ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ପୋଲିସ ଦ୍ୱାରା ଆମ ପୋଲିସ ସମିତି ବୈଠକ

ଖାତିଗୁଡା ପୋଲିସ ଦ୍ୱାରା ଆମ ପୋଲିସ ସମିତି ବୈଠକ 

ତେନ୍ତୁଳିଖୁଣ୍ଟି ୨୬/୦୯/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଖାତିଗୁଡା ପୋଲିସ ଦ୍ୱାରା ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଖାତିଗୁଡା ଥାନା ଅଧିକାରୀ ହରିଶ ଚନ୍ଦ୍ର ଗୋଲରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ପଟ୍ଟନାୟକ,ବିଦ୍ୟାଳୟ ସଭାପତି ଅବସର ପ୍ରାପ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରି ସନ୍ତୋଷ କୁମାର ଗାହାଣ ,ବିଦ୍ୟାଳୟ ଅଧ୍ୟକ୍ଷ। ସ୍ୱର୍ଣ୍ଣଲତା ମହାଙ୍କୁଡ, ସବ ଇନ୍ସପେକ୍ଟର ମହେଶ୍ୱର ଭୁର୍ଭୁରେ ପ୍ରମୁଖ ଯୋଗଦେଇଥିଲେ ।

ଏହି ଆୟୋଜିତ କାର୍ଯ୍ୟକ୍ରମରେ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସଚେତନ କରାଯାଇଥିଲା । ଛୋଟଛୋଟ ଛୁଆ ବା ନାବାଳକ ମାନକୁ ଗାଡି ନ ଦେବା ,ମଦ୍ୟପାନ କରି ଯାନବାହନ ନ ଚଲେଇବା,ବାଲ୍ୟବିବାହ ରୋକିବା, ପୁଅଝିଅ ଶିକ୍ଷିତ ହେବା ,ଆଦି ବିଷୟବସ୍ତୁକୁ ନେଇ ବିଦ୍ୟାଳୟ ର ଛାତ୍ରଛାତ୍ରୀ ବୁଝାଇଥିଲେ । ଏହି ବୈଠକରେ ଖାତିଗୁଡା ଥାନା ଅଧିକାରୀଙ୍କ ସମେତ ଏଏସ୍ଆଇ ରାମଚନ୍ଦ୍ର ଖଣ୍ଡଗିରି, ଏ ଏସ୍ ଆଇ କମଳାକାନ୍ତ ନାଗ,ଏ ଏସ୍ ଆଇ ସୁନୀଲ କୁମାର ପ୍ରଧାନ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ, ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅପା , ଭାଇ ମାନଙ୍କୁ ସଚେତନତା କରିଥିଲେ।। ଏଥିସହ କୋରାପୁଟ ଜିଲ୍ଲା ସୁନାବେଡ଼ା ର ଝିଅ କାଜଲରାଣୀ ବିଶ୍ୱାସ ତାଙ୍କ ଚମକ୍ତାର ଅଭିଭାଷଣ ରେ ପୋଲିସ ତଥା ଉପସ୍ଥିତ ସ୍ୱର୍ଜନ ମଣ୍ଡଳୀ ଙ୍କ ମନ ମୋହିଥିଲେ। ସେ ବର୍ତ୍ତମାନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଯୁକ୍ତଦୁଇ ବିଜ୍ଞାନ ରେ ଅଧ୍ୟୟନ କରନ୍ତି । ଏହି କାର୍ଯ୍ୟକ୍ରମ ର ଅଭିଭାବକ ଓ କିଛି ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଧବା ପତ୍ନୀଙ୍କୁ ସାହାଯ୍ୟ କଲା ଧର୍ମଗଡ଼ ଉପଖଣ୍ଡ ବସ କର୍ମଚାରୀ ସଂଘ

Sunil Chandra Nayak

ନର୍ଲା ଇନଡୋର ଷ୍ଟାଡିୟମ ଉଦଘାଟନ ସହ ନର୍ଲାରୁ ଭୁବନେଶ୍ୱର ଯାଏଁ ବସସେବାର ଶୁଭାରମ୍ଭ

masiha

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରଙ୍କ ମଧ୍ଯରେ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!