ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟନ

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟନ 

ତେନ୍ତୁଳିଖୁଣ୍ଟି ୨୪/୦୯/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ସରକାରୀ ନୋଡାଲ ବାପୁଜୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ସରକାର ଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ । ପ୍ରଥମ ଦିନ 12ବର୍ଷ ରୁ କମ ଓ ଦ୍ୱିତୀୟ ଦିନ 17ବର୍ଷରୁ କମ ପୁଅ ଝିଅ ଭାଗ ନେବେ । ଯେଉଁ ମାନେ କୃତିତ୍ୱ ଅର୍ଜନ କରିବେ ସେହିମାନେ ଜିଲ୍ଲା ସ୍ତରରେ ଭାଗ ନେଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇ ପାରିବେ ବୋଲି ସୂଚନା ମିଳିଛି l ଏହି ପ୍ରତିଯୋଗିତା କୁ ଆଜି ବ୍ଲକ ଅଧକ୍ଷା ନୀଳାଦ୍ରି ନାୟକ ମୁଖ୍ୟ ଅଥିତି ଓ ସାନମାନନୀୟ ଅତିଥି ଭାବେ ,ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ମୋହନ ମଧୁସୂଦନ ବାଘ, ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ରବୀନ୍ଦ୍ର ନାଥ ପରିଡା ଓ ପ୍ରଧାନ ଶିକ୍ଷକ ଉମରସିଂ ନାୟକ ଅତିଥି ପରିଚୟ ଓ ସମସ୍ତଙ୍କୁ ସ୍ୱାଗତ କରି ଆଜିର ଏହି ପ୍ରତିଯୋଗିତା ର ଉଦେଶ୍ୟ ବିଷୟରେ ବୁଝାଇ ଥିଲେ ମଞ୍ଚ ପରିଚାଳନା ଶାରୀରିକ ଶିକ୍ଷକ ବିଭାଶିଷ ଦେ କରିଥିବା ବେଳେ l ଖେଳ ପରିଚାଳନା ଶାରୀରିକ ଶିକ୍ଷକ ରବୀନ୍ଦ୍ର ମୁଦୁଲି, ମୋନଜ ପୂଜାରୀ, ବିଶ୍ୱଜିତ ବାରିକ, ଉମେଶ ମଲ୍ଲିକ, ହିମାଂଶୁ ଶେଖର ଦାସ, ସୁନିତା ଖେଶ, ଅନିଲ ଦାସ, ଙ୍କ ସହ ସମସ୍ତ ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଏହା ସହ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l କାଲି ଦ୍ୱିତୀୟ ଦିନ ସିନିଅର ପିଲାମାନେ ଙ୍କ ଖେଳ ହେବ l

 ଗୋବର୍ଦ୍ଧନସାହୁ ,ତେନ୍ତୁଳିଖୁଣ୍ଟି

Related posts

ପଞ୍ଚମ ଭବାନୀପାଟଣା ଟାଉନ ଫୁଟବଲ ଲିଗ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

masiha

ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିୟମରେ ଦୁଇ ଦୀବସୀୟ ରାଇରଙ୍ଗପୁର ବ୍ଯାଡମିଣ୍ଟନ ପ୍ରିମିୟମ ଲିଗ ୨୦୨୫ ଅନୁଷ୍ଠିତ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିଦିବସୀୟ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ 

masiha

Leave a Comment

error: Content is protected !!