ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେତାବନୀ ଦେଲା ଡ୍ରାଇଭର ସଂଘ, ସମାଧାନ ନହେଲେ ଚିକିତ୍ସାଳୟ ସମ୍ମୁଖରେ ଧାରଣା

ଚେତାବନୀ ଦେଲା ଡ୍ରାଇଭର ସଂଘ, ସମାଧାନ ନହେଲେ ଚିକିତ୍ସାଳୟ ସମ୍ମୁଖରେ ଧାରଣା

ବାଲେଶ୍ଵର, ୨୦/୯/୨୩ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଶୁ ଡାକ୍ତରଖାନାକୁ ଓଡିଶା ସରକାର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ଗାଡ଼ି ଯୋଗାଇ ଦେଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପତକା ଦେଖାଇ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭ୍ରାମ୍ୟମାଣ ପଶୁ ଚିକିତ୍ସା ୟୁନିଟ ଲୋକମାନଙ୍କ ଘରେ ପଶୁ ଚିକିତ୍ସା ଲାଗି ସେବା ଯୋଗାଇ ଦେବ। ଗାଁ ରେ ରହୁଥିବା ଗୋପାଳକ ଚାଷୀମାନେ ଏହାଦ୍ବାରା ଉପକୃତ ହେବେ। ରାଜ୍ୟ ସରକାର ପଶୁଧନ ଚାଷୀମାନଙ୍କର ଜୀବିକାକୁ ଅଧିକ ସୁବିଧାଜନକ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସେମାନଙ୍କ ଆୟକୁ ବହୁଗୁଣିତ କରିବା ଲାଗି ଯୋଜନା କରିବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ପ୍ରୟାସ ଜାରି ରଖିଛନ୍ତି । ପଶୁ ସମ୍ପଦ ବିକାଶ କ୍ଷେତ୍ରକୁ ଚିହ୍ନଟ କରାଯାଇ ଚାଷୀଙ୍କ ଅଭିବୃଦ୍ଧି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କୁ ସ୍ବାବଲମ୍ବୀ କରିବା ଲାଗି ଚେଷ୍ଟା କରାଯାଇଛି । ପଶୁଙ୍କ ଚିକିତ୍ସା ଓ ଏ ସମ୍ପର୍କରେ ଉପଦେଶ ପଶୁଙ୍କ ସ୍ୱାସ୍ଥ୍ୟର ପରିଚାଳନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ । ଭ୍ରାମ୍ୟମାଣ ଦ୍ଵାରା ଏହି ଚିକିତ୍ସା କେନ୍ଦ୍ର ପୂର୍ବରୁ ଭଡ଼ା ଗାଡ଼ିରେ ଚାଲୁଥିଲା । ଏବେ ରାଜ୍ୟରେ ସରକାର ୩୦କୋଟି ଟଙ୍କା ବ୍ୟୟରେ ପ୍ରଥମ ପର୍ଯ୍ୟାୟରେ ୧୮୧ଟି ଭ୍ରାମ୍ୟମାଣ ଗାଡି ପଶୁଙ୍କ ଚିକିତ୍ସା ଓ ସ୍ବାସ୍ଥ୍ୟର ଯନ୍ନ ନେବ । ଭ୍ରାମ୍ୟମାଣ ୟୁନିଟ ସବୁ ଜିଲ୍ଲା ପାଇଁ ବ୍ୟବସ୍ଥା କରିଛନ୍ତି । ବିଶେଷ କରି ଜଟିଳ ଅସ୍ତ୍ରୋପଚାର ଓ ଟୀକାକରଣ ଆଦି କ୍ଷେତ୍ରରେ ଏହା କାର୍ଯ୍ୟ କରିବା ସହ ଚାଷୀମାନଙ୍କ ମଧ୍ୟରେ ସଚେତନତା ପାଇଁ ଶିବିର ଆୟୋଜନ କରିବ । ରାଜ୍ୟ ସରକାର ପଶୁଙ୍କ କଲ୍ୟାଣ ପାଇଁ ପ୍ରତିବନ୍ଧ । ଏହି ସେବା ଜରୁରୀକାଳୀନ ଭିତ୍ତିରେ ଲୋକଙ୍କ ଦୁଆର ମୁହଁରେ ଉପସ୍ଥିତ ହେବ । ହେଲ୍ପଲାଇନ ମାଧ୍ୟମରେ ଏହି ଗାଡ଼ି ଯୋଗାଇ ଦେବାକୁ ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ହେଲ୍ପଲାଇନ ନମ୍ୱର ୧୯୬୨ ରଖାଯାଇଛି । ଏଥିରେ ନୂଆ ବୈଷୟିକ ଜ୍ଞାନ କୌଶଳ ରହିଛି । ଜିପିଏସ ମାଧ୍ୟମରେ ଏହି ଗାଡ଼ି ଗୁଡ଼ିକ ଟ୍ରାକ କରାଯାଇ ପାରିବ । ୫-ଟି ଉପକ୍ରମରେ ଏହାର ପରିଚାଳନା ସ୍ବଛତା ଅଣାଯିବ । ଏହି କାର୍ଯ୍ୟକ୍ରମରେ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ହେଲେ ଦୁଃଖର ବିଷୟ ବାଲେଶ୍ଵର ଜିଲ୍ଲାର ଆମ୍ବୁଲାନ୍ସରେ ଡ୍ରାଇଭର ନିଯୁକ୍ତିରେ ଅନ୍ୟାୟ ପ୍ରଦାନ ହୋଇଛି ବୋଲି ଖଇରା ଡ୍ରାଇଭର ସଂଘର ଲକ୍ଷ୍ମୀ ଧର ମହାରଥା କହିଛନ୍ତିଛି ।ଘଟଣାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ଆମ୍ବୁଲାନ୍ସରେ ଡ୍ରାଇଭର ନିଯୁକ୍ତି କ୍ଷେତ୍ରରେ କୌଣସି ବିଜ୍ଞାପନା କିମ୍ବା ଖଇରା ଅଞ୍ଚଳରେ ନୋଟିସ ନଦେଇ ମନଇଚ୍ଛା ରାତି ଅଧିଆ ଏକ ପୂର୍ବରୁ ଥିବା ଜେ, ଏମ୍, ସ୍ବତିକ ଟ୍ରାଭଲରର ପ୍ରାଇଭେଟ୍ କମ୍ପାନୀ କେନ୍ଦ୍ରାପଡ଼ା ଜିଲ୍ଲା ସହିତ ବାଲେଶ୍ଵର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଖଇରା ବ୍ଲକର ଆମ୍ବୁଲାନ୍ସ ଡ୍ରାଇଭର ପାଇଁ ପିଲାମାନଙ୍କୁ ସୁଯୋଗ ନଦେଇ ବାହାର ସିମୁଳିଆ ବ୍ଲକର ଡ୍ରାଇଭରକୁ ଆମ୍ବୁଲାନ୍ସରେ ନିଯୁକ୍ତି ସୁଯୋଗ ଦିଆଯାଇଛି ବୋଲି ଶୁଣିବାକୁ ମିଳୁଛି । ଏହି ବ୍ଲକର କ’ଣ ଆମ୍ବୁଲାନ୍ସ ଚଳାଇବା ପାଇଁ ଡ୍ରାଇଭର ପିଲା ନଥିଲେ କି ? ବାହାର ବ୍ଲକର ଆମ୍ବୁଲାନ୍ସ ଡ୍ରାଇଭର ନିଯୁକ୍ତି କ୍ଷେତ୍ରରେ ଖଇରା ପ୍ରାଣୀ ଚିକିତ୍ସାଳୟ କରିଛନ୍ତି ବୋଲି ଅନୁମାନ କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଚଳିତ ବର୍ଷ ଜାନୁୟାରୀ ମାସରେ ଏକ ପତ୍ରିକା ମାଧ୍ୟମରେ ପ୍ରକାଶ ପାଇଥିଲା । କେୟାର ସିକୃଟି ଏଲଏଟ ସାରଭିସ, ଭୁବନେଶ୍ୱର ଅନୁମୋଦନ ହୋଇଥିଲା, ସେସମୟରେ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ମାନେ ଗାଡ଼ି ଚାଳକ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ, ହେଲେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବନମାଳୀ ସାହୁ ଅନୁମୋଦନ ହୋଇ ନଥିବା ଜେ ଏମ୍ ସ୍ବତିକ ଟ୍ରାଭଲରର ପ୍ରାଇଭେଟ୍ କମ୍ପାନୀ, କେନ୍ଦ୍ରାପଡ଼ା ଜିଲ୍ଲାର ବ୍ଯକ୍ତିଙ୍କୁ ଆମ୍ବୁଲାନ୍ସ ଗାଡ଼ି ଚାଳକ ପାଇଁ ମାଗି ଡ୍ରାଇଭର ନିଯୁକ୍ତି ସୁଯୋଗ ଦେବା ପାଇଁ ଯାଉଛନ୍ତି, ଏଣୁ ଏହି ଆମ୍ବୁଲାନ୍ସ ଗାଡ଼ି ଚାଳକ ନିଯୁକ୍ତି କ୍ଷେତ୍ରରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ଡ୍ରାଇଭର ସଂଘର ସଭାପତି ଲକ୍ଷ୍ମୀଧର ମହାରଥା ଓ ଅନ୍ୟ ଡ୍ରାଇଭର ସଭ୍ୟ ସାଥୀ ମାନେ ବିଭାଗୀୟ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବାଲେଶ୍ଵର, ଜିଲ୍ଲା ପାଳ, ଓ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଡ୍ରାଇଭର ସଂଘର ଜିଲ୍ଲା ସଭାପତି କହିଛନ୍ତି ୧୫ ଦିନ ମଧ୍ୟରେ ସମାଧାନ ନହେଲେ ଓଡ଼ିଶା ମହା ସଂଘକୁ ଜଣାଇବା ସଙ୍ଗେ ସଙ୍ଗେ ଖଇରା ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଧାରଣା ବସିବାକୁ ଚେତାବନୀ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୭୪ତମ ଗଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ, କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ ତାଲିକା ପ୍ରସ୍ତୁତ

Sunil Chandra Nayak

Rayagada Media Welfare Committee Formed to Support Journalists

masiha

ଆମପାଣି ବଡ଼ବନ୍ଧ ୟର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!