ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଓ ଶୈକ୍ଷିକ ବାତାବରଣ ତିଆରି ବିଦ୍ୟାଳୟର ସଫଳ ପ୍ରୟାସ , ବାଣୀପଙ୍ଗା ଓ ମଧୁପୁରରେ ସହଭାଗୀ ରୂପେ ପିତାମାତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିକ୍ଷା ଓ ଶୈକ୍ଷିକ ବାତାବରଣ ତିଆରି ବିଦ୍ୟାଳୟର ସଫଳ ପ୍ରୟାସ

ବାଣୀପଙ୍ଗା ଓ ମଧୁପୁରରେ ସହଭାଗୀ ରୂପେ ପିତାମାତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ,୨୭/୦୯(ମ ନି ସ)-ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ମାତାପିତାଙ୍କୁ ଗୋଟିଏ ଡୋରୀରେ ବାନ୍ଧି ରଖିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସହଭାଗୀ ରୂପେ ପିତାମାତା ଭଳି ମହତ୍ କାର୍ଯ୍ୟକ୍ରମ । ଏଇ କାର୍ଯ୍ୟକ୍ରମ ଉପରୋକ୍ତ ତିନୋଟି ବର୍ଗଙ୍କୁ ଯୋଡି ବିଦ୍ୟାଳୟରେ ଏକ ଶୈକ୍ଷିକ ବାତାବରଣ ତିଆରି କରିବା ଦିଗରେ ସଫଳତା ହାସଲ କରିପାରିଛି ବୋଲି ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବାତେଲିମା ପଞ୍ଚାୟତ ବାଣିପଙ୍ଗା ଏଜୁକେସନ କମ୍ପେ୍ଲକ୍ସ ପରିସରରେ ଆୟୋଜିତ ଅଭିଭାବକ-ଶିକ୍ଷକ ସମ୍ମିଳନୀ ତଥା ସହଭାଗୀ ରୂପେ ପିତାମାତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଏହା କହିଛନ୍ତି । ବାଣିପଙ୍ଗାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍କୁଲର ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସେହିପରି ମଧୁପୁରସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାର ସିଂହ, କୃଷି ଅଧିକାରୀ ତନ୍ମୟ ମିଶ୍ର, ଡା. ସୁପ୍ରିୟା ରାଉତରାୟ, ମହିଳା ପରିଦର୍ଶିକା ରମା ପାତ୍ର, ଏଏନ୍‌ଏମ୍ ରସବତୀ ସୁନାନୀ, ଯୁବ ସମାଜସେବୀ ଓ ସାମ୍ବାଦିକ ସୁଶୀଲ କୁମାର ବାଗ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ରଣା ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ପାର୍ଥ ଶବର ସଭା ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟବାଦୀ ନାଏକ, ମାମୀନା ସାହୁ, ନମିତା ମାଝୀ, ସସ୍ମିତା ସାହୁ, ଦିଲିପ ସାହୁ, କାମସେନ ଭୋଇ, ସୁଧାଂଶୁଶେଖର ସାସମଲ, ସାରିକା ପଣ୍ଡା, ସୋନାଲିକା ପାଢୀ, ବସନ୍ତ ପାଣ୍ଡେ, ବୈଜୟନ୍ତୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ମିଶନଶକ୍ତି, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀଧନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲମାନ ଖୋଲାଯାଇଥିଲା । ସେହିପରି ମଧୁପୁର ସେବାଶ୍ରମଠାରେ ପ୍ରଧାନଶିକ୍ଷକ ଗିରିଧାରୀ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, କୃଷି ଅଧିକାରୀ ତନ୍ମୟ କୁମାର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସପୁର ଛତର, ସମାଜସେବୀ ପ୍ରସନ୍ନ ପରିଡା, ସୁବନ ଭୋଇ, କୌତୁକ ମାଝୀ, ପ୍ରମୁଖ ମଞ୍ଚାସୀନ ଥିଲେ । ଦାଦପୁର ସ୍କୁଲର ଶିକ୍ଷକ ସଞ୍ଜୀବ ପଣ୍ଡା ସଭା ପରିଚାଳନା କରିଥିବାବେଳେ ସେବାଶ୍ରମର ସହଶିକ୍ଷକ କୋକିଳ ଶବର, ଲଳିତା ହରପାଲ ଓ ହେମାଙ୍ଗିନୀ ସୁନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ମଧ୍ୟ ବିଭିନ୍ନ ବିଭାଗର ଷ୍ଟଲମାନ ଖୋଲାଯାଇଥିଲା ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଵିଜାତଳା ବ୍ଳକ; ମଢେଇକଚା ପଞ୍ଚାୟତ;ବଡ଼ବିଲ ଗାଁ କୁ ରାସ୍ତା କାମ ଆରମ୍ଭ / ଦୁର୍ଗମ ଅଂଚଳରେ ରାସ୍ତା ନିର୍ମାଣ ନେଇ ରାମଦୋଳି ଯୁବକ ସଂଘ ର ଜିଲ୍ଲାପାଳଙ୍କଠାରେ ୩ ଥର ଲିଖିତ ଦାବି ପୂରଣ ପରେ ପ୍ରଶାସନ ତତ୍ପର 

masiha

ବନ୍ଧୁଗାଁ ବ୍ଲକରେ ନୂତନ ସରକାରୀ ସ୍ୱାତକ ମହାବିଦ୍ୟାଳୟ ଉଦଘାଟନ 

masiha

ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!