ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବାର କେନ୍ଦୁପତ୍ର ତୋଳାଳୀ ଶ୍ରମିକ ,ନିର୍ମାଣ ଶ୍ରମିକ ବିସ୍ଥାପିତ, ତଫସିଲଭୁକ୍ତ ଜନଜାତି ବିକଳାଙ୍ଗ ତଥାପି ସରକାରୀ ଯୋଜନା ଅପହଞ୍ଚ ଏମାନଙ୍କ ପାଖରେ

ପରିବାର କେନ୍ଦୁପତ୍ର ତୋଳାଳୀ ଶ୍ରମିକ ,ନିର୍ମାଣ ଶ୍ରମିକ ବିସ୍ଥାପିତ, ତଫସିଲଭୁକ୍ତ ଜନଜାତି ବିକଳାଙ୍ଗ ତଥାପି ସରକାରୀ ଯୋଜନା ଅପହଞ୍ଚ ଏମାନଙ୍କ ପାଖରେ

ତେନ୍ତୁଳିଖୁଣ୍ଟି-୨୭/୦୯/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତା ଗୁଡା ପଞ୍ଚାୟତ ଅଧିନସ୍ଥ ଲକିଗୁଡା ଗ୍ରାମର ଭକ୍ତି ଯାନୀ (13) ଅଷ୍ଟମ ଶ୍ରେଣୀରେ ପଡୁଛନ୍ତି । ଜନ୍ମରୁ ବିକଳାଙ୍ଗ ଡାହାଣ ହାତ, ଗୋଡ ଠିକ ରେ କାମ କରୁନଥିବା ବେଳେ ଡାହାଣ ଆଖି ମଧ୍ୟ ଭଲ ଭାବରେ ଦେଖାଯାଉନି । ଭକ୍ତି ର ପିତା ମାତା ଆଦିବାସୀ ତଥା ଇନ୍ଦ୍ରାବତୀ ନଦୀବନ୍ଧ ବିସ୍ଥାପିତ । ଆର୍ଥିକ ସ୍ଥିତି ଠିକ ନଥିବା ବେଳେ ବାପା କରଫୁଲ ଯାନୀ କୁଲିକାମ, ମାଆ ଦିନ ମଜୁରୀ କରି ଚଳୁଛନ୍ତି ପୁଅ ମଦନ ଯାନୀ କୁ ବହୁ କଷ୍ଟରେ +ଦୁଇ ପାଠ ପଢ଼ାଉଛନ୍ତି ।ଏହି ପରିବାର କୁ ମୁଣ୍ଡ ପିଛା 5କିଲୋ ହିସାବରେ 20 କିଲୋ ଚାଉଳ ମିଳୁଥିବା ପ୍ରକାଶ କରିଛନ୍ତି ।ସରକାରୀ ଯୋଜନା କହିଲେ ବହୁ ବର୍ଷ ପରେ ଏଥର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି ଏହି ଗରିବ ଆଦିବାସୀ ପରିବାର ।ସରକାର ବିଭିନ୍ନ ସମୟରେ ଗରିବ ଲୋକମାନଙ୍କ ପାଇଁ ବହୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏହିପରି ନିଷ୍ପେସିତ ଗରିବ ଖଟିଖିଆ ଶ୍ରମିକ ଶ୍ରେଣୀ ର ଲୋକଙ୍କ ପାଇଁ ଥିବା ବିଭିନ୍ନ ଶ୍ରମିକ ଯୋଜନା ରୁ ବାଦ ପଡିଛନ୍ତି କିପରି ?ପ୍ରକୃତ ପକ୍ଷେ ପ୍ରଚାର ପ୍ରସାର ପାଇଁ ନା ଆଉ କିଛି କାରଣ ୟା ଜିଲ୍ଲାରେ ପ୍ରକୃତ ହିତାଧିକାରୀ ବାଦ ପଡୁ ଥିବା ବେଳେ ଏହିଭଳି ଅନେକ ଗରିବ ଶ୍ରେଣୀର ଶ୍ରମିକ ପଞ୍ଜିକୃତ ହୋଇନଥିବା ଦୁଃଖର ବିଷୟ ।ଏହିଭଳି ଘଟଣା କୁ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।ଆହୁରି ମଧ୍ୟ କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ସରକାରୀ ଯୋଜନା ଥିଲେ ମଧ୍ୟ ଏହି ପରିବାର କୁ କିଛି ସୁଫଳ ମିଳି ପାରିନାହିଁ ।ଯ ଦ୍ୱାରା କି ଭକ୍ତି ଏବଂ ବଡ଼ ଭାଇ ର ପାଠ ପଢା ରେ ଆର୍ଥିକ ସ୍ଥିତି ପାଚେରୀ ହୋଇ ଠିଆ ହୋଇଥିବା ଗ୍ରାମ ବାସୀ ପ୍ରକାଶ କରିଛନ୍ତି ।

     ଭକ୍ତି ଯାନୀ କୁ ବିକଳାଙ୍ଗ ପ୍ରମାଣ ପତ୍ର ମିଳିନଥିବା ବେଳେ ବହୁବାର ଚେଷ୍ଟା କରି ପରିବାର ବିଫଳ ହୋଇଛନ୍ତି ।ପାଠ ପଢାକୁ ଗୁରୁତ୍ୱ ଦେଇଛନ୍ତି ଏହି ଗରିବ ପରିବାର ଯଦି ଭକ୍ତି କୁ ବିକଳାଙ୍ଗ ଭତ୍ତା,ସହ ପାଠ ପଢ଼ିବାରେ ସାହାଯ୍ୟ ପ୍ରଶାସନ ପକ୍ଷରୁ ମିଳିପାରିଲେ ଆଗକୁ ନିଜର ଭବିଷ୍ୟତ ଗଢିବାରେ ସଫଳ ହେବ ବୋଲି ପରିବାର ପକ୍ଷରୁ ପ୍ରକାଶ କରିଛନ୍ତି ।

   ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅବସରପ୍ରାପ୍ତ ସୈନିକଙ୍କୁ ଗ୍ରାମବାସୀଙ୍କ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ – ୨୦୨୩ , ୮୨୧ ମାମଲ ଫଇସଲା

Sunil Chandra Nayak

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା

Sunil Chandra Nayak

Leave a Comment

error: Content is protected !!