ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିତକେଲା ବୀଣାପାଣି କ୍ଲବରେ ନୂଆଁଖାଇ ଭେଟଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମ

ତିତକେଲା ବୀଣାପାଣି କ୍ଲବରେ ନୂଆଁଖାଇ ଭେଟଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମ

ନର୍ଲା (ମନିସ):ନର୍ଲା ବ୍ଳକ ଅନ୍ତର୍ଗତ ତିତକେଲା ବୀଣାପାଣି କ୍ଲବ ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଜେପି ଜିଲ୍ଲା ଉପସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ ଯୋଗ ଦେଇ ନୂଆଁଖାଇ ଏକତାର ମନ୍ତ୍ର ବହନ କରିଥାଏ ବୋଲିଊ କହିଥିଲେ ।ଏଥିରେ ମୁଖ୍ୟବକ୍ତା ରୂପେ ତିତକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଭୋଇ ନୂଆଁଖାଇ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ରୁପ୍ରାର ଡମ୍ବରୁଧର ସାହୁ ଯୋଗଦାନ କରି ନୂଆଁଖାଇ ଭଳି ଗଣପର୍ବରେ ଯୁବ ପିଢ଼ି ଅଧିକରୁ ଅଧିକ ସାମିଲ ହେବା ଉଚିତ୍ ବୋଲି ମତ ରଖିଥିଲେ। ଅନ୍ୟ ସମ୍ମାନିତ ଅତିଥି ସସ୍ମିତା ବିଶ୍ଵାଳ,ସମିତି ସଭ୍ୟା ରୁପ୍ରା ଗ୍ରାମ ପଞ୍ଚାୟତ ନୂଆଁଖାଇରେ ମହିଳାମାନଙ୍କ ଭୂମିକା ବିଷୟରେ କହିଥିଲେ। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଗ୍ରାମର ବ୍ୟକ୍ତିଙ୍କୁ ଏଥିରେ ସମ୍ମାନିତ କରାଯାଇ ଥିଲା। ଶେଷରେ ପୌରାଣିକ ନାଟକ “ସୀତା ଚୋରି” ଅନୁଷ୍ଠାନର ନୂତନ କର୍ମକର୍ତ୍ତାଙ୍କ ଦ୍ଵାରା ପରିବେଷଣ କରାଯାଇ ଥିଲା। ଏଥିରେ ସୀତାପତି କଳା ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ତଥା ଗ୍ରାମର ଗୁରୁଜନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଜିତେନ୍ଦ୍ର କୁମାର ବିଶ୍ୱାଳ ଓ ବିଜୟ ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେଊ ବୀଣାପାଣି ଅନୁଷ୍ଠାନର ସଭାପତି ସୁରଜିତ ବିଶ୍ବାଳ ଧନ୍ୟବାଦ ଜ୍ଞାପନ କରିଥିଲେ।

ପ୍ରଦୀପ କୁମାର ଗଉଡ, ନର୍ଲା ମସୀହା ପ୍ରତିନିଧି

Related posts

ବସ ସହ ଅଟୋ ମୁହାଁମୁହିଁ ଧକ୍କା ୬ ମୃତ, ୫ ଗୁରୁତର

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ରକ୍ତଦାନ ଶିବିର

masiha

ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁମୁଦିନୀ ନାଏକଙ୍କ ପରଲୋକ

masiha

Leave a Comment

error: Content is protected !!