ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ଅଙ୍ଗନୱାଡ଼ି ସଂଘ ଧାରଣାରେ କଳାହାଣ୍ଡି ର ଶତାଧିକ ଯୋଗଦାନ

ରାଜ୍ୟ ଅଙ୍ଗନୱାଡ଼ି ସଂଘ ଧାରଣାରେ କଳାହାଣ୍ଡି ର ଶତାଧିକ ଯୋଗଦାନ

କଳାହାଣ୍ଡି, ତା.୨୩/୦୯/୨୦୨୩ ଆଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ ତରଫରୁ ରାଜଧାନୀ ଭୁବନେଶ୍ୱର ଲୋୟର ପି ଏମ ଜି ଠାରେ ଗତ ୨୨ତାରିଖ ଦିନ ଏକ ଦସ ଦଫା ଦାବି ନେଇ ଆନ୍ଦୋଳନ କରଯାଇଥିବା ଜଣା ପଡ଼ିଛି। ଅଙ୍ଗନୱାଡ଼ି କର୍ମୀ ମାନେ ତୃଣ ମୂଳ ସ୍ତରରେ ପ୍ରାୟ ସମସ୍ତ କାର୍ଯ୍ଯ ନିର୍ବାହ କରୁଥିବା ହେତୁ ଦରମା ବୃଦ୍ଧି ସାଙ୍ଗକୁ ସରକାରୀ ମାନ୍ୟତା, ଗ୍ରାଚୁଇଟି ପ୍ରଦାନ, ସୁପରଭାଇଜର ପଦବୀକୁ ପଦୋନ୍ନତି, ଗରମ ରନ୍ଧା ଖାଦ୍ୟ ର ମୂଲ୍ୟ ବୃଦ୍ଧି, ନିଲମ୍ବିତ କର୍ମୀଙ୍କ ପୁନଃ ନିଯୁକ୍ତି, ଗାଁ କଲ୍ୟାଣ ସମିତି ରୁ ମୁକ୍ତି, ଯୋଗ୍ୟତା ଭିତ୍ତିରେ ପ୍ରାକ୍ ପ୍ରାଥମିକ ଶିକ୍ଷକ ଭାବରେ ନିଯୁକ୍ତି, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ସମାନ ମାନ୍ୟତା, ଅବସର କାଳୀନ ପ୍ରାପ୍ୟ ୫ ଲକ୍ଷ ଟଂକା ପ୍ରଦାନ ସାଙ୍ଗକୁ ମାସିକ ୫ହଜାର ଟଂକା ପେନସନ, ଅଙ୍ଗନୱାଡ଼ି ଓ ସହାୟିକା ବୋର୍ଡ ଗଠନ ଆଦି ଦଶ ଦଫା ଦାବୀ ନେଇ ରାଜ୍ୟ ସଭାନେତ୍ରି ସୁମିତ୍ରା ମହାପାତ୍ର ଓ ସମ୍ପାଦିକା କୁଞ୍ଜଳତା ଦାସ ଙ୍କ ନେତୃତ୍ୱ ରେ ହଜାର ହଜାର କର୍ମୀ ରାଜଧାନୀ ମାଟିରେ ଆନ୍ଦୋଳନ କରିବା ସହିତ ରାଜ୍ୟ ସରକାରଂକ ମୁଖ୍ୟ ଶାସନ ସଚିବ ଙ୍କୁ ଦାବିପତ୍ର ପ୍ରଦାନ କରିଥଲେ। ଏହି ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲା ସଂଘ ସଭାନେତ୍ରୀ ସଂଜୀବନୀ ପାଢ଼ୀ, ସମ୍ପାଦିକା ପ୍ରେମଲତା ସାମନ୍ତରାୟ ଓ ରାଜ୍ୟ ଉପଦେଷ୍ଠା ଝୁନୁପମା ଶତପଥି ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଯୋଗ ଦେଇଥିବାର ପ୍ରକାଶ। ରାଜ୍ୟ ସରକାର ଙ୍କ ପକ୍ଷରୁ କର୍ମୀ ମାନଙ୍କ ଦାବୀ ର ଯତାର୍ଥତା ଉପଲବ୍ଧି କରି ଅଧିକାଂଶ ଦାବୀ ପୂରଣ କରିବାକୁ ପ୍ରତିଶୃତି ଦେଇଥିବା ରାଜ୍ୟ ସଭାନେତ୍ରୀଙ୍କ ସୂତ୍ର ରୁ ପ୍ରକାଶ।

ବରିଷ୍ଟ ସାମ୍ୱାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ 

Related posts

କିଡନୀ ରୋଗରେ ପୀଡିତ ଗଙ୍ଗାଧରଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଦରଦୀ ବନ୍ଧୁ ଫାଉଣ୍ଡେସନ

masiha

ନୂଆପଡ଼ା ସିନାପାଲି ବ୍ଲକରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର , ୬୪ଟି ଅଭିଯୋଗର ଶୁଣାଣି, ତତ୍କାଳୀନ ସହାୟତା ଓ ସ୍ୱଚ୍ଛତା ଦୂତ ସମ୍ମାନ ପ୍ରଦାନ

ତୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ 

Sunil Chandra Nayak

Leave a Comment

error: Content is protected !!