ଶିଳାନ୍ୟାସ ନାମ ଫଳକ ରେ ଗୁରୁ ଚଣ୍ଡାଳ ତ୍ରୁଟି, କୋଷାଗୁମୁଡା ବ୍ଲକ ଅଧକ୍ଷା ଓ ଉପାଧ୍ୟକ୍ଷ ଙ୍କ ନାମ ବଦଳ ରେ ପାପଡାହାଣ୍ଡି ବ୍ଲକ ଅଧକ୍ଷା ଉପାଧ୍ୟକ୍ଷ ଙ୍କ ନାମ
ନବରଙ୍ଗପୁର, ୨୭/୯(ମସିହା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦରମହକୁମା ଠାରେ ଅଜବ ରାଜ୍ୟ ର ଗଜବ ଜିଲ୍ଲାର ଶାସନ ଚାଲିଥିବା ଦେଖିବାକୁ ମିଳିଛି। ସରକାରୀ କଳ ଆଜି କାଲି ଦିନ ରେ ବି ଅନ୍ଧ ସାଜିଛନ୍ତି ନା ଜାଣି ଶୁଣି ଏଭଳି ଅସମ୍ମାନ କରୁଛନ୍ତି ଜନପ୍ରତିନିଧି ଙ୍କୁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି | ଏଠି ସିଧା ସଳଖ କୋଷାଗୁମୁଡା ଜନପ୍ରତିନିଧିଙ୍କୁ ଅପମାନ କରିବା ହେଲା ବ୍ଲକବାସୀଙ୍କୁ ଅପମାନ କରିବା ସମାନ | ଗତ କାଲି କୋଷାଗୁମୁଡା ରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ସାଂସଦ ରମେଶ ମାଝୀଙ୍କୁ କୋଷାଗୁମୁଡା ବ୍ଲକ ଅଫିସ ସାମ୍ନା ରେ କୋଷାଗୁମୁଡା ଠୁଁ ପାପଡାହାଣ୍ଡି ରାସ୍ତା ଉନ୍ନତିକରଣ ନିମନ୍ତେ ଭୂମି ପୂଜନ କରିଥିବା ଦେଖିବାକୁ ମିଳିଥିଲା ପ୍ରାୟ ହଜାର ହଜାର କର୍ମୀ ଙ୍କୁ ନେଇ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା | ବ୍ଲକର ବିଭିନ୍ନ ପଂଚାୟତ ରୁ ହଜାର ହଜାର ଜନତା ଙ୍କ ସମାଗମ ରେ ବିଧାୟକ ଓ ସାଂସଦ ଭୂମିପୂଜା କରି ନାମଫଳକ ଉପରୁ ସ୍କ୍ରିନ ଉଠାଇଥିଲେ, ଯାହା ଏବେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି | ନାମଫଳକ ରେ ବିଧାୟକ ସାଂସଦ ଜିଲ୍ଲାପରିଷଦ ଅଧକ୍ଷ ଙ୍କ ନାମ ଉଲ୍ଲେଖ ରହିଛି ଏବଂ ମୁଖ୍ୟ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି ଯାହା କି ନାମଫଳକ ରେ କୋଷାଗୁମୁଡା ବ୍ଲକ ଅଧକ୍ଷା ଓ ଉପାଧ୍ୟକ୍ଷ ଙ୍କ ନାମ ବଦଳ ରେ ପାପଡାହାଣ୍ଡି ବ୍ଲକ ଅଧକ୍ଷା ଓ ଉପାଧ୍ୟକ୍ଷ ଙ୍କ ନାମ ଉଲ୍ଲେଖ କରାଯାଇଛି ଯେଉଁଥି ପାଇଁକି ଏବେ କୋଷାଗୁମୁଡା ବ୍ଲକ ଅଧକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ଜାଣିଶୁଣି ଅପମାନ କରାଯାଇଛି ବୋଲି ଶାସକ ଦଳର ତୁଙ୍ଗ ନେତାମାନେ କହିବା ସହ ବିରୋଧୀ ଦଳର ନେତା ମାନେ ୨୪ ବର୍ଷର ଶାସନରେ ଏମିତି ଲେଖା ଦେଖା ଅନର୍ଗଳ ଲେଖା ରେ ଏ ସରକାର ଚାଲିଛି। ସୂଚନା ତାଉକି ୨୦୨୨ରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଲୋକ ପ୍ରତିନିଧି ଙ୍କ ନାମ ଅନର୍ଗଳ ଲେଖା ସାଂସଦ ବିଧାୟକ ଦେଖି ବି ସରକାରୀ ବାବୁ ଙ୍କୁ କିଛି ନ କହିବା ସେତେ ବେଳେ ଆଲୋଚନା ର ବିଷୟ ହୋଇଥିଲା। ସାଂସଦ ବିଧାୟକ ଆମ ଶାସନ ଚାଲିଛି ଯାହା ଲେଖିଲେ ମାପ ଆମେ ଅଛୁ ସବୁ ଚଳିବ ବୋଲି ଏକ ପ୍ରକାର ସ୍ପଷ୍ଟ ଭାବରେ ଆଜି କୋଷାଗୁମୁଡ଼ା ବ୍ଲକ ର ଲୋକ ପ୍ରତିନିଧି ଙ୍କୁ ଅପମାନ କରିବା ପରେ ଜଣା ପଡିଛି। ଏ ନେଇ ଗୁରୁ ଚଣ୍ଡାଳ ତ୍ରୁଟି ହେଲା କିଭଳି ବୋଲି ,କହିବା ସହ ନାମ ଫଳକ ଲଗାଇଲା ବେଳେ ସରକାରୀ ବାବୁ ମାନଙ୍କ ନଜର ରେ ଆସିଲା ନାହିଁ ନା ରାତାରାତି ଆସି ନାମଫଳକ ଲଗାଇ ଚାଲିଗଲେ? ଏଠି ରୁ ସ୍ପଷ୍ଟ ଜଣା ପଡୁଛି ସରକାରୀ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ ମାନେ ଆଉ କିଛି ଭଲମନ୍ଦ ଦେଖୁନାହାନ୍ତି ଠିକାଦାର ଯାହା କରିଲେ ଯନ୍ତ୍ରୀ ଆଖିବୁଜି ଅନ୍ଧ ସାଜିଛନ୍ତି | ଏଭଳି ନାମଫଳକ ତ୍ରୁଟି ପାଇଁ ଜିଲ୍ଳା ପ୍ରଶାସନ କାହାକୁ ତାଗିଦ୍ କରିବ ନା ମୋ ସରକାର ୫ଟି ନାମକୁ ମାତ୍ର ଦେଖା ଦେଖାଣି କାମ କରିବ ଦେଖିବାର ବାକି ରହିଲା |
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍


