ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ !

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ !

୨୦୨୧-୨୨ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ଙ୍କ ଅର୍ଥ ହଡପ ଘଟଣା ରେ ସଂପୃକ୍ତି ଅଭିଯୋଗ ରେ ଗିରଫ ହେଲେ ବିନ୍ଦୁ ମହାନନ୍ଦ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ଆଜି ପୁଲିସ ଗିରଫ କରିଛି। ୨୦୨୧-୨୨ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଚାଷୀ ଙ୍କ ନାମ ରେ ଅର୍ଥ ହଡ଼ପ ଘଟଣା ରେ ସଂପୃକ୍ତି ନେ଼ଇ ତାଙ୍କୁ ଗିରଫ କରାଯାଇଥିବା ଧର୍ମଗଡ ଏସଡିପିଓ ଧିରଜ୍ ଚୋପଦାର୍ ପ୍ରେସ ରିଲିଜ ମାଧ୍ୟମ ରେ ସୂଚନା ଦେଇଛନ୍ତି । 

ସୂଚନା ଅନୁଯାୟୀ, କେଗାଁ ଥାନା ରେ କ୍ଷେତ୍ର ମୋହନ ବାଗ ନାମକ ଜଣେ ଚାଷୀ ସେ ନ ଜାଣି ତାଙ୍କ ନାମ ରେ ବୀମା ରାଶି ଟଙ୍କା ଉଠାଯାଇଥିବା ନେଇ କେଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । କେସ ନଂ -୧୯୨ ଦଫା-୪୧୯/୪୨୦/୪୬୭/୪୬୮ /୪୭୧/୩୪ ଆଇପିସି ରେ ମାମଲା ରୁଜୁ ହୋଇ ପରେ ତଦନ୍ତ ଆରମ୍ଭ ହୋଇଥିଲା ।

ଏହି ଘଟଣା ରେ ପୂର୍ବରୁ ଏଥିରେ ସଂପୃକ୍ତ ଥିବା ବାଳକୃଷ୍ଣ ପଟେଲ କୁ ଗିରଫ କରିଛି ପୋଲିସ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ତେନ୍ତୁଳିଖୁଣ୍ଟି ପୋଲିସ : କୁକୁଡ଼ା ଗାଲି ଚଢ଼ାଉ ତିନି ଗିରଫ 2100 ଟଙ୍କା ଓ 5 ସେଟ ଗୋଟି ଓ ତିନି ରସିଦ ଜବତ

Sunil Chandra Nayak

ବେଆଇନ କରତକଳ ଉପରେ ଚଢ଼ାଉ; ଲମ୍ବୁ ତାରିଣୀ ଗିରଫ , ୩ ମାଉଜର ସହ କାଠ-ଯନ୍ତ୍ରପାତି ଜବତ 

Sunil Chandra Nayak

ଟୁରିଷ୍ଟ ପରମିଟ ରେ ଯାତ୍ରୀ ପରିବହନ , କଳାହାଣ୍ଡି ଏମଭିଆଇର ଚଢ଼ାଉ,ବେଆଇନ ଅଭିଯୋଗ ରେ ୫ ବସ ଅଟକ

Leave a Comment

error: Content is protected !!