ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଥା ଦେଇ କଥା ରଖିଲେ ୫ ଟି ସଚିବ ଭି.କେ ପାଣ୍ଡିଆନ

କଥା ଦେଇ କଥା ରଖିଲେ ୫ ଟି ସଚିବ ଭି.କେ ପାଣ୍ଡିଆନ

କାମାକ୍ଷାନଗର -(ମନିସ )24/9/23 // ଗତ ଦୁଇମାସ ପୂର୍ଵ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମକୁ ଏକ ଜନଶୁଣାଣୀ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ବ୍ୟକ୍ତିଗତ ସଚିଵ ତଥା ୫ ଟି ସଚିବ ଭି.କେ ପାଣ୍ଡିଆନ ଆସିଥିଲେ । ଏହି ସମୟରେ ଆଳତୁମା ଗ୍ରାମ ଦଧିବାମନ ଜୀଉ ମନ୍ଦିର କମିଟି ତରଫରୁ ଏକ ପତ୍ର ମାଧ୍ୟମରେ ଉକ୍ତ ଵହୁପୁରାତନ ମନ୍ଦିରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଆଳତୁମା ଦଧିବାମନ ଜୀଉ ମନ୍ଦିର ପୁନରୁଦ୍ଧାର ନିର୍ମାଣର୍ଥେ ୪ ଲକ୍ଷ ଆର୍ଥିକ ସହାୟତା ରାଶି ମଞ୍ଜୁର ହୋଇଛି ।ଏହି ପରିପ୍ରେକ୍ଷୀରେ ଆଜି ଦିବା ୧୧ ଘଟିକା ସମୟରେ ଆଳତୁମା ଗାଁ ତରଫରୁ ଗ୍ରାମସଭା ସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ସଭାରେ ଆଳତୁମା ଗ୍ରାମର ସୁପୁତ୍ର ତଥା କାମାକ୍ଷାନଗର ସହରର ନଗରପାଳ ଧର୍ମାନନ୍ଦ ପରିଡା ସରକାରଙ୍କର ପ୍ରତିନିଧି ତଥା ଜନସାଧାରଣଙ୍କ ଜନପ୍ରତିନିଧି ଭାବେ ଯୋଗଦେଇଥିଲେ ।ଆଳତୁମା ଗ୍ରାମ ତରଫରୁ ଗ୍ରାମ ସଭାପତି ବ୍ରହ୍ମାନନ୍ଦ ମହାନ୍ତି, ଗ୍ରାମର ଦୁଇ କାଉନସିଲର ସଞ୍ଜୟ ପରିଡା ଓ ପ୍ରମୋଦ କୁମାର ଷେଣ୍ଢ,ଗ୍ରାମ ଉପ-ସଭାପତି ସନ୍ତୋଷ ମହାନ୍ତି,ଗ୍ରାମ ସମ୍ପାଦକ ମଧୁସୂଦନ ଷେଣ୍ଢ, ଦଧିବାମନ ଜୀଉ ମନ୍ଦିର କମିଟି ସଭାପତି ଦୁଷ୍ମନ୍ତ କୁମାର ନନ୍ଦ, ମନ୍ଦିର କମିଟି ଦୁଇ ସମ୍ପାଦକ ହେମନ୍ତ କୁମାର ଦାସ ଓ ବାଳକୃଷ୍ଣ ନାୟକ ,ଗ୍ରାମ କମିଟି ଓ ମନ୍ଦିର କମିଟି ପଦାଧିକାରୀ ଵୃନ୍ଦ ରାସଵିହାରୀ ମହାନ୍ତି , ମନ୍ମଥ ନାଥ, ଶରତ ଚନ୍ଦ୍ର ନାଥ , ନରେଶ ଚନ୍ଦ୍ର ମହାରଣା, ଶୁଭ୍ରାଂଶୁ ମହାନ୍ତି, ଵିରେନ ମହାନ୍ତି, ରଙ୍କନିଧି କବି, ଲିଟୁ ମହାନ୍ତି, ଟିକନ ପଟ୍ଟନାୟକ, ବଳିଆ ବାରିକଙ୍କ ଭଳି ପ୍ରମୁଖ ଵ୍ୟକ୍ତିଵୃନ୍ଦଙ୍କ ସମେତ ଗ୍ରାମର ଆବାଳ ବୃଦ୍ଧ ବନିତା ନଗରପାଳ ପରିଡାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ ଟି ସଚିବ ଭି.କେ ପାଣ୍ଡିଆନ, ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାଂସଦ ମହେସ ସାହୁଙ୍କୁ କୃତଜ୍ଞତା ଜଣାଇଥିଲେ ।

ନବୀନ ସରକାର ଆମ ଓଡ଼ିଆ ସଂସ୍କୃତି ପରମ୍ପରାର‌ ମଠ ହେଉକି ମନ୍ଦିର ଏସବୁର ସୁରକ୍ଷା ଆଉ ପୁନରୁଦ୍ଧାର ପାଇଁ ଓଡ଼ିଶାବାସୀଙ୍କ ହିତରେ ବଦ୍ଧପରିକର।ଏହାର ଅନନ୍ୟ ଉଦାହରଣ ହେଉଛି ୫୦୦ ବର୍ଷ ପୁରୁଣା ଐତିହାସିକ ଆଳତୁମା ଗ୍ରାମର ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମନୋନୀତ

Sunil Chandra Nayak

୧– ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ I ୪୦ ରୁ ଉର୍ଦ୍ଧ ଏକର ଚାଷ ଜମିରେ ପାଣି ପଷି ଚାଷ ନଷ୍ଟ ସହ ବାଲିଚୋର, ୨– ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ 

Sunil Chandra Nayak

ଲୁହାଶିଳା ଆର.କେ. କଲେଜରେ”ପ୍ରବାସୀ ଭାରତୀୟ ଦିବସ” ଉପଲକ୍ଷେ କାର୍ଯ୍ୟକ୍ରମ/ପ୍ରତିଯୋଗିତା

masiha

Leave a Comment

error: Content is protected !!