ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ୩ୟ ଓ ୫ ମ ଶ୍ରେଣୀ ବୃତ୍ତି ପରୀକ୍ଷା -୨୦୨୩ 

ଡାବୁଗାଁରେ ୩ୟ ଓ ୫ ମ ଶ୍ରେଣୀ ବୃତ୍ତି ପରୀକ୍ଷା -୨୦୨୩ 

  ଡାବୁଗାଁ, ୨୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ୩ୟ ଓ ୫ ମ ଶ୍ରେଣୀ ବୃତ୍ତି ପରୀକ୍ଷା -୨୦୨୩ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିଭନ୍ନ ବିଦ୍ୟାଳୟରୁ ୩ ଶ୍ରେଣୀର ମୋଟ ୧୫୮ ଜଣ ଛାତ୍ରୀ ଛାତ୍ର ପଞ୍ଜୀକୃତ କରିଥିବା ବେଳେ ୧୩୪ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ ଓ ୨୪ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ ଥିଲେ | ସେହିପରି ବ୍ଲକ ଅଧୀନ ବିଭନ୍ନ ବିଦ୍ୟାଳୟରୁ ୫ମ ଶ୍ରେଣୀ ର ୧୫୪ ଜଣ ଛାତ୍ରୀ ଛାତ୍ର ପଞ୍ଜୀକୃତ କରିଥିବା ବେଳେ ୧୩୮ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ ଓ ୧୬ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ ଥିଲେ | ଏଥିରେ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଙ୍କ ସମେତ ୧୨ ଜଣ ଇନିଭିଜିଲେଟର ପରୀକ୍ଷା ପରିଚାଳନା ଦାୟିତ୍ଵ ରେ ରହିଥିଲେ | ଏଥିରେ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୁବ ଦିବସ – ୨୦୨୩ ପାଳିତ

masiha

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

କୋଇଡ଼ା ଆପ୍ଟିଟ୍ୟୁଡ୍ ଅସେସମେଣ୍ଟ ଏବଂ କେରିଅର୍ ଗାଇଡେନ୍ସ ଲାଇଫ୍ ସ୍କିଲ୍ ସେସନ” କୋଇଡା ଡିଗ୍ରୀ କଲେଜରେ ଆୟୋଜିତ ହୋଇଯାଇଛି 

Sunil Chandra Nayak

Leave a Comment

error: Content is protected !!