ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦେଭାରତ ଏକ୍ସପ୍ରେସକୁ ସ୍ୱାଗତ 

ବନ୍ଦେଭାରତ ଏକ୍ସପ୍ରେସକୁ ସ୍ୱାଗତ 

ରାଉରକେଲା/ରାଉରକେଲା ବିକାଶ ମଞ୍ଚ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ଦୀର୍ଘ ଦିନର ଦାବି ଫଳରେ ଆଜି ନୂତନ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ରାଉରକେଲା ରେଳଷ୍ଟେସନ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବରେ ଗଡ଼ିଥିଲା l ଏହି ଟ୍ରେନ ରାଉରକେଲାରେ ପହଂଚିବା କ୍ଷଣି ବିକାଶ ମଞ୍ଚର କର୍ମକର୍ତା, ବିଭିନ୍ନ ଅନୁଷ୍ଠାନ, ରାଜନୈତିକ କର୍ମକର୍ତ୍ତା ଓ ସାଧାରଣ ଜନତା ହର୍ଷ ଉଲ୍ଲାସର ସହ ଏହି ଟ୍ରେନକୁ ସ୍ୱାଗତ କରିଥିଲେ l ଏହି ଦ୍ରୁତଗାମୀ ବନ୍ଦେଭାରତ ଏକ୍ସପ୍ରେସ ଜଗନ୍ନାଥଧାମ ପୁରୀ ସହ ବିଭିନ୍ନ ଜିଲ୍ଲା ଓ ଇସ୍ପାତ ସହରକୁ ସଂଯୋଗ କରିବା ଫଳରେ ଦିନବେଳା ଗମନାଗମନର ଅଭାବ ଦୂର କରିବା ସହ ଓଡିଶାର ପର୍ଯ୍ୟଟନ ଓ ଆର୍ଥିକ ବିକାଶରେ ସାହାଯ୍ୟ କରିବ l ଆଗାମୀ ତେଇଶି ତାରିଖ ଠାରୁ ଏହି ଦ୍ରୁତଗାମୀ ବନ୍ଦେଭାରତ ଏକ୍ସପ୍ରେସ ସ୍ୱାଭାବିକ ଭାବରେ ଚଳାଚଳ କରିବ ବୋଲି ବାନ୍ଧମୁଣ୍ଡା ଏଆରଏମ ଆର.କେ. ମହାନ୍ତି ପ୍ରକାଶ କରିଛନ୍ତି l ରାଉରକେଲା ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ସହ ବରିଷ୍ଠ ଉପଦେଷ୍ଟା ଅମୂଲ୍ୟ ବରାଳ, ଉତ୍ତମ କୁମାର ସାମଲ, ଅଭୟ ଦାସ, ସଂଜୀବ ମହାନ୍ତି,ପଶୁପତି ଚାଟାର୍ଜି,ସତ୍ୟନାରାୟଣ ବେହେରା, ସଂଗ୍ରାମ ମହାନ୍ତି,କୁଞ୍ଜ ବିହାରି ରାଉତ ଆଦି ଏହି ଟ୍ରେନ ଏବଂ ଆଣିଥିବା କର୍ମଚାରୀ ମାନଙ୍କୁ ସ୍ୱାଗତ କରିବା ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,ଓଡିଶା ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଶୀଘ୍ର ରାଉରକେଲା ଠାରେ ରେଳବାଇର ଏକ ନୂତନ ଡିଭିଜନ ଖୋଲିବା ପାଇଁ ଅନୁରୋଧ କରିଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜଗତସିଂହପୁର ଜିଲ୍ଲା, ସାମ୍ବାଦିକ ୟୁନିଅନର କର୍ମକର୍ତା ନିର୍ବାଚନ

Sunil Chandra Nayak

ମେଗା ଓଠା ଜଳସେଚନ ପ୍ରକଳ୍ପ ମଞ୍ଜୁରୀ ,ଉପକୃତ ହେବେ ୨୫ ଗୋଟି ଗ୍ରାମର ଚାଷୀ

Sunil Chandra Nayak

କରାଟେ ର ଗ୍ରୀଷ୍ମ କାଳୀନ ଶିବିର 

Leave a Comment

error: Content is protected !!