ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଷ୍ଠ ରୋଗ ଚିହ୍ନଟ ଏବଂ ଆରୋଗ୍ୟ ନେଇ କର୍ମଶାଳା ଅନୁଷ୍ଠିତ

କୁଷ୍ଠ ରୋଗ ଚିହ୍ନଟ ଏବଂ ଆରୋଗ୍ୟ ନେଇ କର୍ମଶାଳା ଅନୁଷ୍ଠିତ

କଲମପୁର ତା୨୯.୯ (ମ ନି ସ)ଶୁକ୍ରବାର କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବନ୍ଧକନା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ କୁଷ୍ଡ ରୋଗ ସନ୍ଦେହ ଥିବା ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ତଥା ନିଦାନ ଓ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ ସମ୍ବନ୍ଧୀତ ଏକ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ, କଳାହାଣ୍ଡି ଏବଂ ଲେପ୍ରା ସୋସାଇଟି,ସ୍ୱାଭିମାନ ପ୍ରକଳ୍ପଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକରୂପେ କଲମପୁର ବ୍ଳକ୍ କୁଷ୍ଠ ରୋଗ ନିରାକରଣ ଅଧିକାରି ଡାକ୍ଟର୍ ସମ୍ବିତ୍ କୁମାର ମହାନ୍ତି ଉପସ୍ଥିତ ରହି କୁଷ୍ଠ ରୋଗର କାରଣ, ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟ ବିଷଦ୍ ଭାବେ ଅବଗତ କରାଇଥିଲେ। 

ଏହି କାର୍ଯ୍ୟକ୍ରମରେ ବନ୍ଧକନା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ଟର୍ ଅଙ୍କିତ କୁମର ପଣ୍ଡା, କଲମପୁର ବ୍ଳକ୍ ଜନ ସ୍ୱାସ୍ଥ୍ୟ ସଚେତନା ଶିକ୍ଷା ଅଧିକାରୀ ଶ୍ରୀ ହେମନ୍ତ କୁମାର ଶଗଡି଼ଆ, ବ୍ଳକ କୁଷ୍ଠ ନିରାକରଣ ସ୍ୱାସ୍ଥ୍ୟକର୍ମୀ ଶ୍ରୀ ବସନ୍ତ କୁମାର ନିଆଲ୍, ବନ୍ଧକନା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଫାର୍ମାସିଷ୍ଟ ଶ୍ରୀ କିଶୋର ଚନ୍ଦ୍ର ମୁଣ୍ଡ୍, ଗ୍ରାମ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସୁଶ୍ରୀ ପଦ୍ମାବତୀ ନାଗ୍ ଓ ସୁଶ୍ରୀ ଲିଲି ନାଗ୍ଏବଂ ଲେପ୍ରା ଜୁନାଗଡ଼ ନେତ୍ର ଚିକିତ୍ସାଳୟର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ରୁଦ୍ରେଶ୍ୱର ନାଏକ ସହଯୋଗ କରିଥିଲେ।

ଗ୍ରାମାଞ୍ଚଳ, ପଲ୍ଲୀ ତଥା ଅପହଞ୍ଚ ଦୁର୍ଗମ ପର୍ବତ ଓ ଜଙ୍ଗଲ କ୍ଷେତ୍ରରେ କୁଷ୍ଠ ରୋଗର ନିରାକରଣ ତଥା ଲୁକ୍କାୟିତ କୁଷ୍ଠ ରୋଗୀଙ୍କ ତୁରନ୍ତ ଚିହ୍ନଟିକରଣ ଏବଂ ଚିକିତ୍ସା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବାରେ ସହଯୋଗୀରୂପେ କାର୍ଯ୍ୟ କରିବା ନିମନ୍ତେ ଗ୍ରାମୀଣ ଓ ଦୁଃସାଧ୍ୟ ବଣ ପର୍ବତ କ୍ଷେତ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ସେବାକାରୀ ୨୭ ଜଣ କବିରାଜ (PMP/RMP/TH) ଏହି ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

କଲମପୁର ରୁ ରବୀନ୍ଦ୍ର ମିଶ୍ର ଙ୍କ ରିପୋର୍ଟ 

 

Related posts

ଅଧ୍ୟକ୍ଷଙ୍କ ଜନ୍ମଦିନରେ ଚେନାଇ ରାଧା କମ୍ପାନୀ ପକ୍ଷରୁ ମେଗା ରକ୍ତଦାନ ଶିବିର

masiha

ଏବିଭିପି ତରଫରୁ ରକ୍ଷା ବନ୍ଧନ କାର୍ଯ୍ଯକ୍ରମ; ସରକାରୀ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲା ଏବିଭିପି ର ଛାତ୍ରଛାତ୍ରୀ

Sunil Chandra Nayak

ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ 

masiha

Leave a Comment

error: Content is protected !!