ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଉଦ୍ଘାଟିତ

ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଉଦ୍ଘାଟିତ

ମ,ରାମପୁର,୨୯/୯( ମସୀହା): ଶିକ୍ଷା ଆମର ମେରୁଦଣ୍ଡ । ଶିକ୍ଷା ଓ ଶିକ୍ଷାୟତନ ର ଭିତ୍ତିଭୂମି ବିକାଶ ସହ ଶିକ୍ଷାର ମାନ ବୃଦ୍ଧି ଆମର ଲକ୍ଷ୍ୟ ହେବା ଉଚିତ ବୋଲି ଆଜି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ର ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ମ,ରାମପୁର ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବ ନିର୍ମିତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ର ଶୁଭାରମ୍ଭ ହେଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କମ୍ବୁ ପାଣି ମିଶ୍ର, ଅତିଥି ଶିକ୍ଷକ ଶିବ ପ୍ରସାଦ ଶତପଥୀ, ସାମ୍ବାଦିକ ତଥା ବିଦ୍ୟାଳୟ ର ଏସ୍ ଏମ ସି ସଦସ୍ୟ ନିରଞ୍ଜନ ମହାରଣା, ଏସ ଏମ୍ ସି ସଦସ୍ୟ ରମାକାନ୍ତ ପ୍ରହରାଜ, ସାମ୍ବାଦିକ ହେମନ୍ତ ସାହୁ ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ମୁଖ୍ୟ ଅତିଥି ପୂଜାର୍ଚ୍ଚନା ପରେ ଛାତ୍ରାବାସ କୋଠା ଉଦ୍ଘାଟନ କରିଥିଲେ ଏବଂ ପରେ ସଭା କାର୍ଯ୍ଯ ଅନୁଷ୍ଠିତ ହେଇ ଥିଲା। ପ୍ରାରମ୍ଭ ରେ ଛାତ୍ରୀ ମାନେ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ। ଶିକ୍ଷକ ଶେଷଦେବ ସାହୁ ସଭା କାର୍ଯ୍ଯ ପରିଚାଳନା ଓ ଶିକ୍ଷକ ଶମ୍ଭୁ ଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଖାଉଟି ଅଧିକାର ସଂଗଠନ ଦ୍ୱାରା ଓଡିଶାର ଖାଉଟି ମାନଙ୍କୁ ନ୍ୟାୟ ପ୍ରଦାନ କେବେ 

masiha

ବଡ଼ବିଲରେ ଅବୈଧ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

Sunil Chandra Nayak

ମିଶନ ଶକ୍ତି କାଫେ କୁ ଏନଏସିର ମିଶନ ଶକ୍ତିକୁ ଦେବା ପାଇଁ ବିଡିଓ ଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!