ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ବ୍ଲକ ଅନ୍ତର୍ଗତ ଆଟିଗାଁ ବିଶ୍ଵାଳ ପଡ଼ା ଏ ଓଏସସିଏଫ ପକ୍ଷରୁ ଏକ ନୂଆଁଖାଇ ଭେଟଘାଟ

ଜୁନାଗଡ ବ୍ଲକ ଅନ୍ତର୍ଗତ ଆଟିଗାଁ ବିଶ୍ଵାଳ ପଡ଼ା ଏ ଓଏସସିଏଫ ପକ୍ଷରୁ ଏକ ନୂଆଁଖାଇ ଭେଟଘାଟ

ଜୁନାଗଡ଼,୨୬/୯(ମ ନି ସ)ଜୁନାଗଡ଼ ଆଟିଗାଁ ବିଶାଳପଡା ଏଓଏସଏଫ କମିଟି ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ପ୍ରେମଲାଳ ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଏଓଏସଏଫ ମହାସଚିବ ପ୍ରକୃତିବନ୍ଧୁ ଯତୀନ୍ଦ୍ର କର ମୁଖ୍ୟ ଅତିଥି, ଆଇନ ପରାମର୍ଶଦାତା ଆଇନଜିବୀ ଛବିଲାଲ ନିଆଲ ମୁଖ୍ୟବକ୍ତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, କଳାହାଣ୍ଡି ଦଳିତ କଲ୍ୟାଣ ସମିତି ର ସଭାପତି ସୁଗ୍ରୀବ ଦୀପ, ସ୍ଥାନୀୟ ନେତା ଶ୍ରୀକର ନାଏକ ସମ୍ଭାନାନୀୟ ଅତିଥି ରୂପେ ଯୋଗଦେଇଓବିସି ,ଏସସି, ଏସ ଟି ସମାଜ କୁ କିଭଳି ଶିକ୍ଷା,ସାମାଜିକ,ଅର୍ଥନୀତି ଓ ରାଜନୀତି କ୍ଷେତ୍ର ରେ କିଭଳି ବିକାଶ ହେବ ଏବଂ ଜ୍ୟୋତିବା ଫୁଲେ,ବିର୍ସା ମୁଣ୍ଡା ,ଛତ୍ରପତି ସାହୁଜି ମହାରାଜ ଓ ଡକ୍ଟର ଆମ୍ବେଦକର ମାନଙ୍କ ବିଚାରଧାରା ଓ ସାମ୍ବିଧାନିକ ଆଧାର ରେ ଗଲେ ଆମ ସମାଜ ମାନଙ୍କର ବିକାଶ ସହ ଆତ୍ମସମ୍ଭାନ ବଢିବ ବୋଲି ବକ୍ତା ମାନେ ବାର୍ତ୍ତା ଦେଇଥିଲେ।ଏହାପରେ ଗ୍ରାମାଞ୍ଚଳ ତଥା କଳାକାର ମାନଙ୍କ ଉନ୍ନତି ଓ ସମ୍ଭାନ ଆଣିବା ପାଇଁ ଏକ ଡାନ୍ସ ଏଣ୍ଡ ଡାନ୍ସ ପ୍ରତିଯୋଗିତା ହୋଇଥିଲା।ଏହାକୁ ଆନୁଷ୍ଠାନିକ ଭାବରେ ଯତୀନ୍ଦ୍ର କର ଉଦଘାଟନ କରି ଆରମ୍ଭ କରିଥିଲେ।ଏଠାରେ ୨୬ଗୋଟି କଳାକାର ମାନଙ୍କ ପ୍ରଦର୍ଶନୀ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ।ପ୍ରଥମ ବିଜେତା ମା ମଙ୍ଗଳା ଡାନ୍ସ ଗ୍ରୁପ୍ ବଙ୍ଗୋମୁଣ୍ଡା ,ଦ୍ୱିତୀୟ ମିସ୍ ପଲ୍ଲବୀ ରଇନଗୁଡ଼ା,ତୃତୀୟ ଯେଏମ ଟି ଡାନ୍ସ ଗ୍ରୁପ୍ ଚଞ୍ଚରଭାଡ଼ି,ଚତୁର୍ଥ ମିଷ୍ଟର ନାୟକ ଛୋରିଆଗଡ ଓ ପଞ୍ଚମ ସ୍ଥାନ ରେ ଜ୍ୟୋତ୍ସ୍ନା ନାଏକ ଆଟିଗାଁବିଶ୍ଵାଳ ପଡ଼ା ଆଦି ପୁରସୃତ୍ ହୋଇଥିଲେ,ଏଠାରେ ବିଚାରକ ମାନେ ଯଥା :ଈଶ୍ୱର ଚନ୍ଦ୍ର ନାଏକ,ନୀଳମଣି ବାଗ,କୁଞ୍ଜ ବିହାରୀ ସରାଫ ଓ ହଳଧର ଚଲାନରହିଥିଲେ ।ଏହି କାର୍ଯ୍ୟକ୍ରମ ରେ ହଜାର ସଂଖ୍ୟା ରେ ଦର୍ଶକ ଭିଡ ଜମି ଥିଲା ବେଳେ ଜୟ ଭୀମ ରେ ପ୍ରକମ୍ପିତ ହୋଇଥିଲା।ଏଠାରେ ଶିବ ପ୍ରସାଦ ନାଏକ,ବିଜୟ ନାୟକ ଓ ଅନ୍ୟାନ୍ୟ ଅନୁଷ୍ଠାନ ଯୁବକ ମାନେ ସହଯୋଗ କରିଥିଲା ,ପ୍ରଥମ ପୁରସ୍କାର ୫ହଜାର, ଦ୍ୱିତୀୟ ୪ହଜାର- ,ତୃତୀୟ ୩ ହଜାର- ଚତୁର୍ଥ ୨ହଜାର ଓ ସ୍ଵତନ୍ତ୍ର ପୁରସ୍କାର ୧ହଜାରଟଙ୍କା- ଦିଆ ଯାଇଥିଲା,ବେଳେ ମଞ୍ଚ କୁ ଅକ୍ଷୟ ମହାନନ୍ଦ ପରିଚାଳନା କରିଥିଲେ। ଅତିଥି ଓ କଳାକାର ମାନଙ୍କୁ ପୂର୍ବତନ ନାଏବ ସରପଞ୍ଚ ଅଲେଖ ନାଏକ ଧନ୍ୟବାଦ୍ ଦେଇଥିଲେ।ଜୁନାଗଡ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କାଜୁ ଆମ୍ବ ଗୋଟାଉଥିବା ବେଳେ ଅଘଟଣ , ହାତୀ ଆକ୍ରମଣରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଚତୁର୍ଥ ବାର୍ଷିକୋତ୍ସବ 

masiha

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଭେଟିଲେ ଗୁଣୁପୁରର ବିଜେପି କାର୍ଯ୍ୟକର୍ତ୍ତା

masiha

Leave a Comment

error: Content is protected !!