ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତା 

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତା 

ନର୍ଲା/ମସିହା/28/09/23 // ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କଳାହାଣ୍ଡି ଙ୍କ ଆୟୋଜନରେ ଆୟୋଜିତ କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତାର ଆଜି ଶୁଭାରମ୍ଭ ହୋଇଅଛି । ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ଦାମୋଦର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଶୁଭାରମ୍ଭ ହୋଇଥିବା ଏହି ପ୍ରତିଯୋଗୀତାରେ ଜିଲ୍ଲାର ୧୩ ଟି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଝିଅ ୨୪୧ ଓ ପୁଅ ୩୭୫ ଜଣ ସମୁଦାୟ ୬୧୬ ଜଣ ପ୍ରତିଯୋଗୀ ଯୋଗଦାନ କରିଛନ୍ତି । ଏହି କ୍ରୀଡାକୁ ପରିଚାଳନା କରିବା ପାଇଁ ଅଫିସିଆଲ୍ ୩୬ ଓ ମ୍ୟାନେଜର୍ କୋଚ୍ ୫୨ ଜଣ ଉପସ୍ଥିତ ହୋଇଛନ୍ତି । ୨୮ ତାରିଖରୁ ୩୦ ତାରିଖ ଯାଏଁ ଏହି କ୍ରୀଡା ତୁଳାପଡାରେ ଅନୁଷ୍ଠିତ ହେବ । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି,ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ,କଳାହାଣ୍ଡି ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ତଥା ଜିଲ୍ଲା କ୍ରୀଡା ସଂପାଦକ ସଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଲାଲ୍ ଦୁବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ,ମନମୋହନ ନାୟକ,ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷା ଅଞ୍ଜଳୀ ପଧାନ,ପ୍ରଧାନ ଶିକ୍ଷୟତ୍ରୀ ସୁଲତା ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଏହାର ଶୁଭାରମ୍ଭ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ବିମଲ ରାସବିହାରୀ ପଧାନ । ଏଠାରେ ଫୁଟବଲ୍,କବାଡି,ଖୋଖୋ,ଯୋଗାସନ,ଚେସ୍,ସିପାକଟାକ୍ରୋ ଅଦି ଖେଳ ଅନୁଷ୍ଠିତ ହେବ । ଲଗାତାର ଭାବରେ ଏହି ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା ତୃତୀୟ ଥର ପାଇଁ ତୁଳାପଡାରେ ଅନୁଷ୍ଠୁ ହୋଇଅଛି ।

ଦୀପକ ଠାକୁର, ନର୍ଲା 

Related posts

ଭାରତୀୟ ଯୁବ ହଷ୍ଟେଲସ ର ମୁକ୍ତ ସନ୍ତରଣ ପ୍ରତିଯୋଗିତା

ଦିବାରାତ୍ରୀ ରାଜ୍ୟ ସ୍ତରୀୟ ନକଆଉଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଲାଙ୍ଗିର ଚାମ୍ପିୟାନ

Sunil Chandra Nayak

ଜାତୀୟ ଖେଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!