ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଜୀବନବୀମା ଅଭିକାର୍ତ୍ତା ସଂଘର ସାଧାରଣ ବାର୍ଷିକ ବୈଠକ

ଭାରତୀୟ ଜୀବନବୀମା ଅଭିକାର୍ତ୍ତା ସଂଘର ସାଧାରଣ ବାର୍ଷିକ ବୈଠକ

ଢେଙ୍କାନାଳ -(ମନିସ )24/9/23 // ଭାରତର ରାଷ୍ଟ୍ରାୟତ ସଂସ୍ଥା ତଥା ଭାରତିୟ ଜୀବନ ବୀମା ଅଭିକାର୍ତ୍ତା ସଂଘର ୩୦ତମ ସାଧାରଣ ସଭା ସ୍ଥାନୀୟ ଗୋପବନ୍ଧୁ ଟାଉନହଲ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସର୍ବ ଭାରତୀୟ ଏଜେଣ୍ଟ ସଙ୍ଘ ଲିଆଫି-୧୯୬୪ ର ସଭାପତି ଶ୍ରୀଯୁକ୍ତ ଶ୍ୟାମଲ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ସର୍ବ ଭାରତୀୟ ଲିଆଫି-୧୯୬୪ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଏସବି ଶ୍ରୀନିବାସ ଚାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ସଭାରେ ସର୍ବ ଭାରତୀୟ ମହିଳା ମୋର୍ଚ୍ଚା ଏଜେଣ୍ଟ ସଂଘର ଅଧ୍ୟକ୍ଷା ଶ୍ରୀମତୀ କେକା ଭଟ୍ଟାଚାର୍ଯ୍ୟ ସମ୍ମାନନୀୟା ଅତିଥି ଭାବେ ଯୋଗ ଦେଇଥିଲେ। ଏଥି ସହିତ ସର୍ବ ଭାରତୀୟ ଲିଅଫି କମିଟି ମୁଖପତ୍ର ଇଲୁ ର ମୁଖ୍ୟ ସମ୍ପାଦକ ଉଦୟଭାନୁ, ସର୍ବ ଭାରତୀୟ ଅର୍ଗାନାଇଜିଙ୍ଗ ସେକ୍ରେଟେରୀ ଜ୍ଞାନରଞ୍ଜନ ମହାନ୍ତି, ସର୍ବ ଭାରତୀୟ ସିଏଲଆଇ କମିଟି ଉପସଭାପତି ମନୋଜ ମହାନ୍ତି ,ଇଷ୍ଟ ସେଣ୍ଟ୍ରାଲ ଜୋନର ସଂଗଠନ ଉପ ସଭାପତି ଉଦୟନାଥ ମହାନ୍ତି, ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଅଞ୍ଜଳି ସିଂ, ଉପ ସଭାପତି ବୈଶାଖୀ ମହାନ୍ତ, ପ୍ରେସ ଓ ମିଡିଆ ଅଧ୍ୟକ୍ଷ ସତ୍ୟଜିତ ସାମନ୍ତରାୟଙ୍କ ସହ କନଷ୍ଟିଚୁସନ କମିଟି ଅଧ୍ୟକ୍ଷ କପିଳେନ୍ଦ୍ର ରଥ, ସରୋଜ କୁମାର ମିଶ୍ର, ପ୍ରମୁଖ ମଧ୍ୟ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଢେଙ୍କାନାଳ ଶାଖା ଲିଆଫିର ଏହି ୩୦ ତମ ସାଧାରଣ ବୈଠକରେ ଉପସ୍ଥିତି ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ର୍ଟିରେ ମାଲ୍ୟାର୍ପଣ ଓ ପ୍ରଦ୍ବୀପ ପ୍ରଜ୍ବଳନ ପରେ ଏଲଆଇସିର ନିଗମ ଗୀତ ଗାନ କରାଯାଇଥିଲା। ଏହା ପରେ ଦିବଙ୍ଗତ ଙ୍କ ସ୍ମୃତିଚାରଣ ସହ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭାପତି ଶଙ୍କର୍ଷଣ ରଥ ଓ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଶତପଥୀ ଢେଙ୍କାନାଳ ବ୍ରାଞ୍ଚ ର ଏଜେଣ୍ଟ ମାନଙ୍କ ହିତରେ କରାଯାଉଥିବା