ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳାରେ ସାମ୍ୱାଦିକ ରୀତିକା ଚୋପ୍ରାଙ୍କୁ ଶୁଭେଚ୍ଛା

ବାଲୁକା କଳାରେ ସାମ୍ୱାଦିକ ରୀତିକା ଚୋପ୍ରାଙ୍କୁ ଶୁଭେଚ୍ଛା

କର୍ଲାମୁଣ୍ଡା, (ସୁଶାନ୍ତ ରଣା): ଗଣମାଧ୍ୟମକୁ ଗଣତନ୍ତ୍ରର ଚର୍ତୁଥ ସ୍ତମ୍ଭ କୁହାଯାଏ। ଜନସାଧାରଣଙ୍କ ସମସ୍ୟାକୁ ଉପସ୍ଥାପନ କରି ସତ୍ତାକୁ ପ୍ରଶ୍ନ ପଚାରିବା ଓ ଜନତାଙ୍କ ସ୍ୱରକୁ ଶାଣିତ କରିବା ଗଣମାଧ୍ୟମର ଗୁରୁଦାୟିତ୍ୱ ଅଟେ। ଦିନ ଥିଲା ସମାଜରେ ସାମ୍ବାଦିକ ମାନଙ୍କୁ ଯଥେଷ୍ଟ ସମ୍ମାନ ମିଳୁଥିଲା। ଆଜି କିନ୍ତୁ ତାହାର ବିଡମ୍ବନା ଘଟିଛି। ଆଜିର ଦୁନିଆରେ ପୁଞ୍ଜିପତି, ବ୍ୟବସାୟୀ, ରାଜନେତା ଙ୍କ ଅଧୀନରେ ଅଧିକାଂଶ ଗଣମାଧ୍ୟମ ପରିଚାଳିତ ତଥାପି ମଧ୍ୟ ଅନେକ ସଚ୍ଚୋଟ ସାମ୍ବାଦିକ ଅନ୍ୟାୟ ସହ ସାଲିସ ନକରି ଦୁର୍ନୀତି ବିରୁଦ୍ଧରେ ଲେଖନୀ ଚାଳନା ଜାରିରଖିଛନ୍ତି। ନିକଟ ଅତୀତରେ ଇଂରାଜୀ ପତ୍ରିକା “ଦି ଇଣ୍ଡିଆନ ଏକ୍ସପ୍ରେସ”ର ସାମ୍ବାଦିକ ରୀତିକା ଚୋପ୍ରା ମୁଖ୍ୟ ନିର୍ବାଚନ ଅଧକାରୀ ଙ୍କ ମହାଦୁର୍ନୀତିକୁ ସାହସର ସହ ପର୍ଦାଫାଶ କରି ସଚ୍ଚୋଟ ସାମ୍ବାଦିକତାର ଉଦାହରଣ ସୃଷ୍ଟି କରିଛନ୍ତି ଫଳରେ ଦେଶରେ ଦୁର୍ନୀତି ବିରୁଦ୍ଧରେ ମହା ଆନ୍ଦୋଳନ ଠିଆ ହୋଇପାରିଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବାଲୁକା କଳା ମାଧ୍ୟମରେ ସାମ୍ବାଦିକ ରୀତିକା ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ର ଏନ୍ ଆଇ ଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ 

Sunil Chandra Nayak

ସାପ କାମୁଡ଼ାର ଶିକାର ହେଲେ ଯୁବକ

Sunil Chandra Nayak

ଅଳ୍ପ ବର୍ଷା ରେ ସୃଷ୍ଟି ହେଉଛି କୁତ୍ରିମ ବନ୍ୟା! ଆଖି ପଲକରେ ଏବେ ଭୋଗିବେ ଟେମେରା ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!