ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୬ ବର୍ଷ ର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ

୬ ବର୍ଷ ର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ

ମ.ରାମପୁର, ୨୦/୯(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି l ଏକ ୬ ବର୍ଷର ଶିଶୁ କନ୍ୟାକୁ ଜଣେ କାମୁକ ବ୍ୟକ୍ତି ଧର୍ଷଣ କରିଥିବା ଥାନାରେ ଅଭିଯୋଗ ହୋଇଛି l ଆଜି ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି l

ପ୍ରାପ୍ତ ଖବର ରୁ ଜଣାଯାଇଛି; ମାଣିକେରା ପଞ୍ଚାୟତ ତଳନୁଆଗାଁ ରେ ଗତ ୧୮ ତାରିଖ ଦିନ ବିଶ୍ଵକର୍ମା ମୂର୍ତ୍ତି ବିସର୍ଜନ ଚାଲିଥିଲା l ନିଜ ବାପା ସହିତ ସେହି ଗାଁ ର କୁନି ଝିଅ ମଧ୍ୟ ସାଙ୍ଗରେ ଯାଇଥିଲା l ହେଲେ ବାପା ଘରକୁ ଚାଲି ଆସିଥିଲେ କିନ୍ତୁ ଝିଅଟି କିଛି ସମୟ ପରେ ଘାରକୁ କାନ୍ଦି କାନ୍ଦି ଆସିଥିଲା l ଝିଅ କାନ୍ଦି ବା ଦେଖି ତା ମାଆ ଝିଅକୁ ଘଟଣା ବାବଦରେ ପଚାରି ବୁଝି ଥିଲେ l ଝିଅଟି ତାକୁ ପଡ଼ୋଶୀ ବ୍ୟକ୍ତି ଦୁଷ୍କର୍ମ କରିଥିବା କହିଥିଲା l ଏନେଇ ପରିବାର ଲୋକ ୧୯ ତାରିଖ ଦିନ ମ.ରାମପୁର ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଘଟଣାର ତଦନ୍ତ କରି ତଳନୁଆ ଗାଁ ର ଉଗ୍ରସେନ ଭୋଇ (୪୮) ଙ୍କୁ ଗିରଫ କରି କେଶ ନମ୍ବର: ୨୦୭/ ତା – ୧୯/୯/୨୩, ସେକ୍ସନ -୬ , ପୋସ୍କୋ ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ 

Related posts

୫୦ରୁ ଉର୍ଦ୍ଧ୍ୱ ବିଦେଶୀ ମୃତ ପକ୍ଷୀ ବନବିଭାଗ ଦ୍ୱାରା ଜବତ

Sunil Chandra Nayak

ସରସ୍ଵତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

Sunil Chandra Nayak

ଡାକ୍ତରଙ୍କୁ ଲୁଟ ଘଟଣାରେ  ଜଣେ ଡାକ୍ତର ସମେତ ସହଯୋଗୀ ଲୁଟେରା ଗରିଫ

Sunil Chandra Nayak

Leave a Comment

error: Content is protected !!