ପଦକ୍ଷେପ ବିଷୟରେ ନିଜ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଇଷ୍ଟ ସେଣ୍ଟ୍ରାଲ ଜୋନର ସମ୍ପାଦକ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ ଏଜେଣ୍ଟ ମାନଙ୍କ ସୁରକ୍ଷା ପାଇଁ ନିକଟରେ ପାଟଣା ଜୋନାଲ କାର୍ଯ୍ୟାଳୟରେ ହୋଇଥିବା ଆଲୋଚନା ବିଷୟରେ ସୂଚନା ପ୍ରଦାନ କରିଥିଲେ। ଇଷ୍ଟ ସେଣ୍ଟ୍ରାଲ ଜୋନ ସଭାପତି ଶ୍ରୀ ଶିବାଜୀ ସିଂ ଏଜେଣ୍ଟ ମାନେ ଲୋକଙ୍କ ସେବାରେ ଭାରତୀୟ ଜୀବନବୀମା ନିଗମ ଅଭିକାର୍ତ୍ତା ମାନେ ସର୍ବଦା ପ୍ରସ୍ତୁତ ରହିବା ପାଇଁ ଉପଦେଶ ଦେଇଥିଲେ। ନିଜର ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଥିବା କେନ୍ଦ୍ରୀୟ କମିଟି ସଦସ୍ୟ ଶ୍ରୀ ଏସ କେ ଦେଓ ତାଙ୍କ ପଠା ଯାଇଥିବା ଶୁଭେଚ୍ଛା ବାର୍ତ୍ତା ଏହି ସଭାରେ ପାଠ କରାଯାଇଥିଲା। ମୁଖ୍ୟ ଅତିଥି ସର୍ବ ଭାରତୀୟ ସଭାପତି ଶ୍ରୀ ଶ୍ୟାମଲ ଚକ୍ରବର୍ତ୍ତୀ ଆଗକୁ ଆସୁଥିବା ଚ୍ୟାଲେଞ୍ଜ ସବୁକୁ ମୁକାବିଲା କରିବା ସହ ଲୋକଙ୍କ ନିକଟତର ହୋଇ ସେବା ଯୋଗାଇବା ପାଇଁ ଅଭିକାର୍ତ୍ତା ଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଏଲଆଇଇସି ଏଜେଣ୍ଟ ଙ୍କ ଭୂମିକା ବିଷୟରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସର୍ବ ଭାରତୀୟ ସଧାରଣ ସମ୍ପାଦକ ଶ୍ରୀ ଏସବି ଶ୍ରୀନିବାସ ଚାରୀ ନିଜ ବକ୍ତବ୍ୟରେ କହିଥିଲେ। ଏହା ସହ ଅଭିକାର୍ତ୍ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ଏହି ମଞ୍ଚରେ କେନ୍ଦ୍ରୀୟ ପଦାଧିକାରୀଙ୍କ ସହ ଆଲୋଚନା କରା ଯାଇଥିଲା । ଆଗାମୀ ଦିନରେ ଏ ସବୁ ସମସ୍ୟାକୁ ଭାରତୀୟ ଜୀବନ ବୀମା ନିଗମ ଅଧ୍ୟକ୍ଷଙ୍କ ସହ ଏ ବିଷୟରେ ଆଲୋଚନା କରାଯିବ ଓ ସେଗୁଡିକର ସମାଧାନ ଦିଗରେ ଧ୍ୟାନ ଦିଆ ଯିବ ବୋଲି ଆଲୋଚନା ହୋଇଥିଲା। ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ ହୋଇଥିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକ ସରପଞ୍ଚଙ୍କ ୧୫ ଦଫା ଦାବିକୁ ନେଇ ବିଭିନ୍ନ କାର୍ଯ୍ୟରେ ଅସହଯୋଗ ଆନ୍ଦୋଳନ

masiha

ମେଦିନୀପୁର କ୍ଳଷ୍ଟର୍ ର ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଟିତ

Sunil Chandra Nayak

ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ” ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!