ଶିବ କିଶାନ,ରଞ୍ଜିତ ଖଣ୍ତଗିରୀ,ଗୁପ୍ତେଶ୍ବର କୁଅଁର,ଦୁଃର୍ଯ୍ଯୋଧନ ଜଗତ ପ୍ରମୁଖ ଶବକୁ ଉଦ୍ଧାର କାର୍ଯ୍ଯରେ ଲାଗିଥିଲେ। ଏହି ମର୍ମାହତ ଘଟଣାରେ ଗାଁ ତଥା ଅଞ୍ଚଳରେ ଶୋକା କୁଳ ପରିବେଶ ସୃଷ୍ଟି କରିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସାଂସଦ ଶ୍ରୀଯୁକ୍ତ ସପ୍ତଗୀରୀ ଉଲ୍ଲକାଙ୍କ ମୁନିଗୁଡା ବ୍ଲକ ଗସ୍ତ

Sunil Chandra Nayak

ମହିଳା ସ୍ୱୟଂ ସହାୟକଙ୍କୁ ଚାଉଳ ବଣ୍ଟନରୁ ବାଦ ଦେବାକୁ ନେଇ ବ୍ଲକ ଘେରାଉ, ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ବିକାଶର ବିକଳ ଚିତ୍ର, ଅଭିଶପ୍ତ ଗାଁ ନାଗୁପଡ଼ା..

Sunil Chandra Nayak

Leave a Comment

error: Content is protected !!