ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସେଵା ଶିବିର ଅନୁଷ୍ଠିତ

ବିକାଶ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସେଵା ଶିବିର ଅନୁଷ୍ଠିତ

ଢେଙ୍କାନାଳ -(ମନିସ )24/9/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଜିରାଳ କଲେଜ ପରିସରରେ ଆଜି ବିକାଶ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା |ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ପାଳନ ଉଦେଶ୍ୟରେ ଏହି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ହୋଇଥିଲା |ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନଜେନା , ଓ ବିଜେପି ସଦସ୍ୟ ମାନେ ଉପସ୍ଥିତ ରହି ଏହି ଶିବିର କୁ ଶୁଭାରମ୍ଭ କରିଥିଲେ |ଏହି ଶିବିର ରେ ବିଭିନ୍ନ ବିଭାଗ ର ଅଭିଜ୍ଞ ଡାକ୍ତର ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ମାଗଣାରେ ଯୋଗାଇ ଦେଇଛନ୍ତି |ତେବେ ଶତାଧିକ ଲୋକ ଏହି ଶିବର ରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ, ମାଗଣାରେ ଔଷଧ ନେଇଛନ୍ତି |ଯାହାକୁ ନେଇ ଜିରାଳଅଞ୍ଚଳ ବାସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧକ୍ଷା ମୃଦୁଳା ଠାକୁର ଙ୍କୁ ଧନ୍ୟବାଦ ଦେଇଛନ୍ତି |ଉକ୍ତ କାର୍ଯ୍ୟକ୍ରମରେ କଲେଜଅଧ୍ୟକ୍ଷ ଙ୍କ ଶହ ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉକ୍ତ କାର୍ଯ୍ୟରେ ସହଯୋଗ କରି ଶାନ୍ତି ଶୃଙ୍ଖଳା ଶହ ପରିଚାଳନା କରିଥଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଯୁବ ଉତ୍ସବ ଆୟୋଜିତ 

Sunil Chandra Nayak

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାରିଡି ପଞ୍ଚାୟତ ଗସ୍ତ, ଅବ୍ୟବସ୍ଥା ମଧ୍ୟରେ କଷ୍ଟରେ ରହୁଛନ୍ତି ଗତିପୁଟ ଗ୍ରାମରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସର ଛାତ୍ରି

masiha

Leave a Comment

error: Content is protected !!