ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଞ୍ଚାଗାଁ :ଡ୍ରେନେଜ ବ୍ୟବସ୍ଥା ନାହିଁ : ବର୍ଷା ହେଲେ ଘରେ ପଶୁୁଛି ପାଣି 

ମଞ୍ଚାଗାଁ :ଡ୍ରେନେଜ ବ୍ୟବସ୍ଥା ନାହିଁ : ବର୍ଷା ହେଲେ ଘରେ ପଶୁୁଛି ପାଣି 

ତେନ୍ତୁଳିଖୁଣ୍ଟି ୨୪/୦୯/୨୩ // ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ବିଭାଗ ଦ୍ଵାରା ଅର୍ଥ ଖର୍ଚ୍ଚ କରୁଥିବା ବେଳେ ରାସ୍ତା ଉଭୟ ପାର୍ଶ୍ଵ ଡ୍ରେନେଜ ବ୍ୟବସ୍ଥା ବିଷୟକୁ କେତେକ ସ୍ଥାନରେ ହେଳା କରିଦିଆଯାଇଛି। ଏଭଳି ସ୍ଥିତି ରେ ବର୍ଷା ହେଲେ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ଘରେ ପଶୁଛି ନଚେତ ଜମା ହୋଇ ପୋଖରୀ ର ଭ୍ରମ ସୃଷ୍ଟି କରୁଛି। 

 ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ର ଚାରି ନମ୍ବର ୱାର୍ଡ ରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନାହିଁ। ବର୍ଷା ହେଲେ ସ୍ଥିତି ସଙ୍ଗୀନ ହୋଇ ପଡୁଛି। ରାସ୍ତା ରେ ପଡିଥିବା ଆବର୍ଜ୍ଜନା ସହ ବର୍ଷାଜଳ ଘରେ ପଶୁଛି। ଉକ୍ତ ରାସ୍ତା.ପଞ୍ଚାୟତ ସମିତି ର ସି ସି ରୋଡ଼। କିନ୍ତୁ ବ୍ଲକ କର୍ତ୍ତୃପକ୍ଷ କି ପଞ୍ଚାୟତ କେହି ଡ୍ରେନେଜ ବ୍ୟବସ୍ଥା କରି ନାହାଁନ୍ତି। ଚଳିତ ବର୍ଷ ନୂଆଖାଇ ଦିନ ହୋଇଥିବା ବର୍ଷା ରେ ରାସ୍ତା ପାର୍ଶ୍ଵ ବୈଷ୍ଣବ ସାହି ,ଗୌଡ଼ ସାହି ଆଦି ବାସୀ ଙ୍କ ଘରେପଶି ଯିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗ କରିଥିବା ଲକ୍ଷ୍ମଣ ଦାସ ସୁନାଧର ଦାସ,ମଦନ ଗୌଡ଼ , ସଦା ଗୌଡ଼ ,ଭୀମ ଗୌଡ଼ ସୁବାସ କ୍ଷୋଭ ର ସହ କହିଛନ୍ତି। ନୂଆଖାଇ ପାଳନରେ ବର୍ଷା ଜଳ ଘରେ ପଶି ଉତ୍ସବର ମାହୋଲ କୁ ଭଟ୍ଟା କରି ଦେଉଥିଲା। ବ୍ଲକ କିମ୍ବା ପଞ୍ଚାୟତ ତୁରନ୍ତ କରିବାକୁ ଦାବୀ ଜୋର ଧରିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଧାଙ୍ଗୁଡିମୁତା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବିଶ୍ଵ ଦିବ୍ୟାଙ୍ଗ ଦିବସ

masiha

କଳାହାଣ୍ଡି ଲେଖିକା ସଂଘ ର ଶ୍ରାବଣୀ କାବ୍ୟୋତ୍ସବ

Sunil Chandra Nayak

ସ୍ୱଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଶା” ର ତୃତୀୟ ଜନ୍ମ ବାର୍ଷିକ ନିଆରା ଢଙ୍ଗରେ ପାଳିତ

Sunil Chandra Nayak

Leave a Comment

error: Content is protected !!