ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାନ ଶିବିର ଆୟୋଜିତ 

ରକ୍ତଦାନ ଶିବିର ଆୟୋଜିତ 

ରାଉରକେଲା/ ଓଡ଼ିଶା ମୋ ପରିବାର ଓ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ତରଫରୁ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭଵେଶ ଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ମହତ ଦାନ ଉପରେ ଆଲୋଚନା କରି ଏହା କିପରି ଅନ୍ୟମାନଙ୍କର ଜୀବନ ରକ୍ଷାରେ ସହାୟକ ହୁଏ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଏନ୍ଏସ୍ଏସ୍ ର କର୍ମକର୍ତ୍ତା ହରିଶ ଚନ୍ଦ୍ର ମିଶ୍ର, ସୁବାସ ଚନ୍ଦ୍ର ସାମଲ, ବିଭିନ୍ନ ବିଭାଗରୁ ଵିନୟ କୁମାର ସାହାଣୀ, ପ୍ରଦୀପ କୁମାର ମହାନ୍ତି,ଦିପ୍ତୀମୟୀ ମହାପାତ୍ର, ରଜନୀକାନ୍ତ ମିଶ୍ର, ରଞ୍ଜିତ ପ୍ରସାଦ ପଲେଇ,ଅଜୟ କୁମାର ସୁନ୍ଦରରାୟ, ଜ୍ୟୋତିଷ କୁମାର ଦାସ ଓ ସ୍ଵେଚ୍ଛାସେବୀ ଛାତ୍ର ସର୍ଵଶ୍ରୀ ଲକି ମିଶ୍ର, ଆକାଶ ମାଝୀ, ଆଶୁତୋଷ ସେଠୀ,ଦୀପକ ଯାଦବ, ନୀତିଶ ଜୟସ୍ଵାଲ,ସୈ।ମ୍ୟରଞ୍ଜନ ସାହୁ, ଵିବେକ ମହାକୁଡ଼, ସୁଶାନ୍ତ ପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସହ ରକ୍ତଦାନ କରିଥିଲେ। ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତଦାନ ୟୁନିଟ ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୭ୟୁନିଟ ରକ୍ତ ସଂଗ୍ରୁହିତ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଖଟରୁ ଗଳି ପଡି ଯୁବକର ମୃତ୍ୟୁ; କାରଣ ଅସ୍ପଷ୍ଟ

ରାଉରକେଲା ଉପହାରରେ ଗୁରୁଦିବସ ପାଳନ 

masiha

ସାମ୍ବାଦିକଙ୍କ ପିତୃବିୟୋଗ…..

Sunil Chandra Nayak

Leave a Comment

error: Content is protected !!