ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

ବାଲେଶ୍ଵର,୨୭/୯/୨୩- ଗତ ତା ୨୪/୯/୨୩ ରିଖ ରବିବାର ରାସ୍ତା ଦୁର୍ଘଟଣାରେ ଗୁରୁତର ରମାକାନ୍ତ ଦାସ (୫୨) ଦୀର୍ଘ ୪ ଦିନଧରି ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ । ଆଜି ତା ୨୭/୯/୨୩ ରିଖ ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି ଗତ ରଵିଵାର ରମାକାନ୍ତ ବାଇକ ଯୋଗେ ଖଇରା ଵଜାରରୁ ଘରକୁ ଫେରୁଥିଲେ ।କୋଚିଆକୋଇଲି ପୋଲ ଉପରେ ବାଇକ ସହିତ ଡ଼ମ୍ପର ଧକ୍କା ଯୋଗୁଁ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ଖଇରା ଏବଂ ପରେ ଭଦ୍ରକ ମେଡ଼ିକାଲକୁ ଚିକିତ୍ସା ପାଇଁ ପରିବାର ଲୋକେ ନେଇଥିଲେ । ଅବସ୍ଥା ଗୁରୁତର ଦୃଏ ସେଠାରୁ ପୁଣି କଟକ ମେଡ଼ିକାଲ ନେଇଥିଲେ । ମସ୍ତିଷ୍କ ମୃତ ଅବସ୍ଥାରେ ୪ଦିନ ରହିବା ପରେ ଆଜି ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ରମାକାନ୍ତ ଵିଭିନ୍ନ ଯାତ୍ରୀବାହୀ ବସରେ ସହାୟକ ଭାବେ କାର୍ଯ୍ୟ କରୁଥିଲେ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅର୍ଜୁନପୁର ଗ୍ରାମର ରଘୁନାଥ ଦାସଙ୍କ ବଡପୁଅ ହୋଇଥିଲା ଵେଳେ ସ୍ତ୍ରୀ ସମେତ ୩ଝିଅ ,୧ମାତ୍ର ପୁଅ ଅଛନ୍ତି । ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଖଇରା ପୋଲିସ ଡମ୍ପର ସହିତ ବାଇକ ଜଵଦ କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

masiha

ଗୋଲାମୁଣ୍ଡା ରୁ କେଗାଁ ରାସ୍ତା ନିମ୍ନ ମାନର କାର୍ଯ୍ୟ ନେଇ ସାହୁଲ ମଙ୍ଗରାଜ ଙ୍କ ଅଭିଯୋଗ ସହ କେଗାଁ ପୋଲିସ୍ ରେ ଏଫଆଇଆର, ହେଲେ ତଦନ୍ତ କେବେ ?

masiha

ପିଇବା ପାଣି ଯୋଗାଣ ପାଇଁ ମାଆ ମାନଙ୍କ ଗୁହାରି ଶୁଣିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସଙ୍ଗେ ସଙ୍ଗେ ହେଲା ସମାଧାନ ମାଆ ମାନେ ହେଲେ ଖୁସି 

Sunil Chandra Nayak

Leave a Comment

error: Content is protected !!