ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:ବଜ୍ରପାତରେ ଜଣେ ସ୍କୁଲ ଛାତ୍ରୀ ସମେତ ପରିବାରର ତିନି ମୃତ

ଧର୍ମଗଡ:ବଜ୍ରପାତରେ ଜଣେ ସ୍କୁଲ ଛାତ୍ରୀ ସମେତ ପରିବାରର ତିନି ମୃତ

ଏକ ଅଭାବନୀୟ ଘଟଣା କ୍ରମରେ ଆଜି ଅପରାହ୍ନ ପାଞ୍ଚଟା ବେଳେ ହୋଇଥିବା ବଜ୍ରପାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗ୍ରାମର ଲିମଗୋଛିଆ ପରିବାର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ନବମ ଶ୍ରେଣୀ ଝିଅ ଥିବା ସୁଚନା ମିଳିଛି।ସୁଚନା ଅନୁଯାୟୀ ଗଏନ୍ତି ଲିମଗୋଛିଆ,ସ୍ଵା-ରାଏଚନ ଲିମଗୋଛିଆ ନାତୁଣୀ ଲତା ଲିମଗୋଛିଆ ଓ ଝିଆରୀ ବୋହୁ ରୂପେ ଲିମଗୋଛିଆ, ସ୍ଵା-ଭାସ୍କର ସହ ନିଜ ବିଲକୁ କାମକୁ କରିବାକୁ ଯାଇଥିଲେ । ଅପରାହ୍ନରେ ପାଞ୍ଚ ଟା ସମୟରେ ପର୍ଲା ଅଞ୍ଚଳରେ ଘଡଘଡି ବର୍ଷା‌ ସହ ବଜ୍ରପାତ ହୋଇଥିଲା। ପାଖରେ ବଜ୍ରପାତ ଆଶଙ୍କା କରି ପରିବାର ଲୋକେ ବିଲକୁ ଯାଇଥିଲେ। ବଜ୍ରପାତରେ ଘଟଣା ସ୍ଥଳରେ‌ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଦେଖି ପରିବାର ଲୋକେ ଧର୍ମଗଡ଼ ପୋଲିସକୁ ସୁଚନା ଦେଇଥିଲେ। ଖବର ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ସନ୍ଧ୍ୟା ହେବାରୁ ବୁଧବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

masiha

ସଫଳ (ଗୁଟକା) ଡିଲର ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରୀକା ରେ ଚାଲିଛି କାରବାର 

masiha

ସୁନାନଦୀରେ ପଡୁଛି ଫାଷ୍ଟଫୁଡର ଅଳିଆ

masiha

Leave a Comment

error: Content is protected !!