ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ରେ ମହମ୍ମଦ ଜୟନ୍ତୀ ପାଳିତ 

ନବରଙ୍ଗପୁର ରେ ମହମ୍ମଦ ଜୟନ୍ତୀ ପାଳିତ 

ନବରଙ୍ଗପୁର,(ମସିହା)ଆଜି ନବରଙ୍ଗପୁର ସହରର ମୁସଲମାନ ଧର୍ମାବଲମ୍ବୀ ଙ୍କ ଦ୍ଵାରା ମହମ୍ମଦ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଫେଟ ମହମ୍ମଦ ଙ୍କର ଜନ୍ମ ଜୟନ୍ତୀ କୁ ମହମ୍ମଦ ଜୟନ୍ତୀ ଭାବରେ ପାଳନ କରାଯାଏ । ଆଜିର ଦିନରେ ସବୁ ମୁସଲମାନ ସମ୍ପ୍ରଦାୟର ଭାଇ ମାନେ ସକାଳ ୮ ଘଣ୍ଟା ସମୟରେ ନବରଙ୍ଗପୁର ଜlମା ମସଜିଦ୍ ଠାରେ ଏକତ୍ରୀତ ହୋଇ, ନିଜ ନିଜ ଧର୍ମର ପତାକା ଓ ଜାତୀୟ ପତାକା ଧରି , ମହମ୍ମଦ ଙ୍କର ଗୁଣ ଗାନ କରି ନବରଙ୍ଗପୁର ସହର ପରିକ୍ରମା କରି ପୁଣି ମସଜିଦ୍ ନିକଟରେ ପହଞ୍ଚି ଥିଲେ । ପରେ ନବରଙ୍ଗପୁର ମସଜିଦ୍ ର ମୌଲାନା ମୁଫତି ଅlଫ୍ ତାବ୍ ଙ୍କ ଦ୍ଵାରା ପତାକା ଉତ୍ତୋଳନ ହେଲା l ତାପରେ ସମସ୍ତ ଭାରତ ବାସୀଙ୍କ ଶାନ୍ତି ଓ ସମୃଦ୍ଧି ପାଇଁ ଆଲ୍ହା ଙ୍କ ନିକଟରେ ଆଶୀର୍ବାଦ କାମନା କରାଯାଇଥିଲା ।ଏଥିରେ ସହରର ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟ ଭାଇ ମାନେ ଅଂଶଗ୍ରହଣ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ତାଜ ଇମ୍ରାନ ସରିଫ, ସେକ୍ ସlଜlନ, ଏମ ଡି ଜାହୁର , ଆମିରୁ , ଇସମାଇଲ, ସଜlଦ୍ଦ ଖାଁ, ସେକ୍ ସାମିମ ଓ ସମସ୍ତ ଯୁବକ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିକଶିତ ଗାଁ ବିକଶିତ ଓଡିଶା, ର ସ୍ୱତନ୍ତ୍ର ଗ୍ରାମ ସଭା 

masiha

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ମୋଟ ୨୯୩ଗୋଟି ଅଭିଯୋଗର ହେଲା ଶୁଣାଣି 

Sunil Chandra Nayak

କବି ତ୍ରିନାଥ ସିଂହ ପାଇଲେ ‘ମିଳନୀ କବିତା ସମ୍ମାନ-୨୦୨୨’

Sunil Chandra Nayak

Leave a Comment

error: Content is protected !!