5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା
ନବରଙ୍ଗପୁର (ମସିହା)- ମନ ମହୁଛି 5 ଟି ବିଦ୍ୟାଳୟ ବିଲଡିଙ୍ଗ | 5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ପଞ୍ଚାୟତ ସଦର ଗ୍ରାମର ଡ଼େଙ୍ଗାଗୁଡ଼ା ଗଣେଶ ପୂଜା ପେଣ୍ଡାଲ ରେ | ନବୀନ ସରକାର ଙ୍କ 5 ଟି ରେ ସାମିଲ କରାଯାଇ ରୂପାନ୍ତର କରାଯାଉଥିବା ନୂତନ ବିଦ୍ୟାଳୟ ରେ ଆକୃଷ୍ଟ ହଇ ଏହିଭଳି ଅଭିନଵ ପ୍ରୟାସ କରି ଭକ୍ତଙ୍କୁ ଆକୃଷ୍ଟ କରୁଛନ୍ତି ଏହି ଗଣେଶ ପୂଜା କମିଟି | ସଭାପତି ମନଜ ଭତରା ଏହି ନିଆରା ଢଙ୍ଗରେ ପୂଜା ପେଣ୍ଡାଲ କରିବାକୁ ପ୍ରସ୍ତାବ ଦେଇଥିଲେ | ଏବଂ କମିଟି ସଦସ୍ୟଙ୍କ ପରିଶ୍ରମ ରେ ଏହା ସମ୍ଭବ ହୋଇପାରିଛି ବୋଲି ସେ ମତ ରଖିଛନ୍ତି | ଆଜକୁ 24 ବର୍ଷ ପୂର୍ବେ ପ୍ରଥମ କରି ଗଣେଶ ପୂଜା ଆରମ୍ଭ କରିଥିଲେ ଏହି ପୂଜା କମିଟି | ସେବେଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ମନହର ମଣ୍ଡପ କରି ଭକ୍ତଙ୍କୁ ଆକୃଷ୍ଟ କରି ଆସୁଥିଲେ ଏହି ପୂଜା କମିଟି | ଏବର୍ଷ ଏକ ନିଆରା ଢଙ୍ଗରେ ପୂଜା ପେଣ୍ଡାଲ କରି ପାପଡାହାଣ୍ଡି ବ୍ଲକ ତଥା ଜିଲ୍ଲା ରେ ଏକ ସାମାଜିକ ବାର୍ତ୍ତା ଦେବାପାଇଁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ସଭାପତି ମନଜ ଭତରା | 5 ଟି କାନ୍ଥ ରେ ସାମାଜିକ ବାର୍ତ୍ତା ଗୁଡିକ ଶିକ୍ଷଣୀୟ ହୋଇଛି | ଯାହାକି ଆମ ନିତିଦିନିଆ ଜୀବନ ଉପରେ ଆଧାରିତ | ମଟର ସାଇକେଲ ଚଳାଇବା ସମୟରେ ସର୍ବଦା ହେଲମେଟ ବ୍ୟବହାର କରନ୍ତୁ , 5 ଟି ଖେଳ ପଡିଆ , ଚନ୍ଦଜାନ 3 , ଜୟ ଯବାନ ଜୟ କିସାନ, ଗଛ ଲଗାଇବା ପରିବେଶ ବଞ୍ଚାଇବା , ବାଲ୍ୟ ବିବାହକୁ ନା , ନାଇଖା ନାନା ଦଶ ଟଙ୍ଗିଆ ପୁଡ଼ି ତର ଜୀବନ ଜାଇସୀ ପବନେ ଉଡି , ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ , ଆମ ସଂସ୍କୃତି ଆମ ପରମ୍ପରା , ବନ୍ୟଜନ୍ତୁ ସଂରକ୍ଷଣ ଏଭଳି ଭାବେ ସାମାଜିକ ବାର୍ତ୍ତା ଦେଇଛି ଏହି ପୂଜା କମିଟି | ଆଜି ର ଏହି ଦୁନିଆରେ ବିଭିନ୍ନ ପୂଜା କମିଟି କୋଟି କୋଟି ଟଙ୍କା ଖର୍ଚ କରି ବିଭିନ୍ନ ଲାଇଟ ସଜା , ଡିଜେ , ବିଭିନ୍ନ ମନ୍ଦିର ମଠ , କିମ୍ବା ଅନେକ ପ୍ରକାର ପୂଜା ପେଣ୍ଡାଲ କରିଥାନ୍ତି କିନ୍ତୁ ଏହି ଡ଼େଙ୍ଗାଗୁଡ଼ା ଗଣେଶ ପୂଜା କମିଟି ଏଭଳି ସାମାଜିକ ବାର୍ତ୍ତା ଦେଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି | ଏହି ପେଣ୍ଡାଲ କୁ କମିଟି ସଦସ୍ୟ ମାନେ ଦିନରାତି ଏକ କରି ଆକ୍ରାନ୍ତ ପରିଶ୍ରମ କରି ନିଜେ କରିଥବା ବେଳେ ମୂର୍ତ୍ତି କମିଟି ସଦସ୍ୟ ପ୍ରସନ କୁମାର ନାୟକ କରିଛନ୍ତି | ଆସନ୍ତା 1 / 10 ରବିବାର ଦିନ 12 ଘଣ୍ଟିକା ସମୟରେ ଗଜାନନ ଙ୍କ ବିସର୍ଜନ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ସମସ୍ତ ଭକ୍ତଙ୍କ ପାଇଁ ଅର୍ଣ୍ଣଭୋଗ ର ଆୟୋଜନ କରାଯିବ ବୋଲି କମିଟି ସଦସ୍ୟ ମାନେ ସୂଚନା ଦେଇଛନ୍ତି | ସେହିଦିନ ରାତିରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ଦେଶିଆ ନାଟ ସୁଦୂର ମାଲକାନଗିରି ଜିଲ୍ଲା ଗୋବିନ୍ଦ ପାଲି ପାଖ ଦଇଗୁଡ଼ା ଗ୍ରାମର କର୍ଣ୍ଣ ଗୁରୁଙ୍କ ” ତ ସାଥେ ମୋ ଯୋଡ଼ି ସୁନ୍ଦର ” ନାଟକର ଆୟୋଜନ କରାଯିବ | ଏହି ପୂଜା କମିଟିରେ ସମ୍ପାଦକ ଲମ୍ବଦର ଭତରା , ଉପସଭାପତି ନାରାୟଣ ନାୟକ , କର୍ତା ଦିଲୀପ ନାୟକ , ଅଶୋକ , ଗଜେନ୍ଦ୍ର , ଜୟ , ବବଲୁ , ଜଗଦିଶ , ଜିତେନ୍ଦ୍ର , ଅସ୍ତୁ , ଲକ୍ଷ୍ମଣ , ତୁଲାରାମ , ରୂପଧର , ଭୀଷ୍ମ ଦେବ , ନବୀନ , ଚନ୍ଦନ , ଉମେଶ ଏବଂ ବାବୁଲି ସାମିଲ ଅଛନ୍ତି |