ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଲନରା ବ୍ଲକ କାର୍ଯ୍ୟାଳୟ ପରିସରରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

କୋଲନରା ବ୍ଲକ କାର୍ଯ୍ୟାଳୟ ପରିସରରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

କୋଲନରା // ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ କଳାକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ବ୍ଲକ୍ ଚେୟାରମ୍ୟାନ ଶ୍ରୀମତି ସଂଯୁକ୍ତା କୁଲେସିକା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସି ଡି ପି ଓ ଶ୍ରୀମତୀ ବିଜୟ ଲକ୍ଷ୍ମୀ ନିଶଙ୍କ , ବ୍ଲକ୍ ସାମାଜିକ ସୁରକ୍ଷା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ଶବର, ଆକାଉଣ୍ଟ ଅଫିସର ଶ୍ରୀଯୁକ୍ତ ଗଣେଶ୍ୱର ଭଟ୍ଟ ଓ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପସଭାପତି ସନ୍ତୋଷ କୁମାର ବଛା ଉପସ୍ଥିତ ଥିଲେ। ସି ଆର୍ ସି ସି ପ୍ରଦୀପ କୁମାର ନାୟକ ଉପସ୍ଥିତ ସମସ୍ତ କଳାକାର ମାନଙ୍କୁ ସ୍ଵାଗତ କରିବା ସହ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ଜଣେଇଥିଲେ। ଶ୍ରୀମତୀ କୁଲେସିକା ବିଭିନ୍ନ ସରକାରୀ ଯୋଜନା ଓ ସେଥିରେ ସ୍ଥାନୀୟ କଳାକାର ମାନଙ୍କ ଭାଗିଦାରୀ ବିଷୟରେ କହିଥିଲେ। ଶ୍ରୀମତୀ ନିଶଙ୍କ ସମନ୍ୱିତ ଶିଶୁ ବିକାଶ ବିଭାଗର ମମତା ଯୋଜନା ଓ ଅନ୍ୟାନ୍ୟ ଯୋଜନା ବିଷୟରେ ବୁଝାଇଥିଲେ। ଶ୍ରୀଯୁକ୍ତ ସୁପ୍ରିତ୍ ସନ୍ତୋଷ ବଛା ଉପସ୍ଥିତ କଳାକାର ମାନଙ୍କୁ ଲୋକକଳା ପରିବେଷଣ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଦୀପ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ପ୍ରଭାତ ଶବର ଧନ୍ୟବାଦ୍ ଅର୍ପଣ କରିଥିଲେ। ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଆଠୋଟି ସାଂସ୍କୃତିକ ଦଳର ପ୍ରାୟ ନବେ ଜଣ କଳାକାର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଭାଷା ବିକାଶମଞ୍ଚର ସାହିତ୍ୟ ସନ୍ଧ୍ୟା ଓ ସ୍ମୃତି ତର୍ପଣ କାର୍ଯ୍ୟକ୍ରମ

masiha

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ ବର୍ଷର ଶିଶୁପୁତ୍ର ମୃତ

ତେରେସିଂହା କଲେଜର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!