ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଖାରବେଳନଗର ଶାଖା)ରାୟଗଡା ର ନିର୍ବାଚନୀ ବୈଠକ ଅନୁଷ୍ଠିତ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଖାରବେଳନଗର ଶାଖା)ରାୟଗଡା ର ନିର୍ବାଚନୀ ବୈଠକ ଅନୁଷ୍ଠିତ

ରାୟଗଡା // ୧୭.୯.୨୩ ତାରିଖରେ ଶ୍ରୀ ଜଗନ୍ନାଥ ମନ୍ଦିର, ରାୟଗଡ଼ା ଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଖାରବେଳନଗର ଶାଖା)ରାୟଗଡା ର ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତି କ୍ରମେ ସଂଗଠନ ନିର୍ବାଚନ ସାମୟିକ ଭାବେ ସ୍ଥଗିତ ରଖାଯାଇ ପୁଣି ନଭେମ୍ବର ମାସ 5 ତାରିଖରେ କରିବା ପାଇଁ ସ୍ଥିର କରାଗଲା।ଆସନ୍ତା ତା19/9/23ରିଖ ରେ OPS ରଥ/ଶିକ୍ଷା ରଥ ରାୟଗଡ଼ା ଆଗମନ କାର୍ଯ୍ୟକ୍ରମ/ ଶିକ୍ଷକ ମାନଙ୍କ ପ୍ରମୋସନ ଏବଂ ଅନ୍ଯାନ୍ଯ ଗଠନମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ସଭାରେ ଉପସ୍ଥିତ ଥିବା NPS ଶିକ୍ଷକ ସଂଘ ର ସଭ୍ୟ ଏବଂ ଗଣଶିକ୍ଷକ ସଂଘ ର ସଭ୍ୟ ଏବଂ 11 ଗୋଟି ବ୍ଲକ ର ସଭାପତି,ସଂପାଦକ ଏବଂ ସଭ୍ଯ ମାନଙ୍କୁ ନେଇ ଷ୍ଟିଅରିଂ କମିଟି ଗଠନ କରାଯାଇ ଥିଲା।ଉକ୍ତ ସଭାରେ ଜିଲ୍ଲାର ଶିକ୍ଷକ ମାନଙ୍କ ସମସ୍ୟା, ସାଂଗଠନିକ ସମସ୍ୟା ଉପରେ ଆଲୋଚନା କରାଯାଇ ଥିଲା।ସାମ୍ପ୍ରତିକ ଶିକ୍ଷକଙ୍କ ଆନ୍ଦୋଳନ ଏବଂ ଦାବୀ ଗୁଡିକ ଯଥାର୍ଥ ବୋଲି କୁହାଯାଇଥିବା ବେଳେ ବିଦ୍ୟାଳୟ ବନ୍ଦ କୁ ନାପସନ୍ଦ କରାଯାଇଥିଲା । ଏହି ସଭାରେ ରାଜ୍ୟ ସଂଘ ଉପ-ସଭାପତି ଶ୍ରୀମତୀ ଶୋଭାରାଣୀ ଦୋରା ଅଧ୍ୟକ୍ଷତା କରିଥିବାବେଳେ, ଜିଲ୍ଲା ସଂଘ ସଂପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିଲେ।ଷ୍ଟିୟରିଂ କମିଟି ର ସଭାପତି ରୂପେ ଶ୍ରୀମତୀ ଏ.ଅରୁଣା ,ସଂପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରତ୍ୟେକ ବ୍ଲକ ସଂଗଠନର ସଭାପତି/ସଂପାଦକ ଏବଂ ସଭ୍ଯ ମାନଙ୍କୁ ସଭ୍ଯ ରୂପେ ମନୋନୀତ କରାଯାଇଥିଲା। ସଭାରେ ମୁନିଗୁଡ଼ା ବ୍ଲକ ସଭାପତି ଶ୍ରୀ ପ୍ରମୋଦ ପଣ୍ଡା,ସଂପାଦକ ଶ୍ରୀଯୁକ୍ତ ହେମନ୍ତ ମିଶ୍ର, ବିଷମକଟକ ବ୍ଲକର ଶ୍ରୀ ଶିବପ୍ରସାଦ ପାଢୀ, ରାୟଗଡା ବ୍ଲକ ର ଶ୍ରୀ ପ୍ରତାପ ବାତ୍ରିଆ, ଶ୍ରୀ ପ୍ରମୋଦ ପାଣିଗ୍ରାହୀ,ହେମଲତା ସାହୁ, କୋଲନରା ବ୍ଲକ ର ଶ୍ରୀ ନାରାୟଣ ବିଡିକା ,ଶିବ ରାମ ମହାଙ୍କୁଡ, ପ୍ରଦୀପ ସାହୁ, ପ୍ରଫୁଲ୍ଲ ପାଢୀ. ବି.ନାଗରାଜୁ ତଥା ଅନ୍ଯ ସମସ୍ତ ବ୍ଲକ ର ବିଶିଷ୍ଟ ଶିକ୍ଷକ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ୧୯.୯.୨୩ ତାରିଖ ଦିନ୨ଟାରେ ରାୟଗଡ଼ା ଆସୁଥିବା ଶିକ୍ଷାରଥକୁ ସ୍ୱାଗତ କରିବା ପାଇଁ ଏବଂ ସମାବେଶରେ ଯୋଗ ଦେବା ପାଇଁ ରାୟଗଡ଼ା ଜିଲ୍ଲାର ସମସ୍ତ ନୂତନ ପେନ୍ସନ୍ ଭୁକ୍ତ ଶିକ୍ଷକ,ନିୟମିତ ଶିକ୍ଷକ ତଥା ସମସ୍ତ ନୂତନ ପେନ୍ସନଭୁକ୍ତ ସମସ୍ତ ବିଭାଗର କର୍ମଚାରୀଙ୍କୁ    ରାୟଗଡ଼ା ନଗରଭବନ ଠାରେ ଏକତ୍ରିତ ହେବା ପାଇଁ ଅନୁରୋଧ କରାଗଲା ।

ସଭା ଶେଷରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଦକ୍ଷିଣୀ ଶୌଣ୍ଢିକ ସମାଜର ପୂର୍ବତନ ସଭାପତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା

masiha

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଳାର ୩୯ ଗୋଟି ସ୍ଥାନରେ ଡା.ସାମୁଏଲ ଫେଡ୍ ରିକ୍ ହାନିମ୍ୟାନଙ୍କ ୨୭୧ ତମ ଜନ୍ମଜୟନ୍ତୀ ତଥା ବିଶ୍ୱ ହୋମିଓପାଥି ଦିବସ -୨୦୨୬ ମହା ସମାରୋହରେ ପାଳିତ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ୭୪ ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!