ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲେ ଖଇରା ସରକାରୀ ଖୁଚୁରା ବିକ୍ରେତା ମାନେ

ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲେ ଖଇରା ସରକାରୀ ଖୁଚୁରା ବିକ୍ରେତା ମାନେ

ବାଲେଶ୍ଵର,୨୨/୯/୨୩- ଗତ ସେପ୍ଟେମ୍ବର ୨୦୨୦ ମସିହା କୋଭିଡ-୧୯ ସମୟରୁ ଅଦ୍ୟାବଧି ୩୭ ମାସ ଧରି ସରକାରୀ ଖୁଚୁରା ବିକ୍ରେତା ମାନେ ଖାଉଟି ମାନଙ୍କୁ ବିନା ମୁଲ୍ୟଯୁକ୍ତ ରେସନ ସାମଗ୍ରୀ ଯୋଗାଇ ଆସୁଅଛନ୍ତି । ଉକ୍ତ ବକ୍ରେତା ମାନଙ୍କୁ ରାଜ୍ୟ ସରକାର ମାତ୍ର ୯ମାସର କମିଶନ ବା ପାଉଁଣା ପ୍ରଦାନ କରିଛନ୍ତି । ଯେଉଁଥି ପାଇଁ ଉକ୍ତ ସରକାରୀ ସୁଲଭ ଖୁଚୁରା ବିକ୍ରେତା ମାନଙ୍କର ପରିବାର ଭରଣ ପୋଷଣ କଷ୍ଟ ସାଧ୍ୟ ହୋଇ ପଡୁଛି । ବାରମ୍ବାର ଦାବି ପରେ ସରକାର କର୍ଣ୍ଣପାତ ନକରିବା ପ୍ରତିବାଦରେ ଶୁକ୍ରବାର ଖଇରା ବ୍ଲକରେ ବଣ୍ଟନ ଦାୟିତ୍ବରେ ଥିବା ୮୦ରୁ ଉର୍ଦ୍ଧ କେନ୍ଦ୍ରର ବିକ୍ରେତା ଖଇରା ଶିକ୍ଷକ ସଂଘ ଭବନରେ ଏକଜୁଟ ହୋଇ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ଖଇରା ସରକାରୀ ଖୁଚୁରା ବକ୍ରେତା ସଂଘର ସଭାପତି ଗୟାଧର ସିଂ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସରକାରୀ ଡିଲର ମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ଆଗାମୀ ଦିନରେ ସରକାର ଏହାକୁ ଗୁରୁତର ସହ ବିଚାରକୁ ନେଇ ସମସ୍ତ ବକେୟା କମିଶନ ପ୍ରଦାନ ନକଲେ ଜିଲା ସ୍ତରରେ ବୈଠକ ଡକାଯାଇ ଅକ୍ଟୋବର ୨୭ ତାରିଖରେ ନୟାଖଣ୍ଡିସ୍ଥିତ ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ସରକାରୀ ଖୁଚୁରା ବିକ୍ରେତା ମାନେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ମାଗଣା ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

ମ୍ୟୁନିସିପାଲ କଲେଜରେ ଉଦ୍ୟୋଗୀ ଦକ୍ଷତା ବିକାଶ ଓ କ୍ୟାମ୍ପସ ଜାଇକା ୨୦୨୫ ଅନୁଷ୍ଠିତ 

Sunil Chandra Nayak

ଓଡ଼ିଶା ରାଜ୍ଯ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

masiha

Leave a Comment

error: Content is protected !!