ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ 

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ 

ଡାବୁଗାଁ, ୨୫/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଖେଳ ପଡିଆରେ ବ୍ଲକ ସ୍ତରୀୟ କ୍ରୀଡାମହୋତ୍ସବ-୨୦୨୩ ସୋମବାର ଉଦଘାଟିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ | ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସ କୁମାର ରାୟଙ୍କ ଆବାହକରେ ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳଙ୍କ ସଭାପତିତ୍ଵରେ ସମ୍ମାନୀତ ଅତିଥି ଭାବେ ଜିଲାପରିଷଦ ସଭ୍ୟ ଜୋନ-୧ ଧନସିଂ ଭତ୍ରା, ଜୋନ-୨ ସଭ୍ୟ ଗୁପ୍ତ ବିଶୋଇ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ଦେବରାଜ ଗୋପାଳ ପ୍ରମୁଖ ମଞ୍ଚାସୀନ ଥିଲେ | ଏହି କ୍ରୀଡାରେ ୧୨ ପ୍ରକାର ର ଖେଳ ଯଥା:- ୧୦୦ ମି., ୨୦୦ ମି., ୪୦୦ ମି., ୬୦୦ ମି., ୧୫୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଖୋଖୋ, ସଟ ଫୁଟ, ଡ଼ିସକସ, କବାଡି ଓ ଫୁଟବଲ ଆଦି ଖେଳ କରାଯାଇଛି | ମଙ୍ଗଳବାର କ୍ରୀଡା ମହୋତ୍ସବ ଉଦଯାପନ କରାଯିବ | ଏଥିରେ ଖେଳ ଶିକ୍ଷକ ହେମନ୍ତ ସାମଲ ଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଉମାକାନ୍ତ ବିଶ୍ଵାଳ, ରଞ୍ଜନ କୁମାର ପରିଡା, ବାସୁଦେବ ରଥ, ତ୍ରିନାଥ ବାରିକ, ସୁକାନ୍ତି ସାହୁ, ପୁରୋହିତ ବାଗ, ଅରୁଣ ହିଆଲ, ଭାଗବତ ମୁର୍ମୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ, ସୁରେଶ ଚନ୍ଦ୍ର ବେହେରା, ବଲ୍ଲଭ ନାରାୟଣ ପଣ୍ଡା, ସୌଭାଗ୍ୟ ବିଶ୍ଵାଳ, ବନଲତା ମହାନ୍ତି, ଗିରିଶବାଳା ଜେନା, ଅନିତା ବେହେରା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତ ପ୍ରସାଦ ନାଗ, ହେମନ୍ତ କୁମାର ପଣ୍ଡା, ଗୀତାଞ୍ଜଳି ବସ୍ତିଆ, ପିଙ୍କି ଗୁପ୍ତା ଓ ଅନ୍ୟ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନାବରା ମହିଳା ମହାବିଦ୍ୟାଳୟ ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ

masiha

ଶିକ୍ଷା ବ୍ୟବସ୍ଥା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ନୂଆପଡାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!