ଉତ୍କଳ ସମ୍ମିଳନୀ ରରାଜ୍ୟ କାର୍ଯ୍ୟକାରିଣୀ ବାର୍ଷିକ ଉତ୍ସବ ଓ ସମାରୋହ ପାଳିତ
ନବରଙ୍ଗପୁର ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ସମାରୋହ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ସମ୍ମିଳନୀ ରାଜ୍ୟ ସରକାର ଙ୍କୁ ଓଡ଼ିଶାର ଉନ୍ନୟନ ପାଇଁ ସବୁବେଳେ ଦିଗଦର୍ଶନ ଦେବା ସହ ଉଚିତ ପରାମର୍ଶ ଦେଇଆସୁଛି ବୋଲି କହିଥିଲେ।
ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ବରେଣ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ସମ୍ମିଳନୀ ରାଜ୍ୟ ର ଏକ ସର୍ବ ପୂରାତନ ଅଗ୍ରଣୀ ଅନୁଷ୍ଠାନ ଓ ଏହି ସଂଗଠନ ଯୋଗୁଁ ଆଜିର ନୂତନ ଓଡ଼ିଶା ସମ୍ଭବ ହୋଇପାରିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଗଣେଶଙ୍କୁ ପୂଜା ଅର୍ଚ୍ଚନା
କରି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ବିଶିଷ୍ଟ ସମାଜସେବୀ ତଥା ସମ୍ମିଳନୀ ର ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଅଧ୍ୟକ୍ଷତା କରିଥିଲେ ଓ ସମ୍ପାଦକ ଦୁର୍ଗା ପ୍ରସାଦ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସାଇ କେଆର ଶିକ୍ଷାନୁଷ୍ଠାନର ଛତ୍ରୀ ମାନେ ଉତ୍କଳ ବନ୍ଦନା ପରିବେଷଣ କରିଥିଲେ। ଜିଲ୍ଲା ସହ ସଂପାଦିକା ଡଃ ସଂଯୁକ୍ତା ପଣ୍ଡା ଓ ସଂଗଠକ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ରାଜ୍ୟ ସଭାପତି ଶ୍ରୀ ଅଦ୍ଵୈତ କୁମାର ପାତ୍ର ନିଜ ବକ୍ତବ୍ୟ ରଖିଥିଲେ। ଅଦ୍ଵୈତ କୁମାର ପାତ୍ର ଓ ଜଗନ୍ନାଥ ମହାପାତ୍ରଙ୍କୁ ପ୍ରତିଭା ସମ୍ବର୍ଦ୍ଧନା ଦିଆଯାଇଥିଲା। ଡଃ ସୁରେନ୍ଦ୍ର ନାଥ ଦାଶଙ୍କ ଅନୁବାଦ ରହସ୍ୟ ଉପନ୍ୟାସ “ପାର୍ଟନର” ଓ କବୟିତ୍ରୀ ଜ୍ୟୋସ୍ନା ମହାନ୍ତି ଙ୍କ କବିତା ସଂକଳନ “ଜ୍ୟୋସ୍ନାଲୋକ” ପୁସ୍ତକ ଲୋକାର୍ପିତ ହୋଇଥିଲା। ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ହୋତା, ପୌରାଧ୍ୟକ୍ଷ କୁନୁ ନାୟକ, କେନ୍ଦ୍ରୀୟ ସମ୍ପାଦକ ବିରେନ ମୋହନ ପଟ୍ଟନାୟକ ଯୋଗଦେଇଥିଲେ। ଅଧ୍ୟାପକ ଅଖିଳ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନ ରେ “ଆମ ଭାଷା ସଂସ୍କୃତି ଓ ଆଞ୍ଚଳିକତା” ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଅଶୋକ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିଲେ। ବରେଣ୍ୟ ଅତିଥି ଭାବେ ଆଇନଜୀବୀ ରାମ ପ୍ରସାଦ ପାତ୍ର, ଗୌରୀଶଙ୍କର ମାଝୀ, କେନ୍ଦ୍ରୀୟ ଉପସଭାପତି ସୁବ୍ରତ କୁମାର ସାହୁ, କେନ୍ଦ୍ରୀୟ ଉପସଭାପତି ପଦ୍ମନାଭ ସାମଲ, କେନ୍ଦ୍ରୀୟ ସମ୍ପାଦକ କମଳ ଚକ୍ରବର୍ତ୍ତୀ, ଗଜପତି ଜିଲ୍ଲା ସଭାପତି ଭରତ ଭୂଷଣ ମହାନ୍ତି, କୋରାପୁଟ ଜିଲ୍ଲା ସଭାପତି ମଦନ ମୋହନ ନାୟକ ଯୋଗଦେଇଥିଲେ। କୋଷାଧ୍ୟକ୍ଷ ସୁରେଶ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଜିଲ୍ଲା ସଂଗଠିକା ସ୍ୱର୍ଣ୍ଣ ଲତା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ତୃତୀୟ ଅଧିବେଶନରେ ଉପସଭାପତି ଡଃ ବିଜୟ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବରେଣ୍ୟ ଅତିଥି ଭାବେ ଦେବେନ୍ଦ୍ର ବାହିନୀପତି,ମନୋରଞ୍ଜନ ତ୍ରିପାଠୀ, ମାଲକାନଗିରି ଜିଲ୍ଲା ସଭାପତି ରଞ୍ଜନ କୁମାର ସ୍ୱାଇଁ, ରାୟଗଡ଼ା ଜିଲ୍ଲା ସମ୍ପାଦକ ରବି ନାରାୟଣ ଶତପଥୀ, କାର୍ଯ୍ୟକାରୀ ସଦସ୍ୟ ମନୋଜ ପାଢ଼ୀ, କୁଞ୍ଜ ବିହାରୀ ଦାଶ, ସହଦେବ ପରିଡ଼ା, ନନ୍ଦା ହାଣ୍ଡି ବ୍ଲକ ସଭାପତି ପ୍ରଭଞ୍ଜନ ତ୍ରିପାଠୀ, କୋଷାଗୁମୁଡା ବ୍ଲକ ସଭାପତି ରବି ନାୟକ, ରାଇଘର ବ୍ଲକ ସଭାପତି ଗୁରୁଦାସୀ ମଣ୍ଡଳ ଯୋଗଦେଇ ଥିଲେ। ଅଧ୍ୟାପିକା ମନୀଷା ସରକାର ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବୟିତ୍ରୀ ଜେମାମଣୀ ବିଷୋୟୀ, ଜାହ୍ନବୀ ପଣ୍ଡା, କପିଳ ଚନ୍ଦ୍ର ମହାନ୍ତି, ଧରିତ୍ରୀ ପଣ୍ଡା, ସାନୁଜ କୁମାର ପାତ୍ର, ପି. ରବିକାନ୍ତ ରଘୁରାମ ପ୍ରମୁଖ ଯୋଗଦେଇ ଥିଲେ। ସାଇ କେଆର ଶିକ୍ଷାନୁଷ୍ଠାନ ଓ ନବରଙ୍ଗପୁର ପବ୍ଲିକ ସ୍କୁଲ ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍


