ପାଞ୍ଚଟି ଶ୍ରେଣୀ କୁ ଜଣେ ଶିକ୍ଷକ
ତେନ୍ତୁଳିଖୁଣ୍ଟି // ୨୭/୦୯/୨୩ // ପାଞ୍ଚ ଟି ଶ୍ରେଣୀକୁ ଜଣେ ଶିକ୍ଷକ !ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗରା ପଞ୍ଚାୟତ ଅନ୍ତର୍ଗତ ଲକଡିପଲ୍ଲା ସରକାରୀ ପ୍ରାଥମକ ବିଦ୍ୟାଳୟ ଠାରେ।ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ।ଏପରିକି ଶିକ୍ଷକ ମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।ସରକାର ଙ୍କ ଯୋଜନା ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ 5T ରେ ରୂପାନ୍ତରିତ ହେଉଛି । ସୂଚନା ଯୋଗ୍ୟ ଏହି ପ୍ରାଥମିକ ବିଦ୍ୟାଳୟ ରେ କେବଳ ଗୋଟିଏ ଶିକ୍ଷକ ରହିଛନ୍ତି ।ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ଏଠାରେ କିନ୍ତୁ ଗୋଟିଏ ଶିକ୍ଷକ।ଏହି ପାଞ୍ଚଟି ଶ୍ରେଣୀ ରେ 83 ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି।ତେବେ ୫ଟି ଶ୍ରେଣୀ ପାଇଁ ଗୋଟିଏ ଶିକ୍ଷକ କିପରି ଭାବେ ପାଠପଢାଇବେ ତାହାହିଁ ଏକ ଚିନ୍ତାର କାରଣ ପାଲଟିଛି ।ଲାଗୁଛି ଏହି ବିଦ୍ୟାଳୟ ପ୍ରତି ପ୍ରଶାସନ ର କୌଣସି ଦାୟିତ୍ଵ ନଥିବ। ନଚେତ ଏପରି ଦାୟିତ୍ଵ ହିନ କାମ କରିନଥାନ୍ତେ।କାହିଁକି ଏହି ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗ ର ଏପରି ଅବହେଳା ।ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାରଙ୍କ ଦ୍ଵାରା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ୫ ଟି ଶ୍ରେଣୀରେ କିପରି ଭାବେ ପାଠ ପଢେଇବେ ,ତାହାହିଁ ଏକ ଚିନ୍ତାର ବିଷୟ ପାଲଟିଛି। ଏହି ଗ୍ରାମର ଗ୍ରାମବାସୀ ମାନେ ରଘୁନାଥ ମାଝୀ,କହିଛନ୍ତି ଏହି ବିଦ୍ୟାଳୟ ରେ ଦୁଇ ଜଣ ଶିକ୍ଷକ ବଦଳି କରିଛନ୍ତି ଆଉ ନୂତନ ଭାବରେ କାହାକୁ ଦେଇ ନାହାନ୍ତି ବୋଲି କହିଛନ୍ତି ।ରଘୁନାଥ ମାଝୀ,ସଭା ମାଝୀ, ହରି ସୌରା,ମନ ପାଇକ, ଭଗବାନ ସୌରା କହିଛନ୍ତି ଏକ ସପ୍ତାହ ଭିତରେ ଆଉ ନୂତନ ଶିକ୍ଷକ ନ ଦେଲେ ବିଦ୍ୟାଳୟରେ ତାଲା ପକେଇବୁ ବୋଲି କହିଛନ୍ତି। ଏ ବିଷୟ ରେ ଏ ବି ଈ ଓ ମୋହନ ମଧୁସୂଦନ ବାଘ କୁ ପଚାରିବା ରୁ କହିଲେ ଏହି ବିଦ୍ୟାଳୟରେ ଜଣେ ଶିକ୍ଷକ କୁ ଦିଆ ଯାଇଛି ସେ ଯୋଗଦାନ କରୁ ନ ଥିବା ବେଳେ ଆଉ ଜଣେ ଶିକ୍ଷକ ଅଳ୍ପ ଦିନରେ ଯୋଗଦାନ କରିବେ ବୋଲି କହିଛନ୍ତି।
ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି


